ବାହାନା କରୁଛି କି ପ୍ରେମିକ ? ଜାଣି ରଖନ୍ତୁ ଏସବୁ କଥା

ସବୁ ପୁଅ ଚାହାନ୍ତି ସେମାନଙ୍କର ପ୍ରେମିକାଟେ ଥିବ। ତା’ ସହ ବୁଲିବ ଓ ସୁଖ ଦୁଃଖ ବାଣ୍ଟିବ। ପ୍ରେମିକାଟେ ଯୋଗାଡ କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଆସନ୍ତୁ ଜାଣିବା ଝିଅଙ୍କୁ ପଟେଇବା ପାଇଁ ପୁଅମାନେ ଅବଲମ୍ବନ କରୁଥିବା କିଛି ଟ୍ରିକ୍‌ ଉପରେ। ଟେଷ୍ଟ ମି ଟ୍ରିକ୍‌: କିଛି ପୁଅ ମାନନ୍ତି ଟେଷ୍ଟ ହେଉଛି ଝିଅ ପଟାଇବାର ଜବରଦସ୍ତ ଫର୍ମଲା। ଥରେ ଗୋଟେ ଝିଅର ବିଶ୍ୱାସ ଆସିଗଲେ ହୃଦୟ ଜିତିବାକୁ ବେଶି ସମୟ ଲାଗି ନ ଥାଏ। […]

happy-couple

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 10:38 PM IST

ସବୁ ପୁଅ ଚାହାନ୍ତି ସେମାନଙ୍କର ପ୍ରେମିକାଟେ ଥିବ। ତା’ ସହ ବୁଲିବ ଓ ସୁଖ ଦୁଃଖ ବାଣ୍ଟିବ। ପ୍ରେମିକାଟେ ଯୋଗାଡ କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଆସନ୍ତୁ ଜାଣିବା ଝିଅଙ୍କୁ ପଟେଇବା ପାଇଁ ପୁଅମାନେ ଅବଲମ୍ବନ କରୁଥିବା କିଛି ଟ୍ରିକ୍‌ ଉପରେ।

ଟେଷ୍ଟ ମି ଟ୍ରିକ୍‌: କିଛି ପୁଅ ମାନନ୍ତି ଟେଷ୍ଟ ହେଉଛି ଝିଅ ପଟାଇବାର ଜବରଦସ୍ତ ଫର୍ମଲା। ଥରେ ଗୋଟେ ଝିଅର ବିଶ୍ୱାସ ଆସିଗଲେ ହୃଦୟ ଜିତିବାକୁ ବେଶି ସମୟ ଲାଗି ନ ଥାଏ। ଏହି ଟ୍ରିକ୍‌ ପାଇଁ ସେ ସବୁ ବେଳେ ପ୍ରସ୍ତୁତ ହୋଇ ରହିଥାଏ। ଝିଅଟିକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପୂରା ପ୍ରସ୍ତୁତ ଥାଏ। ନିଜ ଷ୍ଟଡି ନୋଟ୍‌ ହେଉ କି ଝିଅର କିଛି ବ୍ୟକ୍ତିଗତ ସମସ୍ୟା ସବୁର ଔଷଧ ଏମାନଙ୍କ ପାଖରେ ଥାଏ। ଏମାନଙ୍କ ଗୋଟିଏ ଉତ୍ତର ଥାଏ ‘ଟେଷ୍ଟ ମି’। ଏହି ଟ୍ରିକ୍‌ରେ ଝିଅକୁ ପ୍ରଥମେ ସାଙ୍ଗ, ଭଲ ସାଙ୍ଗ ପୁଣି ଅତି ଭଲ ସାଙ୍ଗ ଓ ଏହା ପରେ .....।

ସେଣ୍ଟି ଟ୍ରିକ୍‌: ଏହି ଫର୍ମୁଲା ଝିଅଙ୍କ ପାଇଁ ବହୁତ ଇମୋଶନାଲ। ଝିଅମାନେ ଶୀଘ୍ର ଜଣଙ୍କ ଦୁଃଖରେ ଦୁଃଖି ହୋଇ ଯାଇଥାନ୍ତି। ମଦ ପିଉଥିଲେ କି ସ୍ମୋକିଂ କରୁଥିଲେ ଏପରି କାହିଁକି କରୁଛ ବୋଲି ଝିଅମାନେ ପଚାରିଥାନ୍ତି। ଏହାର ଉତ୍ତରରେ ପୁଅଟି ତା’ର ଦୁଃଖ ବଖାଣିବା ଆରମ୍ଭ କରି ଦେଇଥାଏ। କେମିତି ଗୋଟେ ଝିଅକୁ ହୃଦୟ ଦେଇ ଭଲ ପାଉଥିଲା। ତା’ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା। ଝିଅଟି ତାକୁ ଧୋକ୍କା ଦେଇ ଚାଲିଗଲା। ହେଲେ ଆଜି ବି ସେ ଝିଅକୁ ଭୁଲି ପାରୁନାହିଁ। ଏପରି ଶୁଣିବା ପରେ ଝିଅଟି ପୁଅଟି ଉପରେ ଫଇଦା ହୋଇଯାଇଥାଏ। ଆଉ ମନେ ମନେ ସ୍ଥିର କରିଥାଏ, ଯେମିତି ହେଲେ ତା’ର ଏ ବଦ ଅଭ୍ୟାସ ଛଡାଇବ। ଏହାପରେ ପୁଅର ପ୍ଲାନ ଅନୁସାରେ ହିଁ ସବୁ କିଛି ଆଗକୁ ବଢିଥାଏ।

ଫେଙ୍କି ନେଚର ଟ୍ରିକ୍‌: ଏ ଟ୍ରିକ୍‌ରେ ପୁଅମାନେ ଭାଷା ଜ୍ଞାନ ଭୁଲି ଯାଇଥାନ୍ତି। ମଜ୍ଜା ମଜ୍ଜାରେ ଭେଜ୍‌ ଓ ନନ୍‌ ଭେଜ୍‌ କଥା କହିବା ସହ ଝିଅମାନଙ୍କୁ ଏମିତି ଟଚ୍‌ କରିଥାନ୍ତି ଯେମିତି ସେମାନଙ୍କ ଦେଶ ଶୀହରି ଉଠିବ। ମଜ୍ଜା ମଜ୍ଜାରେ ଏମାନେ ବହୁ ଥର ଆଇ ଲଭ୍‌ ୟୁ ମଧ୍ୟ କହି ଦିଅନ୍ତି। ଏପରି ହସି ଓ ମଜ୍ଜା ଝିଅଙ୍କ ଅଭ୍ୟାସ୍‌ରେ ପରିଣତ କରିଦେଇଥାନ୍ତି। ଏମିତି ହୁଏ ପିଅଟି ପାଖରେ ନ ଥିଲେ ଝିଅଟିକୁ କିଛି ଭଲ ଲାଗି ନ ଥାଏ। ଏହାର ସୁଯୋଗ ନେଇ ପୁଅଟି ଶେଷ ଷ୍ଟ୍ରୋକ ‘ଆଇ ଲଭ ୟୁ’ କହିଥାଏ ଓ ସେ ନିଶ୍ଚିତ ଥାଏ ଯେ ଉତ୍ତରରେ କେବଳ ‘ହଁ’ ମିଳିବ।

ମିଷ୍ଟର ଜେଣ୍ଟିଲମ୍ୟାନ୍‌ ଟ୍ରିକ୍‌: ଝିଅମାନେ ଯେଉଁଟା ସବୁଠାରୁ ଅଧିକ ଶୁଣିବାକୁ ପସନ୍ଦ କରିଥାନ୍ତି ଏହା ହେଉଛି ସେହି ଟ୍ରିକ୍‌। ସବୁ ଝିଅଙ୍କୁ ନିଜର ପ୍ରଶଂସା ଭଲ ଲାଗି ଥାଏ। ବାସ୍‌ ଏ ଟ୍ରିକ୍‌ରେ ପୁଅଟି ଝିଅକୁ ପ୍ରଶଂସାରେ ପୋତି ପକାଇଥାଏ। ତା’ର ହେୟାର ଷ୍ଟାଇଲ ଠାରୁ ଆରମ୍ଭ କରି ଗୋଡର ନେଲ୍‌ପଲିସ୍‌କୁ ମଧ୍ୟ ବାଦ ଦେଇ ନ ଥାଏ। ଏପରି କରି ମାହୋଲ ଏମିତି ବନାଇଥାନ୍ତି ଯେ ଶେଷରେ ଝିଅଟି ତାଙ୍କ ପ୍ରେମରେ ପଡିଯାଇଥାଏ।

Related story