କେଉଁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବେ, ପଢ଼ନ୍ତୁ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ନେଇ ଅନେକ କଥା କୁହାଯାଇଛି। ଏଥିରେ ବିବାହର ଶୁଭ ମୂହୁର୍ତ୍ତ ଉଲ୍ଲେଖ କରାଯିବା ସହିତ ବିବାହ କେବେ କଲେ ଶୁଭ ଓ ଅଶୁଭ ସେ ବିଷୟରେ ମଧ୍ୟ କୁହାଯାଇଛି। ଏହା ବ୍ୟତିତ ବିବାହ କରିବା ପାଇଁ କେଉଁ ରାଶିର ବ୍ୟକ୍ତି ଶୁଭ, ଏହି କଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ। କୁହାଯାଏ କି ଏପରି କରିବା ଦ୍ୱାରା ବୈବାହିକ ଜୀବନ ହସଖୁସିରେ ଭରି ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ […]

vv

vv

Mihir Pattnayak
  • Published: Sunday, 04 November 2018
  • Updated: 04 November 2018, 04:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ନେଇ ଅନେକ କଥା କୁହାଯାଇଛି। ଏଥିରେ ବିବାହର ଶୁଭ ମୂହୁର୍ତ୍ତ ଉଲ୍ଲେଖ କରାଯିବା ସହିତ ବିବାହ କେବେ କଲେ ଶୁଭ ଓ ଅଶୁଭ ସେ ବିଷୟରେ ମଧ୍ୟ କୁହାଯାଇଛି। ଏହା ବ୍ୟତିତ ବିବାହ କରିବା ପାଇଁ କେଉଁ ରାଶିର ବ୍ୟକ୍ତି ଶୁଭ, ଏହି କଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ।

କୁହାଯାଏ କି ଏପରି କରିବା ଦ୍ୱାରା ବୈବାହିକ ଜୀବନ ହସଖୁସିରେ ଭରି ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ବ୍ୟକ୍ତି ସହ ବିବାହ କରିବା ଉଚିତ୍‌।

ମେଷ: ମେଷ ରାଶିର ବ୍ୟକ୍ତି ଜ୍ୟୋତିଷ ଅନୁସାରେ ବିଛା ରାଶିର ପୁଅ କିମ୍ୱା ଝିଅଙ୍କୁ ବିବାହ କଲେ ଭଲ।
ବୃଷ: ଏହି ରାଶିର ବ୍ୟକ୍ତି ଧନୁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌।
ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ମକର ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଶୁଭ ବୋଲି ଧରାଯାଇଥାଏ।
ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତି ବିଛା ରାଶି ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ୍‌ ନୁହେଁ।
କନ୍ୟା: କନ୍ୟା ରାଶିର ବ୍ୟକ୍ତି ସିଂହ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌।
ତୁଳା: ଏହି ରାଶିର ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଭଲ।
ବିଚ୍ଛା:  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଛା ରାଶିର ବ୍ୟକ୍ତି ମେଷ ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଅଶୁଭ ହୋଇଥାଏ।
ଧନୁ: ଧନୁ ରାଶିର ବ୍ୟକ୍ତିଙ୍କୁ ବୃଷ ରାଶି ସହିତ ବିବାହ କରିବା ଉଚିତ୍‌ ନୁହେଁ।
ମକର: ଏହି ରାଶିର ବ୍ୟକ୍ତି କେବଳ ମିଥୁନ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଭଲ।
କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିଙ୍କୁ କର୍କଟ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ପାଇଁ ଉଚିତ୍ ନୁହେଁ।
ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିର ଜାତକଧାରୀ ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଉଚିତ୍‌। ଏହା ବ୍ୟତିତ ଅନ୍ୟ ରାଶିର ବ୍ୟକ୍ତିଙ୍କୁ ବିବାହ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos