1-(1)
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକଙ୍କ ସକାଳ ଆରମ୍ଭ ହୁଏ ଗରମ ଚା’ରୁ। ସକାଳୁ ବିଛଣା ଛାଡ଼ୁଛାଡ଼ୁ ଟିକେ ଗରମ ଚା’ ପିଇଦେଲେ ଫ୍ରେସ୍ ଲାଗେ। ତେବେ ଆପଣ ଜାଣିଛନ୍ତି କି, ଚା’ ପ୍ରସ୍ତୁତ ହେଉ ହେଉ ପିଇବା ଆଦୌ ଉଚିତ୍ ନୁହେଁ। ଏହାକୁ କପ୍ରେ ଢାଳିବାର ଅତିକମ୍ରେ ୫ ମିନିଟ୍ ପରେ ପିଇବା ଉଚିତ୍। ନହେଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
କ୍ୟାନ୍ସର୍ ଆଶଙ୍କା ବଢ଼ାଏ
ବ୍ରିଟିଶ୍ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ଗରମ ଚା’ କିମ୍ବା କଫି ପିଇବା ଦ୍ୱାରା ଖାଦ୍ୟ ନଳୀ ବା ଗଳାରେ କ୍ୟାନ୍ସର ହେବା ଆଶଙ୍କା ୮ ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। କାରଣ ଅତ୍ୟଧିକ ଗରମ ଚା’ ଗଳାର ଟିସ୍ୟୁକୁ କ୍ଷତି ପହଞ୍ଚାଏ। ଚା’କୁ ଆଞ୍ଚରୁ ଓହ୍ଲାଇ କପ୍ରେ ଢାଳିବାର ୫ ମିନିଟ୍ ପରେ ଯେଉଁମାନେ ଏହାକୁ ପିଅନ୍ତି ସେମାନଙ୍କ ତୁଳନାରେ ଯେଉଁମାନେ ଚା’କୁ ଆଞ୍ଚରୁ ଓହ୍ଲାଇବାର ୨ ମିନିଟ୍ ଭିତରେ ପିଅନ୍ତି, ସେମାନଙ୍କଠାରେ କ୍ୟାନ୍ସର୍ ହେବାର ଆଶଙ୍କା ୫ ଗୁଣ ଅଧିକ ଥାଏ।
ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଏହି ଗବେଷଣାରେ ପାଖାପାଖି ୫୦ ହଜାର ଲୋକଙ୍କୁ ସାମିଲ୍ କରାଯାଇଥିଲା। ସେମାନଙ୍କ ଉପରେ ହୋଇଥିବା ଗବେଷଣା ପରେ ଜଣାପଡ଼ିଥିଲା ଯେ, ଅଧିକ ଗରମ ଚା’ କିମ୍ବା କଫି ପିଇବା ଦ୍ୱାରା ଖାଦ୍ୟନଳୀକୁ କ୍ଷତି ପହଞ୍ଚିଥାଏ ଓ ଏହା ଦ୍ୱାରା କ୍ୟାନସର ଆଶଙ୍କା ବି ବଢ଼ିଯାଏ।
ପେଟ ସହିତ ଜଡ଼ିତ ରୋଗ
ଅତ୍ୟଧିକ ଗରମ ଚା’ କିମ୍ବା କଫି ପିଇବା ଦ୍ୱାରା କେବଳ ଗଳା କ୍ୟାନ୍ସର ଆଶଙ୍କା ବଢ଼ିଯାଏ ତା’ନୁହେଁ, ଏଥିଯୋଗୁ ଏସିଡିଟି ଓ ପେଟ ସହିତ ଜଡ଼ିତ ଅନେକ ରୋଗ ହୋଇପାରେ। କେବଳ ଚା’ ନୁହେଁ, କୌଣସି ବି ଜିନିଷ ଅଧିକ ଗରମ ଥିଲେ ଖାଇବା କିମ୍ବା ପିଇବା ଉଚିତ ନୁହେଁ। ଏହା ବିଭିନ୍ନ ପ୍ରକାର ରୋଗକୁ ଆମନ୍ତ୍ରଣ କରିପାରେ। ତେଣୁ ଖାଇବାବେଳେ ଧ୍ୟାନ ରଖିବା ଉଚିତ୍ ଯେ, ଆମେ ଯାହା କିଛି ଖାଉଛେ, ତାହା ଏତେ ବି ଗରମ ହେବା ଉଚିତ୍ ନୁହେଁ। ପାଟିରେ ଦେଇ ହେଉ ନଥିବା ଭଳି ଗରମ ଖାଦ୍ୟ ବା ପାନୀୟକୁ ଗ୍ରହଣ କରିବା ଉଚିତ୍ ନୁହେଁ। ତାହା ଟିକେ ଶୀତଳ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ ଭଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/1-1-1.jpg)