Advertisment

ଗରମ ଦିନେ ଲିଚି ଭରପୁର ମାତ୍ରାରେ ଖାଆନ୍ତୁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ।  ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ  ଆମେ ଚେଷ୍ଟା କରୁ  । ଆପଣ ଜାଣିଛନ୍ତି ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି। ଖରାଦିନେ ଲିଚି ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚିରେ ଜଲର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ […]

ଅଦ୍ୟତନ ହୋଇଛି
ଗରମ ଦିନେ ଲିଚି ଭରପୁର ମାତ୍ରାରେ ଖାଆନ୍ତୁ...

lichhi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ।  ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ  ଆମେ ଚେଷ୍ଟା କରୁ  । ଆପଣ ଜାଣିଛନ୍ତି ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି।

Advertisment

ଖରାଦିନେ ଲିଚି ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚିରେ ଜଲର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର ମାତ୍ରା କମ୍‌ ହେବାକୁ ଦିଏ ନାହିଁ। ଲିଚି ଖାଇବା ଦ୍ୱାରା ଆମ ଶରୀରକୁ ଭିଟାମିନ୍‌ ସି, ପଟାସିୟମ୍‌, ଓ ନେଚୁରାଲ୍‌ ସୁଗାର ମିଳିଥାଏ। ଏହା ସହ ଗରମ ଦିନେ ଲିଚି ଶରୀରରକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଲିଚି ଖାଇବା ଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ, ଆସନ୍ତୁ ଆଣିବା।

publive-imageପେଟ ରୋଗ ପାଇଁ ଉପକାରୀ: ଗରମ ଦିନ ଆସିବା ମାତ୍ରେ ପେଟ ସମ୍ବନ୍ଧିତ ଅନେକ ରୋଗ ଦେଖିବାକୁ ମିଳିଥାଏ। ଏହି ପାଗରେ ବାନ୍ତି, କବଜ ଭଳି ରୋଗ ଦେଖାଯାଇଥାଏ। ଏମିତି କି ଲିଚି ସେବନ କରିବା ଦ୍ୱାରା ହଜମ ମଧ୍ୟ ଠିକ୍‌ ଭାବେ ହୋଇଥାଏ।

Advertisment

ଥକା କମ୍‌ ଲାଗିଥାଏ: ଅଫିସ୍‌ କିମ୍ବା ଘରେ କାମ କରିବା ଦ୍ୱାରା ବହୁତ ଥକା ଅନୁଭୂତ ହୋଇଥାଏ।  ଏହି ଦିନ ଲିଚି ସେବନ କରିବା ଆବଶ୍ୟକ। ଲିଚିରେ ମିଳୁଥିବା ଭିଟାମିନ୍‌ ଓ ମିନର୍ଲସ ଆମ ଶରୀର ପାଇଁ  ଲାଭଦାୟକ ହୋଇଥାଏ। ଲିଚି ସେବନ କରିବା ଦ୍ୱାରା ଆମ ଇମ୍ୟୁନିଟି ସିଷ୍ଟମ୍‌ ବି ଠିକ୍‌ ରହିଥାଏ।

ଓଜନ କମ୍‌ କରିବାରେ ସହାୟକ ହୋଇଥାଏ: ଲିଚି ସ୍ୱାଦ ସହ ଆମ ଶରୀରରେ ବଢ଼ୁଥିବା ଓଜନକୁ କମ୍‌ କରିବାରେ ସହାୟକ ହୋଇଥାଏ। ଲିଚିରେ ଅଧିକ ମାତ୍ରାରେ ଫାଇବର ଥାଏ, ଯାହାକି ଓଜନ କମ୍‌ କରିଥାଏ। ଆହୁରି ଅନେକ ସମସ୍ୟାକୁ ବି ଏହା ରୋକିଥାଏ।

ଥଣ୍ଡା କାଶରୁ ମୁକ୍ତି: ଲିଚି ଖାଇବା ଦ୍ୱାରା ଏଥିରୁ ମିଳୁଥିବା ଭିଟାମିନ୍‌ର ମାତ୍ରା ଥଣ୍ଡା, କାଶ ଜ୍ୱର ଓ ଗଳାରେ ହୋଇଥିବା ସଂକ୍ରମଣକୁ ବି ରୋକିଥାଏ।

publive-imageବ୍ଲଡ୍‌ପ୍ରେସରକୁ ସନ୍ତୁଳନ କରେ ଓ ହାର୍ଟ୍‌ ସମସ୍ୟାକୁ ଭଲ କରିଥାଏ: ଲିଚିରେ ମିଳୁଥିବା ପଟାସିୟମ୍‌ ବ୍ଲଡ୍‌ ପ୍ରେସର ସନ୍ତୁଲନ ରଖିଥାଏ। ଏହା ଛଡ଼ା ଲିଚି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ରହିଥାଏ। ଫଳରେ ହାର୍ଟ୍‌ ଆଟାକ୍‌ର ଆଶଙ୍କା କମ୍‌ ହୋଇଥାଏ।

କର୍କଟ ଓ ଆର୍ଥାରାଇଟ୍‌ସ ପାଇଁ ଉପଯୋଗୀ: ଲିଚି ସେବନ କରିବା ଦ୍ୱାରା କର୍କଟ ରୋଗର ସେଲ୍ସ ବଢ଼ି ନଥାଏ। ଏଥିରେ କ୍ୟାନ୍ସର ସେଲ୍ସ ସହ ଲଢ଼ିବାର ଗୁଣ ବି ରହିଥାଏ। ସେଥିପାଇଁ ଲିଚି ଖାଇବା ଦ୍ୱାରା କର୍କଟ ରୋଗ ହେବା ବିପଦ କମିଯାଇଥାଏ। ଆର୍ଥରାଇଟ୍‌ସରେ ପୀଡ଼ିତ ଲୋକ ବି ଲିଚି ଖାଇବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe