Advertisment

ବାହାଘର ପରେ ପୁରୁଷଙ୍କ ଅପେକ୍ଷା ମହିଳା ଦେଖନ୍ତି ଅଧିକ ପର୍ନ ଫିଲ୍ମ

ଏକ ଧାରଣା ରହି ଆସିଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପର୍ନ ଫିଲ୍ମ ଦେଖନ୍ତି। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପର୍ନ ଫିଲ୍ମ ଦେଖନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା  ଜଣାପଡ଼ିଛି। ପର୍ନ ଫିଲ୍ମ ସଂପର୍କତ ଏହି ଗବେଷଣାରେ ୧୦୦ ଦମ୍ପତିଙ୍କୁ ସାମିଲ କରାଯାଇଥିଲା। ଗବେଷକମାନେ ଜାଣିବାକୁ ଚାହୁଁଥିଲେ ବାହାଘର ପରେ ମହିଳା ଓ ପୁରୁଷଙ୍କ ସେକ୍ସୁଆଲ୍ ଆଟିଚ୍ୟୁଡ୍‌ରେ କିପରି ପରିବର୍ତ୍ତନ ହୁଏ। ଗବେଷଣାରେ ସାମିଲ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାହାଘର ପରେ ପୁରୁଷଙ୍କ ଅପେକ୍ଷା ମହିଳା ଦେଖନ୍ତି ଅଧିକ ପର୍ନ ଫିଲ୍ମ

w1

ଏକ ଧାରଣା ରହି ଆସିଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପର୍ନ ଫିଲ୍ମ ଦେଖନ୍ତି। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପର୍ନ ଫିଲ୍ମ ଦେଖନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା  ଜଣାପଡ଼ିଛି।

Advertisment

ପର୍ନ ଫିଲ୍ମ ସଂପର୍କତ ଏହି ଗବେଷଣାରେ ୧୦୦ ଦମ୍ପତିଙ୍କୁ ସାମିଲ କରାଯାଇଥିଲା। ଗବେଷକମାନେ ଜାଣିବାକୁ ଚାହୁଁଥିଲେ ବାହାଘର ପରେ ମହିଳା ଓ ପୁରୁଷଙ୍କ ସେକ୍ସୁଆଲ୍ ଆଟିଚ୍ୟୁଡ୍‌ରେ କିପରି ପରିବର୍ତ୍ତନ ହୁଏ। ଗବେଷଣାରେ ସାମିଲ ୯ ପ୍ରତିଶତ ବିବାହିତ ମହିଳା କହିଥିଲେ ଯେ ସେମାନେ ବିବାହ ପୂର୍ବରୁ ପର୍ନ ଫିଲ୍ମ ଦେଖୁଥିଲେ। କିନ୍ତୁ ୨୮ ପ୍ରତିଶତ ବିବାହିତ ମହିଳା କହିଥିଲେ ଯେ ସେମାନେ ବାହାଘର ପରେ ପର୍ନ ଫିଲ୍ମ ଦେଖିବା ଆରମ୍ଭ କଲେ।

ପୁରୁଷଙ୍କ କ୍ଷେତ୍ରରେ ଫଳାଫଳ ଥିଲା ଓଲଟା। ୨୩ ପ୍ରତିଶତ ପୁରୁଷ କହିଥିଲେ ଯେ ସେମାନେ ବିବାହ ପୂର୍ବରୁ ପର୍ନ ଫିଲ୍ମ ଦେଖୁଥିଲେ। ୧୪ ପ୍ରତିଶତ ପୁରୁଷ କହିଥିଲେ ଯେ ସେମାନେ ବାହାଘର ପରେ ପର୍ନ ଫିଲ୍ମ ଦେଖିବା ଆରମ୍ଭ କଲେ।

Advertisment

ଅତଏବ ଗବେଷଣାରୁ ଜଣାପଡ଼ିଲା ଯେ ବାହାଘର ପରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପର୍ନ ଫିଲ୍ମ ଦେଖନ୍ତି।