Advertisment

ପ୍ରସ୍ତୁତ କରନ୍ତୁ ମଟର୍‌ ମସ୍‌ରୁମ୍‌

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର): ମସ୍‌ରୁମ୍‌ ବା ଛତୁ ସମସ୍ତଙ୍କ ପ୍ରିୟ ଖାଦ୍ୟ। ଏହା ଭାତ ରୁଟି ଏବଂ ପରଟାରେ ଖାଇବାକୁ ବହୁତ ଭଲ ଲାଗିଥାଏ। ଛତୁରେ ଆମେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। ଆଜି ଆପଣଙ୍କୁ ଛତୁରେ ତିଆରି ଆଉ ଏକ ବ୍ୟଞ୍ଜନ ତିଆରି କରିବା ଶିଖାଇବୁ ଯାହାକୁ ଥରେ ଖାଇଲେ ସବୁବେଳେ ଖାଇବାକୁ ଇଚ୍ଛା ହେବ। ତାହାଲେ ଏହି ମଟର୍‌ ମସ୍‌ରୁମ୍‌ କିପରି ପ୍ରସ୍ତୁତ କରିବେ ପଢ଼ନ୍ତୁ। ଆବଶ୍ୟକ ସାମଗ୍ରୀ ତେଲ, ଜିରା, କଞ୍ଚା ଲଙ୍କା, […]

ଅଦ୍ୟତନ ହୋଇଛି
ପ୍ରସ୍ତୁତ କରନ୍ତୁ ମଟର୍‌ ମସ୍‌ରୁମ୍‌

m41

Advertisment

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର): ମସ୍‌ରୁମ୍‌ ବା ଛତୁ ସମସ୍ତଙ୍କ ପ୍ରିୟ ଖାଦ୍ୟ। ଏହା ଭାତ ରୁଟି ଏବଂ ପରଟାରେ ଖାଇବାକୁ ବହୁତ ଭଲ ଲାଗିଥାଏ। ଛତୁରେ ଆମେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। ଆଜି ଆପଣଙ୍କୁ ଛତୁରେ ତିଆରି ଆଉ ଏକ ବ୍ୟଞ୍ଜନ ତିଆରି କରିବା ଶିଖାଇବୁ ଯାହାକୁ ଥରେ ଖାଇଲେ ସବୁବେଳେ ଖାଇବାକୁ ଇଚ୍ଛା ହେବ। ତାହାଲେ ଏହି ମଟର୍‌ ମସ୍‌ରୁମ୍‌ କିପରି ପ୍ରସ୍ତୁତ କରିବେ ପଢ଼ନ୍ତୁ।

Advertisment

publive-image

ଆବଶ୍ୟକ ସାମଗ୍ରୀ

ତେଲ, ଜିରା, କଞ୍ଚା ଲଙ୍କା, ଅଦା ଏବଂ ରସୁଣ, କଟା ପିଆଜ, ଟମାଟୋ, ପାଣି, ଧନିଆ ପାଉଡର୍, ଗରମ ମସଲା, ହଳଦୀ ପାଉଡର୍‌, ଲଙ୍କା ଗୁଣ୍ଡ, କସ୍ତୁରି ମେଥି, ଲୁଣ, ଟମାଟୋ କ୍ୟାଚ୍‌ଅପ୍‌, ଧନିଆ ପତ୍ର, ଗ୍ରିନ୍‌ ମଟର, ମସ୍‌ରୁମ୍ ବା ଛତୁ।

ପ୍ରସ୍ତୁତି ପ୍ରଣାଳି

publive-image

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଜିରା, କଞ୍ଚା ଲଙ୍କା, ଅଦା ଏବଂ ରସୁଣ ପେଷ୍ଟ, କଟା ପିଆଜ ପକାଇ ଭାଜି ଦିଅନ୍ତୁ। ଏହା ପରେ କଟା ଟମାଟୋ ପକାଇ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ଏଥିରେ ପାଣି ଦେଇ ଧନିଆ ପାଉଡର୍, ଗରମ ମସଲା, ହଳଦି ପାଉଡର୍‌, ଲଙ୍କା ଗୁଣ୍ଡ, କସ୍ତୁରି ମେଥି ଏବଂ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହାକୁ କଷାଇ ସାରିଲା ପରେ ସେଥିରେ ଟମାଟୋ କ୍ୟାଚ୍‌ଅପ୍‌, ଧନିଆ ପତ୍ର ଏବଂ ଗ୍ରିନ୍‌ ମଟର ପକାଇ ସିଝିବାକୁ ଛାଡ଼ି ଦିଅନ୍ତୁ।

Advertisment

ଏଠାରେ ଆପଣ ଗ୍ରେଭି ପାଇଁ ଆପଣଙ୍କ ଆବଶ୍ୟକତା ଅନୁସାରେ ପାଣି ଦେଇ ପାରିବେ। କିଛି ସମୟ ଫୁଟିଲା ପରେ ସେଥିରେ କଟା ମସ୍‌ରୁମ୍‌ ବା ଛତୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଘୋଡ଼ଣୀ ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ମଟର୍‌ ମସ୍‌ରୁମ୍‌। ଏହାକୁ ଆପଣ ରୁଟି, ପରଟା ଏବଂ ଫାଏଡ୍‌ ରାଇସ୍‌ ସହ ଖାଇଲେ ଭଲ ଲାଗିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe