Advertisment

ମଟର କୁଲ୍‌ଚା

ଆବଶ୍ୟକ ସାମଗ୍ରୀ ପ୍ଲେନ୍‌ କୁଲ୍‌ଚା, ସିଝା ଗ୍ରୀନ୍‌ ମଟର, କଟା ପିଆଜ, କଟା ଟମାଟୋ, କଟା ଅଦା, କଞ୍ଚା ଲଙ୍କା, ଜିରା, ସୋରିଷ ତେଲ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, ଆମଚୁର ପାଉଡର, ଘିଅ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପ୍ୟାନ୍‌ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହୋଇଥିଲେ ସେଥିରେ ସୋରିଷ ଫୁଟାନ୍ତୁ। ଏବେ ସେଥିରେ ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ […]

ମଟର କୁଲ୍‌ଚା

kulcha

Advertisment

ଆବଶ୍ୟକ ସାମଗ୍ରୀ
ପ୍ଲେନ୍‌ କୁଲ୍‌ଚା, ସିଝା ଗ୍ରୀନ୍‌ ମଟର, କଟା ପିଆଜ, କଟା ଟମାଟୋ, କଟା ଅଦା, କଞ୍ଚା ଲଙ୍କା, ଜିରା, ସୋରିଷ ତେଲ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, ଆମଚୁର ପାଉଡର, ଘିଅ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନ୍‌ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହୋଇଥିଲେ ସେଥିରେ ସୋରିଷ ଫୁଟାନ୍ତୁ। ଏବେ ସେଥିରେ ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ସିଝାନ୍ତୁ। ତା’ପରେ ପ୍ୟାନ୍‌କୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ୍‌ ଯାଏ ଥଣ୍ଡା କରି ଦିଅନ୍ତୁ। ଏବେ ଏହି ମିଶ୍ରଣରେ ସିଝା ଗ୍ରୀନ୍‌ ମଟରକୁ ଚକଟି ପକାନ୍ତୁ। ଏହା ଉପରେ ଚାଟ୍‌ ମସଲା, ଟମାଟୋ ସସ୍, ଆମଚୁର ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ କୁଲ୍‌ଚାର ପ୍ଲେନ୍‌ ପାର୍ଶ୍ୱରେ ଏହି ମଟର ମିଶ୍ରଣକୁ ପୁର ଭାବେ ଦେଇ ଚାରି ଆଡ଼କୁ ବିସ୍ତାର କରନ୍ତୁ ଓ ଏହା ଉପରେ ଅନ୍ୟ ଏକ କୁଲ୍‌ଚା ରଖନ୍ତୁ। ଗ୍ରୀଲରରେ ହାଲୁକା ଘିଅ ଲଗାଇ ଉଭୟ ପାର୍ଶ୍ୱ କ୍ରିସ୍‌ପି ଓ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ କୁଲ୍‌ଚାକୁ ଗ୍ରିଲ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମଟର କୁଲ୍‌ଚା’। ଏହାକୁ ଧନିଆ ଓ ପୁଦିନା ଚଟଣି ସହିତ ପରଷନ୍ତୁ। ଆପଣ ଏହାକୁ ଟମାଟୋ ସସ୍ ସହିତ ବି ପରଷି ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe