Advertisment

ପ୍ରେମ ପାଠରେ ଝିଅଙ୍କ ‘ୱାଚ୍ ଆଣ୍ଡ ୱେଟ’ ପଲିସି

ବୟସର ଡେଣା ଲାଗିଲେ ମନ ଅସ୍ଥିର ହୁଏ। ସିଏ ଆଉ ଏକା ଏକା ରହିପାରେନି। ଉଡ଼ିବୁଲେ ପ୍ରେମ ଆକାଶରେ । ସାଥୀ ଟିଏ ଲାଗି ସେ ପାଗଳ ହୋଇଥାଏ। ହେଲେ ଏହି ପ୍ରେମ ପାଠ ଟିକକ ଭାରି ଜଟିଳ। ଅନେକ ପୁଅଝିଅ ପରସ୍ପରକୁ  ଭଲ ପାଉଥିବେ। ହେଲେ କେହି କାହା କହି ପାରୁ ନ ଥିବେ। ଉଭୟେ ‘ତୁ କହିବୁ ନା ମୁଁ ’ରେ ଅଟକି ଯାଇଥିବେ। ତଥାପି ଏକ୍ଷେତ୍ରରେ ପୁଅମାନେ ଝିଅମାନଙ୍କ ଠାରୁ ଆଗରେ ଥାନ୍ତି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରେମ ପାଠରେ ଝିଅଙ୍କ ‘ୱାଚ୍ ଆଣ୍ଡ ୱେଟ’ ପଲିସି

love

ବୟସର ଡେଣା ଲାଗିଲେ ମନ ଅସ୍ଥିର ହୁଏ। ସିଏ ଆଉ ଏକା ଏକା ରହିପାରେନି। ଉଡ଼ିବୁଲେ ପ୍ରେମ ଆକାଶରେ । ସାଥୀ ଟିଏ ଲାଗି ସେ ପାଗଳ ହୋଇଥାଏ। ହେଲେ ଏହି ପ୍ରେମ ପାଠ ଟିକକ ଭାରି ଜଟିଳ। ଅନେକ ପୁଅଝିଅ ପରସ୍ପରକୁ  ଭଲ ପାଉଥିବେ। ହେଲେ କେହି କାହା କହି ପାରୁ ନ ଥିବେ। ଉଭୟେ ‘ତୁ କହିବୁ ନା ମୁଁ ’ରେ ଅଟକି ଯାଇଥିବେ। ତଥାପି ଏକ୍ଷେତ୍ରରେ ପୁଅମାନେ ଝିଅମାନଙ୍କ ଠାରୁ ଆଗରେ ଥାନ୍ତି। ଝିଅମାନେ ‘ୱାଚ୍ ଆଣ୍ଡ ୱେଟ’ ପଲିସିକୁ ଆପଣାଇଥାନ୍ତି।  ସର୍ଭେ କହୁଛି ୭୦ ପ୍ରତିଶତ ମହିଳା ନିଜ ତରଫରୁ ଆଗେ ପ୍ରସ୍ତାବ ଦିଅନ୍ତି ନାହିଁ।  କେବଳ ୧୯ ପ୍ରତିଶତ ମହିଳା ହିଁ ନିଜ ତରଫରୁ ଆଗେ ରାଜି ହୋଇଥଆନ୍ତି। ସାଧୀ.କମ. ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ବାକି ୧୦.୫ ପ୍ରତିଶତ ମହିଳାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେମାନେ ନିରବ ରହିଥିଲେ।

Advertisment

ଅନ୍ୟ ଦେଶଠାରୁ ଭାରତରେ ଚିତ୍ର ଟିକେ ଅଲଗା। ଏଠି ପୁରୁଷମାନେହିଁ ନିଜ ତରଫରୁ ଆଗେ ପ୍ରେମର ଗ୍ରୀନ ସିଗ୍‌ନାଲ ଦେଇଥାନ୍ତି।  ମନସ୍ତତ୍ୱବିତ୍ ନୀତା ଭି.ସେଠୀଙ୍କ କହିବା ଅନୁଯାୟୀ ପ୍ରେମ ,ଭଲପାଇବା କଥା ଉଠିଲେ ଝିଅମାନେ ଟିକେ ପଛଘୁଞ୍ଚା ଦିଅନ୍ତି। ଏହା ହେଉଛି ଆମ ଦେଶର ପରମ୍ପରା ଆଉ ସଂସ୍କୃତି। ପରିବାରକୁ ଆଉ  ସମାଜକୁ ଭୟ ଝିଅମାନଙ୍କୁ ଟିକେ ଅଧିକ ଘାରେ।  ଆଗୁଆ ମନ ଖୋଲି କହି ଦେଲେ କାଳେ ପ୍ରତ୍ୟାଖ୍ୟାନ ହୋଇଯିବା ସେହି ଡର ମଧ୍ୟ ଥାଏ। ତେଣୁ ଯୁବତୀମାନେ ପଛଘୁଞ୍ଚା ଦିଅନ୍ତି। ପ୍ରଥମେ ପୁଅମାନେହିଁ  ନିଜ ତରଫରୁ ଆଗେ ପ୍ରେମ ପାଇଁ ପ୍ରସ୍ତାବ ଦେଇଥାନ୍ତି। ଏହା ହେଉଛି ଆମର ବିଶ୍ୱାଷ ବୋଲି ସେ କହିଛନ୍ତି।

ସେହିପରି ଆଉ ଜଣେ ମନସ୍ତତ୍ୱବିତ୍ ଗିତାଞ୍ଜଳୀ ସକ୍ସସେନାଙ୍କ ମତ ହେଲା ପ୍ରେମ ନିବେଦନ ଯେମିତି ପୁରୁଷମାନଙ୍କ ପ୍ରଥମ କର୍ତ୍ତବ୍ୟ। ଏମିତି ଧାରଣା ଆମ ସମାଜରେ କେବେଠୁ ଚଳିଆସିଛି। ତାଙ୍କ କହିବା ଅନୁଯାୟୀ ପୁଅଟିଏ ପ୍ରଥମେ ପ୍ରସ୍ତାବ ଦେଲେ ଝିଅଟି ନିଶ୍ଚିନ୍ତ ହୋଇଯାଇଥାଏ। ମନରୁ ଦ୍ୱନ୍ଦ୍ୱ ଦୂର ହୋଇଥାଏ। ପଥ ପରିସ୍କାର ହୋଇଯିବା ପରେ ଝିଅମାନେ ନିଜ ତରଫରୁ ସମ୍ପର୍କର ହାତ ବଢେଇଥାନ୍ତି। ତାଙ୍କ କହିବା ଅନୁଯାୟୀ ଯୁଗ ବଦଳିଛି। ଦିନ ଥିଲା ଆର୍ଥିକ ସ୍ଥିତି ପାଇଁ ଝିଅମାନଙ୍କୁ ପୁଅମାନଙ୍କ ଉପରେର ନିର୍ଭର କରିବାକ ପଡ଼ୁଥିଲା। ହେଲେ ସେହି ସମସ୍ୟା ଏବେ ନାହିଁ। ଯୁବତୀମାନେ ଆତ୍ମନିର୍ଭରଶୀଳ ହେଲେଣି। ଆଉ ନିଜେ ନିଷ୍ପତ୍ତି ନେବାର ଆତ୍ମବିଶ୍ୱାଷ ମଜଭୁତ ହେଲାଣି । ତେଣୁ ଏବେ ଜୀବନସାଥୀ ବାଛିବାର ଆଉ ଆଗପଛ କିଛି ନାହିଁ। ଟ୍ରେଣ୍ଡ ବଦଳିଗଲାଣି। ଆଉ ପ୍ରେମ ପାଠରେ ମହିଳାମାନେ ସ୍ମାର୍ଟ ବି ହୋଇଗଲେଣି।

Advertisment