Advertisment

ସୋମବାର ଭଗବାନ ଶିବଙ୍କୁ କାହିଁକି କରାଯାଏ ପୂଜା?

ଭଗବାନ ଶିବଙ୍କୁ ସୋମବାରରେ ଆରଧନା କରିବାର ପରମ୍ପରା ବହୁତ ପୁରୁଣା। କାହିଁ କେଉଁ ପ୍ରାଚୀନ କାଳରୁ ଲୋକେ ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରି ଆସୁଛନ୍ତି। ତେବେ ଏହି ଦିନରେ ଶିବଙ୍କୁ ପୂଜା କରିବାର କ’ଣ ବିଶେଷ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା। କୁହାଯାଏ ଚନ୍ଦ୍ରଦେବ ସୋମବାର ଦିନ ଭଗବାନ ଶିବଙ୍କ ପୂଜା କରି ନିରୋଗ ହୋଇଥିଲେ। ସେଥିପାଇଁ ସୋବାର ଭଗବାନ ଶିବଙ୍କ ପୂଜା କରାଯାଏ। ଏହି ଦିନ ଶିବଙ୍କ ଆରାଧନା କଲେ ଚନ୍ଦ୍ରଦେବ […]

ସୋମବାର ଭଗବାନ ଶିବଙ୍କୁ କାହିଁକି କରାଯାଏ ପୂଜା?

lord-shiva

Advertisment

ଭଗବାନ ଶିବଙ୍କୁ ସୋମବାରରେ ଆରଧନା କରିବାର ପରମ୍ପରା ବହୁତ ପୁରୁଣା। କାହିଁ କେଉଁ ପ୍ରାଚୀନ କାଳରୁ ଲୋକେ ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରି ଆସୁଛନ୍ତି। ତେବେ ଏହି ଦିନରେ ଶିବଙ୍କୁ ପୂଜା କରିବାର କ’ଣ ବିଶେଷ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା।

Advertisment
  • କୁହାଯାଏ ଚନ୍ଦ୍ରଦେବ ସୋମବାର ଦିନ ଭଗବାନ ଶିବଙ୍କ ପୂଜା କରି ନିରୋଗ ହୋଇଥିଲେ। ସେଥିପାଇଁ ସୋବାର ଭଗବାନ ଶିବଙ୍କ ପୂଜା କରାଯାଏ। ଏହି ଦିନ ଶିବଙ୍କ ଆରାଧନା କଲେ ଚନ୍ଦ୍ରଦେବ ବି ପ୍ରସନ୍ନ ହୁଅନ୍ତି।
  • ସୋମବାର ଭଗବାନ ଶିବଙ୍କ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
  • ସୋମର ଏକ ଅର୍ଥ ସୌମ୍ୟ। ଶିବଙ୍କୁ ଶାନ୍ତ ଦେବତା ମଧ୍ୟ କୁହାଯାଏ। ତେଣୁ ସୋମବାର ତାଙ୍କର ଦିନ ବୋଲି କୁହାଯାଏ। ଭକ୍ତଙ୍କ ପାଇଁ ସହଜ ଓ ସରଳ ହୋଇଥିବାରୁ ଶିବଙ୍କ ଆଉ ଏକ ନାମ ହେଉଛି ଭୋଳାନାଥ।
  • କିଛି ଲୋକ ଏମିତି ବି କହନ୍ତି ସୋମରେ ଓଁ ଅଛି। ଏହାକୁ ଭୋଳାନାଥଙ୍କ ଓଁର ସ୍ୱରୂପ ବୋଲି ମନେ କରାଯାଏ। ତେଣୁ ଏହି ଦିନ ଶିବଙ୍କ ପୂଜା କଲେ ବିଶେଷ ଲାଭ ମିଳେ ବୋଲି କୁହାଯାଏ।
  • ରିପୋର୍ଟ ଓ ଫଟୋ-ଆଜତକ୍‌
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe