Advertisment

ପ୍ରେମ କରୁଛନ୍ତି? ଜିଏସ୍‌ଟିକୁ ସ୍ୱାଗତ କରନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଲାଗୁ ହେବ ଜିଏସ୍‌ଟି। ଏହାକୁ ନେଇ ସାଧାରଣରେ ଅନେକ ଆଲୋଚନା। ଜିଏସ୍‌ଟି ଲାଗୁ ହେଲେ କେଉଁଥିରେ ଟିକସ କମିବ, କେଉଁଥିରେ ଟିକସ ବଢ଼ିବ ଓ କେଉଁ ଜିନିଷ ଉପରେ ଆଦୌ ଟିକସ ଦେବାକୁ ପଡ଼ିବନି ସେ ନେଇ ହେଉଛି ଆଲୋଚନା। ତେବେ ଜିଏସ୍‌ଟି ଲଭର୍ସ ବା ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଣି ଦେଇଛି ଖୁସି ଖବର। ସେମାନେ ଆରମ୍‌ରେ ରୋମାଣ୍ଟିକ୍ ଡେଟ୍ ପ୍ଲାନ୍ କରିପାରିବେ। ଏଥିପାଇଁ ପକେଟରୁ ଅଧିକ ଟଙ୍କା ବି ପୋଡ଼ିବ ନାହିଁ। ଗାର୍ଲ […]

ପ୍ରେମ କରୁଛନ୍ତି? ଜିଏସ୍‌ଟିକୁ ସ୍ୱାଗତ କରନ୍ତୁ

gst

Advertisment

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଲାଗୁ ହେବ ଜିଏସ୍‌ଟି। ଏହାକୁ ନେଇ ସାଧାରଣରେ ଅନେକ ଆଲୋଚନା। ଜିଏସ୍‌ଟି ଲାଗୁ ହେଲେ କେଉଁଥିରେ ଟିକସ କମିବ, କେଉଁଥିରେ ଟିକସ ବଢ଼ିବ ଓ କେଉଁ ଜିନିଷ ଉପରେ ଆଦୌ ଟିକସ ଦେବାକୁ ପଡ଼ିବନି ସେ ନେଇ ହେଉଛି ଆଲୋଚନା। ତେବେ ଜିଏସ୍‌ଟି ଲଭର୍ସ ବା ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଣି ଦେଇଛି ଖୁସି ଖବର। ସେମାନେ ଆରମ୍‌ରେ ରୋମାଣ୍ଟିକ୍ ଡେଟ୍ ପ୍ଲାନ୍ କରିପାରିବେ। ଏଥିପାଇଁ ପକେଟରୁ ଅଧିକ ଟଙ୍କା ବି ପୋଡ଼ିବ ନାହିଁ।

Advertisment

ଗାର୍ଲ ଫ୍ରେଣ୍ଡକୁ ନେଇ କୌଣସି ଫାଇଭ୍ ଷ୍ଟାର୍ ହୋଟେଲ୍‌କୁ ଖାଇବାକୁ ଯିବାକୁ ଚିନ୍ତା କରୁଛନ୍ତି, କିନ୍ତୁ ପକେଟ୍‌ରେ ସେତିକି ଟଙ୍କା ନ ଥିବାରୁ ଅଟକି ଯାଇଛନ୍ତି କି? ସେମିତି ହୋଇଥିଲେ ଏବେ ପ୍ଲାନ୍ କରି ନିଅନ୍ତୁ। କାରଣ ଆସନ୍ତାକାଲି ଠାରୁ ଜିଏସ୍‌ଟି ଲାଗୁ ହେଲେ ହୋଟେଲ୍ ଭଡ଼ା ୨୮ ପ୍ରତିଶତରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ କମିଯିବ।

ଯଦି ପାର୍ଟନର ସହିତ ଆପଣଙ୍କ କୌଣସି ଥିଏଟର୍‌ରେ ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି, ତା’ହେଲେ ବି ଜିଏସ୍‌ଟି ଆଣି ଦେଇଛି ଖୁସି ଖବର। ସରକାର ଫିଲ୍ମ ଟିକସ୍ ଉପରେ ଜିଏସ୍‌ଟିକୁ ୨୮ ପ୍ରତିଶତର ପୂର୍ବ ନିର୍ଦ୍ଧାରିତ ମୂଲ୍ୟଠାରୁ ୧୦୦ରୁ ୧୮ ପ୍ରତିଶତ ହ୍ରାସ କରିଛନ୍ତି।

Advertisment

ପୂରା ସାତ ଦିନ ଅପେକ୍ଷା କରିବା ପରେ ପାଟନର୍ରକୁ ସାକ୍ଷାତ କରିବା ପାଇଁ ଉବେର କିମ୍ୱା ଓଲା ବୁକ୍ କଲା ବେଳେ ଆପଣଙ୍କୁ ୬ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା। ଏବେ ଜିଏସ୍‌ଟି ଲାଗୁ ହେବା ପରେ ଆପଣଙ୍କୁ ମାତ୍ର ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe