Advertisment

ମାଟିହାଣ୍ଡି ମାଂସ ଝୋଳ- Know the Recipe of Mati handi Mutton Curry

ଆବଶ୍ୟକ ସାମଗ୍ରୀ ଖାସି ମାଂସ, ରିଫାଇନ୍ ତେଲ, ହଳଦୀ ଗୁଣ୍ଡ, ଦହି, ଆଳୁ, ଅଦା, ରସୁଣ, ପିଆଜ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଖାସି ମାଂସରେ  ରିଫାଇନ୍‌ ତେଲ, ଲୁଣ, ହଳଦୀଗୁଣ୍ଡ ଓ ଦହି ପକାଇ ଭଲ ଭାବେ ମ୍ୟାରିନେଟ୍‌ କରି ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହା ମଧ୍ୟରେ ଦୁଇ ଫାଳ କରି ଛାଣି ଦିଅନ୍ତୁ। ଦୁଇ ଘଣ୍ଟା ପରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ମାଟିହାଣ୍ଡି ମାଂସ ଝୋଳ- Know the Recipe of Mati handi Mutton Curry

motton

ଆବଶ୍ୟକ ସାମଗ୍ରୀ

ଖାସି ମାଂସ, ରିଫାଇନ୍ ତେଲ, ହଳଦୀ ଗୁଣ୍ଡ, ଦହି, ଆଳୁ, ଅଦା, ରସୁଣ, ପିଆଜ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଗରମ ମସଲା।

Advertisment

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଖାସି ମାଂସରେ  ରିଫାଇନ୍‌ ତେଲ, ଲୁଣ, ହଳଦୀଗୁଣ୍ଡ ଓ ଦହି ପକାଇ ଭଲ ଭାବେ ମ୍ୟାରିନେଟ୍‌ କରି ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହା ମଧ୍ୟରେ ଦୁଇ ଫାଳ କରି ଛାଣି ଦିଅନ୍ତୁ।

ଦୁଇ ଘଣ୍ଟା ପରେ ମ୍ୟାରିନେଟ୍‌ ମାଂସରେ ଅଦା, ରସୁଣ, ପିଆଜ ବଟା, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ସୋରିଷ ଜିରା ବଟା, ଅଳ୍ପ ରିଫାଇନ୍‌ ତେଲ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ହାଣ୍ଡିରେ ତେଲ ଗରମ କରି ମ୍ୟାରିନେଟ୍‌ ଖାସି ମାଂସକୁ ପକାଇ ଭଲଭାବେ ଗୋଳାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।

Advertisment

୧୦ରୁ ୧୫ମନିଟ୍‌ ପରେ ଘୋଡ଼ଣୀ ବାହାର କରି ସେଥିରେ ଛଣା ଆଳୁ ପକାନ୍ତୁ। ଏହାକୁ କିଛି ସମୟ ଗୋଳାଇ ୪୦ ରୁ ୪୫ ମିନିଟ୍ ପାଇଁ ମାଂସକୁ ସେମିତି ଘୋଡ଼ଣୀ ଘୋଡାଇ ସିଝିବାକୁ ଦିଅନ୍ତୁ। ମାଂସ ସିଝି ଗଲା ପରେ ହାଣ୍ଡିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି ମାଂସ ଝୋଳ।

Odia Food Recipe