Advertisment

ଶୀତ ଦିନେ ଓଠର ଯତ୍ନ

ଭୁବନେଶ୍ୱର: ସୁନ୍ଦର ଓଠ ମୁଖର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଶୀତ ଦିନେ ଅଧିକାଂଶ ଲୋକଙ୍କ ଓଠ ଫାଟି ଯାଏ। ତେଣୁ ଶୀତ ଦିନେ ଓଠର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା। ୧. ଓଠ ଫାଟୁଥଲେ ସେଥିରେ ବାରମ୍ବାର ହାତ ମାରନ୍ତୁ ନାହିଁ। ଭେସଲିନ୍‌ ବ୍ୟବହାର କରିବା ଦ୍ୱାରା  ଉପଶମ ପାଇପାରିବେ। ୨.ଆମେ ଘରେ ଲିପ୍‌ବାମ୍‌ ଭାବରେ ରନ୍ଧା ନଡ଼ିଆ ତେଲରେ ଗ୍ଲିସେରିନ୍‌ ମିଶାଇ ବ୍ୟବହାର କରିପାରିବା ଏହା ଦ୍ୱାରା ଫଟା ଓଠର ସମସ୍ୟା ଅନେକାଂଶରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶୀତ ଦିନେ ଓଠର ଯତ୍ନ

lipe

 in winter  lipe careଭୁବନେଶ୍ୱର: ସୁନ୍ଦର ଓଠ ମୁଖର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଶୀତ ଦିନେ ଅଧିକାଂଶ ଲୋକଙ୍କ ଓଠ ଫାଟି ଯାଏ। ତେଣୁ ଶୀତ ଦିନେ ଓଠର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା।

Advertisment

୧. ଓଠ ଫାଟୁଥଲେ ସେଥିରେ ବାରମ୍ବାର ହାତ ମାରନ୍ତୁ ନାହିଁ। ଭେସଲିନ୍‌ ବ୍ୟବହାର କରିବା ଦ୍ୱାରା  ଉପଶମ ପାଇପାରିବେ।

୨.ଆମେ ଘରେ ଲିପ୍‌ବାମ୍‌ ଭାବରେ ରନ୍ଧା ନଡ଼ିଆ ତେଲରେ ଗ୍ଲିସେରିନ୍‌ ମିଶାଇ ବ୍ୟବହାର କରିପାରିବା ଏହା ଦ୍ୱାରା ଫଟା ଓଠର ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।

Advertisment

୩. ସାଧାରଣତଃ  ଦେଖାଯାଏ ଯେଉଁମାନଙ୍କର ଓଠ ଫାଟି ଥାଏ ସେମାନେ ବାରମ୍ବାର ତା’ଉପରେ ଜିଭ ବୁଲାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଓଠ ଆହୁରି ଫାଟିଥାଏ। ଏହା ନକରି ଆପଣ ଓଠରେ ଲିପ୍‌ଗାର୍ଡ ଓ ପେଟ୍ରୋଲିୟମ ଜେଲି ଲଗାନ୍ତୁ। ଏହା ଆପଣଙ୍କ ଓଠକୁ ନରମ ଓ ମୁଲାୟମ ରଖିବ।  ଓଠ ଫାଟିବା  ବନ୍ଦ ହୋଇଯିବ। ଏଲୋଭେରା ଯୁକ୍ତ କୋଲ୍ଡ କ୍ରିମ୍‌ ଲଗାଇଲେ ମଧ୍ୟ ଫଟା ଓଠ ସମସ୍ୟାରୁ ମୁକ୍ତି ପାଇପାରିବେ।

୪. ଉଷୁମ ପାଣିରେ ତୁଳା ବୁଡ଼ାଇ ଓଠକୁ ପରିଷ୍କାର କରନ୍ତୁ। ତା’ପରେ ରନ୍ଧା ନଡ଼ିଆ ତେଲ ବା ଗାଈ ଘିଅକୁ ଉଷୁମ କରି ହାଲକା ମାଲିସ୍‌ କରନ୍ତୁ। ଏହା ଓଠକୁ ନରମ ରଖିବ।

ସାବଧାନତା:

୫. ଅନେକ ସମୟରେ  ଓଠ ଫାଟି ସେଥିରୁ ରକ୍ତ ବାହାରେ। ଏହି ଅବସ୍ଥାରେ ମନ ଇଚ୍ଛା କୋଲ୍ଡକ୍ରିମ୍ ବା ପେଟ୍ରୋଲିୟମ୍ ଜେଲି ନ ଲଗାଇ ଡାକ୍ତର ସହ ପରାମର୍ଶ କରି ଆଣ୍ଟିସେପଟିକ୍‌ କ୍ରିମ୍‌ ଲଗାଇବା ଉଚିତ୍‌।

ଟିପ୍ସ- ସୁଚିତ୍ରା ବାରିକ (ଜସ୍ମିନ ବ୍ୟୁଟିକେୟାର), ଉପସ୍ଥାପନା- ତପସ୍ୱିନୀ ନାୟକ