Advertisment

ପୁରୁଷଙ୍କୁ କେଉଁ ମନ୍ଦିର ଯିବାକୁ ମନା, ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଅନେକ ଧାର୍ମିକ ସ୍ଥାନ ଅଛି ଯେଉଁଠି ମହିଳାମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥାଏ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏପରି ମଧ୍ୟ ମନ୍ଦିର ଅଛି ଯେଉଁଠି ପୁରୁଷମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥାଏ। ସେହି ମନ୍ଦିରକୁ କେବଳ ମହିଳାମାନେ ହିଁ ଯାଇ ପୂଜା କରିପାରିବେ। ତେବେ ଜାଣନ୍ତୁ କେଉଁ ସବୁ ମନ୍ଦିରକୁ ପୁରୁଷମାନଙ୍କୁ ଯିବାକୁ ବାରଣ କରାଯାଇଥାଏ। ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର କେରଳରେ ଥିବା ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର କେବଳ ମହିଳାମାନଙ୍କ ପାଇଁ […]

ପୁରୁଷଙ୍କୁ କେଉଁ ମନ୍ଦିର ଯିବାକୁ ମନା, ଜାଣିଛନ୍ତି କି ?

z33

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଅନେକ ଧାର୍ମିକ ସ୍ଥାନ ଅଛି ଯେଉଁଠି ମହିଳାମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥାଏ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏପରି ମଧ୍ୟ ମନ୍ଦିର ଅଛି ଯେଉଁଠି ପୁରୁଷମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥାଏ। ସେହି ମନ୍ଦିରକୁ କେବଳ ମହିଳାମାନେ ହିଁ ଯାଇ ପୂଜା କରିପାରିବେ। ତେବେ ଜାଣନ୍ତୁ କେଉଁ ସବୁ ମନ୍ଦିରକୁ ପୁରୁଷମାନଙ୍କୁ ଯିବାକୁ ବାରଣ କରାଯାଇଥାଏ।

Advertisment

ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର

publive-image

କେରଳରେ ଥିବା ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର କେବଳ ମହିଳାମାନଙ୍କ ପାଇଁ ସମର୍ପିତ। ସେହି ମନ୍ଦିରରେ ପୁରୁଷମାନଙ୍କ ପ୍ରବେଶକୁ ବର୍ଜନ କରାଯାଇଛି। ସେଠାରେ ପୋଙ୍ଗଲ୍‌ ପର୍ବ ବହୁତ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ସେହି ମନ୍ଦିରରେ ପୋଙ୍ଗଲ୍‌ ଉତ୍ସବରେ ତିନି ଲକ୍ଷ ମହିଳା ଏକା ଥରେ ଭାଗ ନେଇ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।

ବ୍ରହ୍ମା ମନ୍ଦିର

publive-image

ପୂରାଣ ଅନୁସାରେ, ଥରେ ଭଗବାନ ବ୍ରହ୍ମା ପୁଷ୍କର ନଦୀ କୂଳରେ ପତ୍ନୀ ସରସ୍ୱତୀଙ୍କ ସହ ଯଜ୍ଞ କରିବାର ଥିଲା। କିନ୍ତୁ କୌଣସି କାରଣରୁ ମା’ ସରସ୍ୱତୀଙ୍କ ଆସିବାରେ ବିଳମ୍ବ ହୋଇଯାଇଥିଲା। ଏଥିପାଇଁ ବ୍ରହ୍ନା ଗାୟତ୍ରୀଙ୍କ ସହ ବିବାହ କରି ଯଜ୍ଞ ସମାପ୍ତ କରିଥିଲେ।

Advertisment

ଏହା ଜାଣିବା ପରେ  ମା’ ସରସ୍ୱତୀ ରାଗିଯାଇ ସେହି ମନ୍ଦିରକୁ ବିବାହ କରିଥିବା ପୁରୁଷଙ୍କ ପ୍ରବେଷ ନିଷେଧ ବୋଲି ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ। ସେହି ମନ୍ଦିର ୧୪ ଶତାବ୍ଦିରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଏବେ ରାଜସ୍ଥାନର ପୁଷ୍କରରେ ଅବସ୍ଥିତ।

ତ୍ରୀବଙ୍କେଶ୍ୱର ମନ୍ଦିର

publive-image

ସେହି ମନ୍ଦିରର ଗର୍ଭଗୃହକୁ ଯିବାପାଇଁ ପ୍ରଥମେ ମହିଳାମାନଙ୍କୁ ଅନୁମତି ନଥିଲା। ମନ୍ଦିରର ଗର୍ଭଗୃହ ଭଗବାନ ଶିବଙ୍କ ପ୍ରତି ସମର୍ପିତ। କିନ୍ତୁ ୨୦୧୬ରେ ବମ୍ବେ ହାଇକୋର୍ଟ ଏକ ଅର୍ଡର ପାସ୍‌ କରିଥିଲେ ଯେଉଁଥିରେ ଲେଖାଥିଲା ଯେ, ଯଦି ସେହି ଗର୍ଭଗୃହକୁ ମହିଳାମାନଙ୍କର ପ୍ରବେଷ ନାହିଁ ତାହାଲେ ସେଠାକୁ ପୁରୁଷଙ୍କ ଯିବା ଉପରେ ମଧ୍ୟ ରୋକ୍‌ ଲଗାଯିବା ଦରକାର।

ମା’ ଭଗବତୀ ମନ୍ଦିର

publive-image

ମା’ ଭଗବତୀଙ୍କ ମନ୍ଦିର କନ୍ୟାକୁମାରୀରେ ଅବସ୍ଥିତ। ସେହି ମନ୍ଦିର ଭଗବତୀ ଦୁର୍ଗାଙ୍କ କନ୍ୟାଙ୍କ ପ୍ରତି ସମର୍ପିତ। ମା’ ଭଗବତୀଙ୍କୁ ସନ୍ୟାସଙ୍କ ଦେବୀ ମଧ୍ୟ କୁହାଯାଏ। ଏହି ମନ୍ଦିରରେ ଅବିବାହିତ ପୁରୁଷମାନଙ୍କୁ କେବଳ ଦ୍ୱାର ଯାଏ ଯିବା ପାଇଁ ଅନୁମତି ରହିଛି।

ବିବାହ କରିଥିବା ପୁରୁଷଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିଷେଧ। ପୁରାଣ ଅନୁସାରେ କୁହାଯାଏ ଯେ, ଦୈବୀ ଶକ୍ତିଙ୍କ ହାଡ଼ ସେଠାରେ ପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe