Advertisment

ମେଦ, ଗଳା, ହାଡ଼ ସମସ୍ୟାରୁ ମୁକ୍ତି ଦିଏ କଳାଲୁଣ

ଭୁବନେଶ୍ୱର: ସାଧାରଣତଃ ଆମେ ସାଲାଡ୍‌ର ସ୍ୱାଦ ବଢାଇବା ପାଇଁ କଳାଲୁଣ ବ୍ୟବହାର କରିଥାଉ। ହେଲେ କଳାଲୁଣ ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର ବୋଲି ବହୁତ କମ ଲୋକ ଜାଣିଛନ୍ତି। ଏଥିରେ ଥିବା ମିନେରାଲ୍ ଶରୀର ସମ୍ପର୍କିତ ଅନେକ ସମସ୍ୟାରୁ ଆମକୁ ରକ୍ଷା କରିଥାଏ। ପ୍ରତିଦିନ ସକାଳେ ଗରମ ପାଣିରେ କଳାଲୁଣ ମିଶାଇ ପିଇବା ଦ୍ୱାରା ମେଦ, ଗଳା ସମସ୍ୟା, ହାଡ ଜନିତ ଅନେକ ରୋଗରୁ ଉପଶମ ମିଳିଥାଏ। କଳାଲୁଣ ହଜମ କ୍ରିୟାକୁ ଠିକ୍ କରିବା ସହ ଶରୀରରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମେଦ, ଗଳା, ହାଡ଼ ସମସ୍ୟାରୁ ମୁକ୍ତି ଦିଏ କଳାଲୁଣ

blacksalt

ଭୁବନେଶ୍ୱର: ସାଧାରଣତଃ ଆମେ ସାଲାଡ୍‌ର ସ୍ୱାଦ ବଢାଇବା ପାଇଁ କଳାଲୁଣ ବ୍ୟବହାର କରିଥାଉ। ହେଲେ କଳାଲୁଣ ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର ବୋଲି ବହୁତ କମ ଲୋକ ଜାଣିଛନ୍ତି। ଏଥିରେ ଥିବା ମିନେରାଲ୍ ଶରୀର ସମ୍ପର୍କିତ ଅନେକ ସମସ୍ୟାରୁ ଆମକୁ ରକ୍ଷା କରିଥାଏ। ପ୍ରତିଦିନ ସକାଳେ ଗରମ ପାଣିରେ କଳାଲୁଣ ମିଶାଇ ପିଇବା ଦ୍ୱାରା ମେଦ, ଗଳା ସମସ୍ୟା, ହାଡ ଜନିତ ଅନେକ ରୋଗରୁ ଉପଶମ ମିଳିଥାଏ।

Advertisment

କଳାଲୁଣ ହଜମ କ୍ରିୟାକୁ ଠିକ୍ କରିବା ସହ ଶରୀରରେ ଥିବା କୋଶିକାକୁ ନ୍ୟୁୟଟ୍ରେସ୍ ଯୋଗାଇଥାଏ। ଯାହା ମେଦ ହ୍ରାସ ଘଟାଇବାରେ ସହାଯ୍ୟ କରିଥାଏ। ଏଥିରେ ଥିବା ମିନେରାଲ୍ ଯୋଗୁଁ ଲୋକ ଚିନ୍ତା ମୁକ୍ତ ହେବା ସହ ଭଲ ନିଦ ହୋଇଥାଏ।

ଗଳା ସମ୍ପର୍କିତ ସମସ୍ୟା ଦୂର କରିବା ସହ ଶରୀରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ଏଥିରେ ଆଇରନ୍ ଭରପୂର ହୋଇ ରହିଥିବାରୁ ଶରୀରରେ ରକ୍ତର ପରିମାଣ ବୃଦ୍ଧି କରିଥାଏ।

Advertisment