ଶରୀରରେ ଅଛି କଳାଜାଇ, ଜାଣନ୍ତୁ ସୌଭାଗ୍ୟ ନା ଦୁର୍ଭାଗ୍ୟ ଆଣିବ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପ୍ରତ୍ୟେକ ବ୍ୟକ୍ତିଙ୍କର ଶରୀରର କେଉଁଠି ନା କେଉଁଠି କଳାଜାଇ ଥାଏ। ହସ୍ତରେଖା ବିଜ୍ଞାନରେ କିଛି କଳାଜାଇ ଚିହ୍ନକୁ ଅଶୁଭ ବୋଲି  ବିବେଚନା କରାଯାଏ। କିନ୍ତୁ କିଛି ଏପରି ସ୍ଥାନ ରହିଛି ଯେଉଁଠି କଳାଜାଇ ଥିଲେ ମଣିଷ ଧନି ହେବା ସହ ମାନ-ସମ୍ମାନ ମଧ୍ୟ ପ୍ରାପ୍ତ ହୁଏ। ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ସଙ୍କେତ ଦିଏ। ୧: ସମୁଦ୍ରଶାସ୍ତ୍ର ଅନୁଯାୟୀ ଆପଣଙ୍କ ନାଭି ପାଖରେ କଳାଯାଇ ଥିଲେ […]

h-555

Rakesh Mallick
  • Published: Monday, 16 July 2018
  • , Updated: 26 March 2019, 08:06 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପ୍ରତ୍ୟେକ ବ୍ୟକ୍ତିଙ୍କର ଶରୀରର କେଉଁଠି ନା କେଉଁଠି କଳାଜାଇ ଥାଏ। ହସ୍ତରେଖା ବିଜ୍ଞାନରେ କିଛି କଳାଜାଇ ଚିହ୍ନକୁ ଅଶୁଭ ବୋଲି  ବିବେଚନା କରାଯାଏ। କିନ୍ତୁ କିଛି ଏପରି ସ୍ଥାନ ରହିଛି ଯେଉଁଠି କଳାଜାଇ ଥିଲେ ମଣିଷ ଧନି ହେବା ସହ ମାନ-ସମ୍ମାନ ମଧ୍ୟ ପ୍ରାପ୍ତ ହୁଏ। ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ସଙ୍କେତ ଦିଏ।

୧: ସମୁଦ୍ରଶାସ୍ତ୍ର ଅନୁଯାୟୀ ଆପଣଙ୍କ ନାଭି ପାଖରେ କଳାଯାଇ ଥିଲେ ଏହା ଅନେକ ଶୁଭଫଳ ଦେଇଥାଏ। ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେଇଥାଏ।

୨: ଗୋଡ଼ର ବୁଢ଼ା ଆଙ୍ଗୁଳିରେ କଳାଯାଇ ଥିଲେ ଆପଣଙ୍କୁ ସମାଜରେ ମାନ-ସମ୍ମାମ ଓ ପ୍ରତିଷ୍ଠା ମିଳିବ।

୩: କାନ ଉପରେ କଳାଯାଇ ଥିବା ବ୍ୟକ୍ତି ଜ୍ଞାନୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନିଜର ବୁଦ୍ଧି ବଳରେ ଖୁବ୍‌ ଧନ ଅର୍ଜନ କରନ୍ତି।

୪: ଯେଉଁମାନଙ୍କ ପିଠିରେ କଳାଯାଇ ଥାଏ ସେମାନେ ଭୌତିକବାଦି ଓ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଏମିତି ବ୍ୟକ୍ତିମାନେ ଟଙ୍କା ସଞ୍ଚୟ କରିବା ବଦଳରେ ଅର୍ଜିତ ଅର୍ଥକୁ ମନଖୋଲି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି। ଏମାନଙ୍କ ଜୀବନ  ବିଳାସପୂର୍ଣ୍ଣ ହୋଇଥାଏ।

୫:  ଯେଉଁବ୍ୟକ୍ତିଙ୍କ କାନ ପଟିରେ ଏହି ଚିହ୍ନ  ଥାଏ, ସେମାନଙ୍କର ଖୁବ୍‌ ଶୀଘ୍ର ବିବାହ ହୋଇଥାଏ। ଏମାନଙ୍କୁ ସୁନ୍ଦରି ସ୍ତ୍ରୀ ମିଳିଥାଏ। ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ଏମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।

Related story