Advertisment

ଆପଣ ମ୍ୟାଗି ପକୋଡ଼ା ଖାଇଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବିଭିନ୍ନ ପ୍ରକାର ପକୋଡ଼ା ଖାଇଥିବେ। ପକୋଡ଼ା ପ୍ରାୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ। ବିଭିନ୍ନ ପ୍ରକାର ମସଲା ପକାଇ ହେଉ ବା ଚିକେନ୍‌, ମଟନ୍‌ ପନିର୍‌ ଇତ୍ୟାଦି, ଅନେକ ପ୍ରକାର ପକୋଡ଼ା ଆମେ ଖାଇଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ନୂଆ ଜିନିଷରେ ପକୋଡ଼ା ତିଆରି କରିବା  ଶିଖାଇବୁ ଯାହା ଆପଣ କେବେ ଖାଇ ନ ଥିବେ। ଘରେ ଘରେ ଛୋଟଠୁ ବଡ଼ ସମସ୍ତଙ୍କର ମ୍ୟାଗି ଭାରି ପସନ୍ଦ। ତେବେ କେବେ […]

ଆପଣ ମ୍ୟାଗି ପକୋଡ଼ା ଖାଇଛନ୍ତି କି?

m22

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବିଭିନ୍ନ ପ୍ରକାର ପକୋଡ଼ା ଖାଇଥିବେ। ପକୋଡ଼ା ପ୍ରାୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ। ବିଭିନ୍ନ ପ୍ରକାର ମସଲା ପକାଇ ହେଉ ବା ଚିକେନ୍‌, ମଟନ୍‌ ପନିର୍‌ ଇତ୍ୟାଦି, ଅନେକ ପ୍ରକାର ପକୋଡ଼ା ଆମେ ଖାଇଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ନୂଆ ଜିନିଷରେ ପକୋଡ଼ା ତିଆରି କରିବା  ଶିଖାଇବୁ ଯାହା ଆପଣ କେବେ ଖାଇ ନ ଥିବେ।

Advertisment

ଘରେ ଘରେ ଛୋଟଠୁ ବଡ଼ ସମସ୍ତଙ୍କର ମ୍ୟାଗି ଭାରି ପସନ୍ଦ। ତେବେ କେବେ ଆପଣ ମ୍ୟାଗିରେ ତିଆରି ପକୋଡ଼ା ଖାଇଛନ୍ତି କି? ଏହା ଅନ୍ୟ ସବୁ ପକୋଡ଼ା ଭଳି ପ୍ରସ୍ତୁତ ହୋଇଥାଏ। ଆଉ ଏହା ଆଖିକୁ ମଧ୍ୟ ସୁନ୍ଦର ଦେଖାଯାଇଥାଏ। ତାହାଲେ ପଢ଼ନ୍ତୁ ଘରେ କିପରି ମ୍ୟାଗି ପକୋଡ଼ା ତିଆରି କରିବେ।

publive-image

ଆବଶ୍ୟକୀୟ ସାମଗ୍ରୀ

ମ୍ୟାଗି, ପାଣି, ତେଲ, ଛୋଟ କଟା ହୋଇଥିବା ବନ୍ଧା କୋବି, ପିଆଜ, ଧନିଆଁ ପତ୍ର, କ୍ୟାପ୍‌ସିକମ୍‌, ଗାଜର, କଞ୍ଚା ଲଙ୍କା, ଅଦା, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଗରମ ମସଲା, ବଟର୍‌, ମ୍ୟାଗି ମସଲା, ଚାଉଳ ଗୁଣ୍ଡ, ବେସନ ଏବଂ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ର ନେଇ ସେଥିରେ ପାଣି ଦେଇ ମ୍ୟାଗିକୁ ସିଝାଇ ଦିଅନ୍ତୁ। ଏହାକୁ ପୂରା ନ ସିଝାଇ ୬୦ରୁ ୭୦ ଭାଗ ସିଝାଇବେ। ଆଉ ମନେ ରଖନ୍ତୁ ମ୍ୟାଗି  ସିଝାଇଲା ବେଳେ ସେଥିରେ ମ୍ୟାଗି ମସଲା ପକାଇବେ ନାହିଁ।  ସିଝାଇ ସାରିଲା ମ୍ୟାଗିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ତା ପରେ ସେଥିରେ ଛୋଟ କଟା ହୋଇଥିବା ବନ୍ଧା କୋବି, ପିଆଜ, ଧନିଆଁ ପତ୍ର, କ୍ୟାପ୍‌ସିକମ୍‌, ଗାଜର, କଞ୍ଚା ଲଙ୍କା, ଅଦା, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଗରମ ମସଲା, ବଟର୍‌, ମ୍ୟାଗି ମସଲା, ଚାଉଳ ଗୁଣ୍ଡ, ବେସନ ଏବଂ ଲୁଣ ସ୍ୱାଦ ଅନୁସାରେ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।

ମନେରଖନ୍ତୁ ସେଥିରେ ପାଣି ପକାଇବେ ନାହିଁ। ମ୍ୟାଗିରେ ଥିବା ପାଣି ଅଂଶରେ ହିଁ ଆପଣ ଏହି ସବୁକୁ ମିଶାଇବେ।

ଏହା ପରେ ମ୍ୟାଗିରେ ମିଶା ଯାଇଥିବା ମସଲାଗୁଡ଼ିକୁ ଛୋଟ ଛୋଟ ବଲ୍‌ ଆକାରର କରି ଗୋଟେ ପାତ୍ରରେ ରଖନ୍ତୁ। ଏହା ପରେ ଏକ ପାତ୍ରରେ ମଇଦାରେ ପାଣି ପକାଇ ଘୋଳ କରନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରରେ କଞ୍ଚା ମ୍ୟାଗିକୁ ଗୁଣ୍ଡ କରି ରଖନ୍ତୁ।

ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ମ୍ୟାଗି ବଲ୍‌ଗୁଡ଼ିକୁ ମଇଦା ଘୋଳରେ ବୁଡ଼ାଇ ଦିଅନ୍ତୁ।  ତା ପରେ ଗୁଣ୍ଡ ମ୍ୟାଗି ଉପରେ ରଖି ବଲ୍‌ ଚାରିପଟେ  ଏହାକୁ ଲଗାଇ ଦିଅନ୍ତୁ।

ଏହା ପରେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ ହେଲା ପରେ ସେହି ବଲ୍‌ ଗୁଡ଼ିକୁ ଛାଣନ୍ତୁ। ଗୋଲଡେନ୍‌ କଲର୍‌ର ହେବା ପରେ ତାହାକୁ ବାହାର କରି ଦିଅନ୍ତୁ।  ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଟେଷ୍ଟି ମ୍ୟାଗି ପକୋଡ଼ା।

ଏହାକୁ ଆପଣ ଯେ, କୌଣସି ଚଟଣି ବା ସସ୍‌ ସହ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe