Advertisment

ମେ’ ୩୧: ତମାଖୁ ବର୍ଜନ ପାଇଁ ଦିନଟିଏ

ଭୁବନେଶ୍ୱର: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଯୋଗୁଁ ହେଉଥିବା କ୍ଷତି ଏବଂ ଏଥିରୁ ଦୁରେଇ ରହିବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱବ୍ୟାପି ଆୟୋଜିତ ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ। ତେବେ ଆଇନ ଓ ସଚେତନତା କାର୍ଯ୍ୟକ୍ରମ କିଛି ମାତ୍ରାରେ ତମାଖୁ ବିକ୍ରି ଏବଂ ଏହାର ବ୍ୟବାହାରକୁ ନିୟନ୍ତ୍ରଣ କରିଛି ସତ ହେଲେ ଏବେ ବି ଏହାର ବ୍ୟବହାର ଜନିତ ବିଭିନ୍ନ ରୋଗର ଭୟାବହତା କମିନି। ତମାଖୁ ବ୍ୟବହାର […]

ଅଦ୍ୟତନ ହୋଇଛି
ମେ’ ୩୧: ତମାଖୁ ବର୍ଜନ ପାଇଁ ଦିନଟିଏ

anti tobaco day

Advertisment

ଭୁବନେଶ୍ୱର: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଯୋଗୁଁ ହେଉଥିବା କ୍ଷତି ଏବଂ ଏଥିରୁ ଦୁରେଇ ରହିବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱବ୍ୟାପି ଆୟୋଜିତ ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ। ତେବେ ଆଇନ ଓ ସଚେତନତା କାର୍ଯ୍ୟକ୍ରମ କିଛି ମାତ୍ରାରେ ତମାଖୁ ବିକ୍ରି ଏବଂ ଏହାର ବ୍ୟବାହାରକୁ ନିୟନ୍ତ୍ରଣ କରିଛି ସତ ହେଲେ ଏବେ ବି ଏହାର ବ୍ୟବହାର ଜନିତ ବିଭିନ୍ନ ରୋଗର ଭୟାବହତା କମିନି। ତମାଖୁ ବ୍ୟବହାର ଜନିତ କ୍ୟାନସର ରୋଗୀଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଆମ ରାଜ୍ୟର ପ୍ରାୟ ୨୯ ହଜାର ଲୋକ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନକୁ ରୋଗ ଭଲ ହେବା ପାଇଁ ଆସିଥିବା ବେଳେ ଏଥିରେ ତମାଖୁ ସେବନ ଜନିତ କ୍ୟାନସର ରୋଗୀଙ୍କ ସଂଖ୍ୟା ଥିଲା ୩୦ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି। ତମାଖୁ ସେବନ ଦ୍ୱରା ଏଥିରେ ଥିବା ନିକୋଟିନ ଜାତୀୟ ଦ୍ରବ୍ୟ ଆମ ଦାନ୍ତ ଓ ମାଢିକୁ ମଧ୍ୟ ଗୁରୁତର କ୍ଷତି ପହଁଞ୍ଚାଇଥାଏ।

Advertisment

ସେପଟେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ୟାଣ୍ଡ ଆନିମେଟର ମାନସ ସାହୁଙ୍କ ବାଲୁକା କଳା। ତମାଖୁ ସେବନରୁ ଦୂରେଇ ରହିବା ପାଇଁ ସଚେତନତାର ଲକ୍ଷ୍ୟ ନେଇ ପୁରୀ ଲାଇଟ ହାଉସ ବେଳାଭୂମିରେ ମାନସ ବାଲୁକା କଳା ନିର୍ମାଣ କରିଛନ୍ତି। ଆଧୁନିକତାର ଛାପରେ ସାଧାରଣ ଲୋକ ତମାଖୁ ସେବନ କରି ଧୀରେ ଧୀରେ ତମାଖୁର ବଶବର୍ତ୍ତୀ ହୁଏ ଏବଂ ପରେ ତାର ପରିଣତି ଭୟାବହ ହୁଏ। ଏହି ବାର୍ତ୍ତା ପ୍ରଚାର କରିବା ଚେଷ୍ଟା କରିଛନ୍ତି ଶିଳ୍ପୀ।

ସେହିପରି ଆର୍ନ୍ତଜାତୀକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକା କଳା। ବାଲୁକା କଳା ମାଧ୍ୟମରେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ ବୋଲି ସୁଦର୍ଶନ ଆହ୍ୱାନ ଦେଇଛନ୍ତି। ତମାଖୁକୁ ସମାଜରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe