Advertisment

କେଶ ଝଡ଼ୁଛି କି? ମୁକ୍ତି ଦେବ ମନ୍ଦାର

ନାରୀର ସୌନ୍ଦର୍ଯ୍ୟ ବଢ଼ାଏ ସେମାନଙ୍କ ଲମ୍ବା ଓ ଘନ କେଶ। ହେଲେ ବର୍ତ୍ତମାନ ସମୟରେ ମହିଳାଙ୍କ ସବୁଠାରୁ ବଡ଼ ସମସ୍ୟା ହେଲା କେଶ ଝଡ଼ିବା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି। ତେବେ ଏହାର ଏକ ଭଲ ଘରୋଇ ଉପଚାର ରହିଛି। କେଶ ଝଡ଼ିବାରୁ ମନ୍ଦାର ଗଛ ଆପଣଙ୍କୁ ମୁକ୍ତି ଦେଇ ପାରିବ। ଏହାର ପତ୍ର ଓ ଫୁଲ କେଶ ପାଇଁ ବହୁତ ଉପକାରୀ। ୧) ମନ୍ଦାର ଫୁଲ କିମ୍ବା […]

କେଶ ଝଡ଼ୁଛି କି? ମୁକ୍ତି ଦେବ ମନ୍ଦାର  

flower

Advertisment

ନାରୀର ସୌନ୍ଦର୍ଯ୍ୟ ବଢ଼ାଏ ସେମାନଙ୍କ ଲମ୍ବା ଓ ଘନ କେଶ। ହେଲେ ବର୍ତ୍ତମାନ ସମୟରେ ମହିଳାଙ୍କ ସବୁଠାରୁ ବଡ଼ ସମସ୍ୟା ହେଲା କେଶ ଝଡ଼ିବା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି। ତେବେ ଏହାର ଏକ ଭଲ ଘରୋଇ ଉପଚାର ରହିଛି। କେଶ ଝଡ଼ିବାରୁ ମନ୍ଦାର ଗଛ ଆପଣଙ୍କୁ ମୁକ୍ତି ଦେଇ ପାରିବ। ଏହାର ପତ୍ର ଓ ଫୁଲ କେଶ ପାଇଁ ବହୁତ ଉପକାରୀ।

Advertisment

୧) ମନ୍ଦାର ଫୁଲ କିମ୍ବା ପତ୍ରକୁ ନଡ଼ିଆ ଅବା ସୋରିଷ ତେଲ ସହ ଫୁଟାଇ ଦିଅନ୍ତୁ।  ଏହା ପରେ ଏହି ତେଲକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ହାଲ୍‌କା ହାତରେ ମୁଣ୍ଡରେ ଲଗାନ୍ତୁ। ଏମିତି ମାସେ ପର୍ଯ୍ୟନ୍ତ କଲେ କେଶ ଝଡ଼ିବା ବନ୍ଦ ହୋଇଯିବ ଏବଂ କେଶ ଲମ୍ବା ଓ ଘନ ହେବ।

୨) ମନ୍ଦାର ଫୁଲ ଓ ପତ୍ରକୁ ଏକାଠି ସିଝାଇ ଦିଅନ୍ତୁ। ସିଝିଗଲା ପରେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶ ମୂଳରେ ଲଗାନ୍ତୁ। ଏମିତି କଲେ କେଶ କଳା ଓ ଘନ ହେବ।

Advertisment

୩) ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦୀ ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe