Advertisment

ଲକ୍‌ଡାଉନ୍ ବେଳେ ଘରେ ପ୍ରସ୍ତୁତ କରନ୍ତୁ ଏହି ଏନର୍ଜୀ ଡ୍ରିଙ୍କ୍

ବର୍ଷା ହେଉ ବା ଶୀତ, ଶରୀରରେ ପ୍ରଚୂର ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ଆଉ ଏନର୍ଜୀ ରହିବା ନିହାତି ଆବଶ୍ୟକ। ତେବେ ଗ୍ରୀଷ୍ଣ ଋତୁରେ ଏହା ଟିକିଏ ଅଧିକା ଆବଶ୍ୟକ ହୋଇଥାଏ। ଏପଟେ କରୋନା ଭୂତାଣୁ ଲାଗି ଭାରତରେ ଲକ୍‌ଡାଉନ୍‌ ଅଛି। ଏଣୁ ସମସ୍ତେ ଘରେ ରହୁଥିବା ବେଳେ ଜରୁରୀକାଳୀନ ତଥା ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନେ ଅହରହ ନିଜ ଦାୟିତ୍ୱ ତୁଲାଉଛନ୍ତି। ଏହାବ୍ୟତୀତ ଅନେକ ଲୋକ ଘରେ ରହି ମଧ୍ୟ ଅଫିସ୍ କାମ ତୁଲାଉଛନ୍ତି। ଏଭଳି […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ବେଳେ ଘରେ ପ୍ରସ୍ତୁତ କରନ୍ତୁ ଏହି ଏନର୍ଜୀ ଡ୍ରିଙ୍କ୍

energy drink

Advertisment

ବର୍ଷା ହେଉ ବା ଶୀତ, ଶରୀରରେ ପ୍ରଚୂର ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ଆଉ ଏନର୍ଜୀ ରହିବା ନିହାତି ଆବଶ୍ୟକ। ତେବେ ଗ୍ରୀଷ୍ଣ ଋତୁରେ ଏହା ଟିକିଏ ଅଧିକା ଆବଶ୍ୟକ ହୋଇଥାଏ। ଏପଟେ କରୋନା ଭୂତାଣୁ ଲାଗି ଭାରତରେ ଲକ୍‌ଡାଉନ୍‌ ଅଛି। ଏଣୁ ସମସ୍ତେ ଘରେ ରହୁଥିବା ବେଳେ ଜରୁରୀକାଳୀନ ତଥା ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନେ ଅହରହ ନିଜ ଦାୟିତ୍ୱ ତୁଲାଉଛନ୍ତି। ଏହାବ୍ୟତୀତ ଅନେକ ଲୋକ ଘରେ ରହି ମଧ୍ୟ ଅଫିସ୍ କାମ ତୁଲାଉଛନ୍ତି। ଏଭଳି ସ୍ଥିତିରେ ଶରୀରରେ ପର୍ଯ୍ୟାପ୍ତ ଶକ୍ତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ତେବେ ଆଜି ଏକ ଏପରି ପାନୀୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା, ଯାହା ଆପଣଙ୍କୁ ଭରପୂର ଏନର୍ଜୀ ଦେବ। ଏଥିପାଇଁ ଆପଣ ଦୋକାନ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ। ବରଂ ଲକ୍‌ଡାଉନ୍‌ ସମୟରେ ଘରେ ଥାଇ ମଧ୍ୟ ସହଜରେ ଏହାକୁ ତିଆରି କରିପାରିବେ। ଏହି ପାନୀୟ ପ୍ରସ୍ତୁତ କରିବାର ପଦ୍ଧତି ଅତି ସହଜ ଓ ସରଳ, ଯାହା ମାତ୍ର ୫ମିନିଟରେ ପ୍ରସ୍ତୁତ ହୋଇପାରିବ। ଏହାର ଉପକାରିତା ଏବଂ ଏହାକୁ ତିଆରି କରିବାର ପଦ୍ଧତି ବିଷୟରେ ଆସନ୍ତୁ ଜାଣିବା।

ସାମଗ୍ରୀ
  • ପଇଡ଼ ପାଣି ୧ ଗ୍ଲାସ।
  • ଏକ ଚାମଚ ଲୁଣ।
  • ମହୁ ୧ ଚାମଚ।
  • ଗୋଟିଏ ଲେମ୍ବୁ।

ସର୍ବପ୍ରଥମେ, ଏକ ଗ୍ଲାସରେ ପଇଡ଼ ପାଣି ରଖନ୍ତୁ। ଏବେ ସେଥିରେ ମହୁ ମିଶାଇ ଭଲ ଭାବେ ଗୋଳାନ୍ତୁ। ମହୁ ପଇଡ଼ ପାଣିରେ ସମ୍ପୂର୍ଣ୍ଣ ମିଶିବା ପର୍ଯ୍ୟନ୍ତ ଗୋଳାନ୍ତୁ। ବର୍ତ୍ତମାନ ସେଥିରେ ଲେମ୍ବୁ ରସ ମିଶାନ୍ତୁ ଓ ଟିକେ ଲୁଣ ଦେଇ ଏହି ଚମତ୍କାର ସ୍ୱାଦିଷ୍ଟ ଶକ୍ତି ପାନୀୟକୁ ପିଅନ୍ତୁ |

Advertisment

ସକାଳେ ଏବଂ ମଧ୍ୟାହ୍ନରେ ଆପଣ ଏହି ପାନୀୟକୁ ପିଇପାରିବେ। ପଇଡ଼ ପାଣିରେ ୭୯ କିଲୋଗ୍ରାମ୍ ଜୁଲ କ୍ୟାଲୋରୀ ଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe