Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମଲାଇ କେକ୍‌

ଆବଶ୍ୟକ ସାମଗ୍ରୀ:ମଇଦା, ଚିନି, ରିଫାଇନ, ବେକିଂ ପାଉଡର, ବେକିଂ ସୋଡ଼ା, କ୍ଷୀର, ଗୁଜରାତି ଗୁଣ୍ଡ, କେଶର,ଡ୍ରାଏ ଫ୍ରୁଟସ୍‌ । ପ୍ରସ୍ତୁତି ପ୍ରଣାଳୀ: ଏକ ବଡ଼ ଚାମଚ ରିଫାଇନ ତେଲ, ସମ ପରିମାଣର ଦହି, ଅଧା କପ ଚିନି ପାଉଡରକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ଏକ କପ୍‌ ମଇଦା, ଏକ ଛୋଟ ଚାମଚ ବେକିଂ ପାଉଡର, ଅଧା ଚାମଚ ବେକିଂ ସୋଡ଼ାକୁ ଭଲ ଭାବେ ମିଶାନ୍ତୁ। ଏହାପରେ ଏଥିରେ ଆସ୍ତେ ଆସ୍ତେ କ୍ଷୀର […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମଲାଇ କେକ୍‌

malai cake

Advertisment

ଆବଶ୍ୟକ ସାମଗ୍ରୀ:ମଇଦା, ଚିନି, ରିଫାଇନ, ବେକିଂ ପାଉଡର, ବେକିଂ ସୋଡ଼ା, କ୍ଷୀର, ଗୁଜରାତି ଗୁଣ୍ଡ, କେଶର,ଡ୍ରାଏ ଫ୍ରୁଟସ୍‌ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ଏକ ବଡ଼ ଚାମଚ ରିଫାଇନ ତେଲ, ସମ ପରିମାଣର ଦହି, ଅଧା କପ ଚିନି ପାଉଡରକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ଏକ କପ୍‌ ମଇଦା, ଏକ ଛୋଟ ଚାମଚ ବେକିଂ ପାଉଡର, ଅଧା ଚାମଚ ବେକିଂ ସୋଡ଼ାକୁ ଭଲ ଭାବେ ମିଶାନ୍ତୁ। ଏହାପରେ ଏଥିରେ ଆସ୍ତେ ଆସ୍ତେ କ୍ଷୀର ମିଶାଇ ଗୋଳାନ୍ତୁ। ଏହାକୁ ଆଣ ଭଳି ପ୍ରସ୍ତୁତ କରି ଦିଅନ୍ତୁ।

ଏହାପରେ ଗ୍ୟାସରେ କରେଇ ବସାଇ ଦେଢ ଗ୍ଲାସ ପାଣି ଦିଅନ୍ତୁ ।  ଏହାପରେ ସେଥିରେ ଏକ ଷ୍ଟାଣ୍ଡ ରଖି ଘୋଡାଇ ଦିଅନ୍ତୁ।  ଏହାପରେ ଏକ ପାତ୍ରରେ ରିଫାଇନ ଅଏଲ ମାରି ଦିଅନ୍ତୁ।   ସେଥିରେ କେକ୍‌ ଘୋଳକୁ ଢାଳି ଦିଅନ୍ତୁ। ଏହାପରେ ତାକୁ କରେଇରେ ପାଣି ଉପରେ ରଖି  ଘୋଡ଼ାଇ ଦିଅନ୍ତୁ। ଏହାକୁ ଧିମା ଆଞ୍ଚରେ ଅଧ ଘଣ୍ଟା ପର୍ଯ୍ୟନ୍ତ ବସାଇ ଦିଅନ୍ତୁ।

Advertisment

ଏହାପରେ ଏକ ପ୍ୟାନ୍‌ରେ ଏକ ଲିଟର କ୍ଷୀର ନେଇ ତାକୁ ଫୁଟାନ୍ତୁ। ଏଥିରେ  ସ୍ୱାଦ ଅନୁଯାୟୀ ଚିନି ପକାନ୍ତୁ। ସେଥିରେ ଗୁଜରାତି ଗୁଣ୍ଡ, କେଶର ମିଶାଇ ଘାଣ୍ଟନ୍ତୁ। ଏହାପରେ ଧିମା ଆଞ୍ଚରେ କ୍ଷୀରକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଗାଢ଼ା ହୋଇଗଲା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ।

ଏହାପରେ କେକ୍‌କୁ ବାହାର କରି ତା’ ଉପରେ ରାବିଡି ପକାଇ ଦିଅନ୍ତୁ। ଏହାକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।  ଏହାପରେ ଡ୍ରାଏ ଫ୍ରୁଟସ୍‌ ସହ ଗାର୍ନିସ କରି କାଟି ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe