Advertisment

କିଛି ସ୍ୱାସ୍ଥ୍ୟ ସମସ୍ୟା ଯାହାର ଘରେ ବି ହୋଇପାରିବ ସମାଧାନ

ଭୁବନେଶ୍ୱର: ଶରୀର ଅଛି ମାନେ ଯନ୍ତ୍ରଣା ହେବ। ତେବେ ଛୋଟବଡ଼ ଯନ୍ତ୍ରଣା ବା ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ ନୁହେଁ। କିଛି ସମସ୍ୟା ସମାଧାନ ଆମେ ନିଜେ ଘରେ ବସି ମଧ୍ୟ ଘରୋଇ ଉପାୟରେ କରିପାରିବା। ତେବେ କେଉଁ ସମସ୍ୟା ଥିଲେ ଘରେ କିପରି କରିବେ ସମାଧାନ ଜାଣନ୍ତୁ ସେ ସଂପର୍କିତ କିଛି ଖାସ୍‌ ଟିପ୍ସ। ମୁଖ ଦୁର୍ଗନ୍ଧ ହେଲେ: ମୁଖ ଦୁର୍ଗନ୍ଧ ଦୂରେଇବା ପାଇଁ ଚିମୁଟେ ଡାଲଚିନି ଗୁଣ୍ଡ, କିଛି ବୁନ୍ଦା […]

ଅଦ୍ୟତନ ହୋଇଛି
କିଛି ସ୍ୱାସ୍ଥ୍ୟ ସମସ୍ୟା ଯାହାର ଘରେ ବି ହୋଇପାରିବ ସମାଧାନ

breath_spray

Advertisment

ଭୁବନେଶ୍ୱର: ଶରୀର ଅଛି ମାନେ ଯନ୍ତ୍ରଣା ହେବ। ତେବେ ଛୋଟବଡ଼ ଯନ୍ତ୍ରଣା ବା ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ ନୁହେଁ। କିଛି ସମସ୍ୟା ସମାଧାନ ଆମେ ନିଜେ ଘରେ ବସି ମଧ୍ୟ ଘରୋଇ ଉପାୟରେ କରିପାରିବା। ତେବେ କେଉଁ ସମସ୍ୟା ଥିଲେ ଘରେ କିପରି କରିବେ ସମାଧାନ ଜାଣନ୍ତୁ ସେ ସଂପର୍କିତ କିଛି ଖାସ୍‌ ଟିପ୍ସ।

Advertisment

ମୁଖ ଦୁର୍ଗନ୍ଧ ହେଲେ: ମୁଖ ଦୁର୍ଗନ୍ଧ ଦୂରେଇବା ପାଇଁ ଚିମୁଟେ ଡାଲଚିନି ଗୁଣ୍ଡ, କିଛି ବୁନ୍ଦା ମହୁକୁ ଉଷୁମ ପାଣିରେ ପକାଇ ତିନି ମିନିଟ୍ କୁଳୁକୁଳୁ କରନ୍ତୁ। ଏହି ଅଭ୍ୟାସ ଦିନକୁ ଦୁଇଥର କରିବା ପରେ ମୁଖ ଦୁର୍ଗନ୍ଧ ସମସ୍ୟା ଦୂର ହେବ।

ରୋଗପ୍ରତିରୋଧକ କ୍ଷମତା ବଢ଼ାଏ: ନୂଆଦିନର ଆରମ୍ଭ ସକାଳର କ୍ଷୀର ଚା ବଦଳରେ ଗ୍ରୀନ୍‌ ଟିରୁ ଆରମ୍ଭ କରନ୍ତୁ। ଏହି ଗ୍ରୀନ୍‌ଟିରେ ଦୁଇ ବୁନ୍ଦା ମହୁ ଏବଂ ଚିମୁଟେ ଡାଲିଚିନି ଗୁଣ୍ଡ ପକାଇ ପିଅନ୍ତୁ। ଏହା ରୋଗପ୍ରତିରୋଧକ କ୍ଷମତା ବଢ଼ାଇ ଭାଇରାଲ ଏବଂ ବ୍ୟାକ୍‌ଟେରିଆଲ୍‌ ସଂକ୍ରମଣରୁ ଦୂରାଏ।

Advertisment

କୋଲେଷ୍ଟ୍ରଲ: କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ଗୋଟେ କପ୍‌ ଗ୍ରୀନ୍‌ ଟିରେ ଏକ ଚାମଚ ମହୁ ଓ ଡାଲଚିନି ଗୁଣ୍ଡ ପକାଇ ପିଇବା ଜରୁରୀ।

ରକ୍ତଚାପ କମିଲେ: ରକ୍ତ ଚାପ କମୁଥିଲେ ଗୋଯେ ଆଞ୍ଜୁଳି ଆଲମଣ୍ଡ ବା ପିସ୍ତା ବାଦାମକୁ ରାତି ତମାମ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାର ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଗ୍ରାଇଡିଂ କରନ୍ତୁ। ଏହି ପେଷ୍ଟକୁ ଗୋଟେ କପ୍‌ କ୍ଷୀରରେ ଫୁଟାଇ ପିଅନ୍ତୁ।

ମଧୁମେହ ସମସ୍ୟା ଥିଲେ: ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ରାତିରେ ମେଥିକୁ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe