ବିନା ଓଭେନରେ ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ କେକ୍‌

ଆବଶ୍ୟକ ସାମଗ୍ରୀ:  ମାଣ୍ଡିଆ, ଗୁଡ଼, ରିଫାଇନ, ବେକିଂ ପାଉଡର, ବେକିଂ ସୋଡ଼ା, କ୍ଷୀର, ଡ୍ରାଏ ଫ୍ରୁଟ୍ସ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କପ୍‌ରେ ଅଧା କପ୍‌ ଗୁଡ଼କୁ ପ୍ୟାନରେ ବସାଇ କିଛି ପାଣି ଦେଇ ତରଳାଇ ଦିଅନ୍ତୁ। ଏହାକୁ ଛାଣି ନିଅନ୍ତୁ।   ଅନ୍ୟ ଏକ ପାତ୍ରରେ କପ୍‌ର ଏକ ଚତୁର୍ଥାଂଶ କିଛି ରିଫାଇନ ନେଇ ସେଥିରେ ଗୁଡ଼କୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।  ସେଥିରେ ଗୋଟିଏ କପ୍‌ ମାଣ୍ଡିଅ ଚୁନା, ଗୋଟିଏ ଚାମକ ବେକିଂ ପାଉଡର […]

milet-cake

  • Published: Thursday, 05 January 2023
  • , Updated: 05 January 2023, 11:42 AM IST

ଆବଶ୍ୟକ ସାମଗ୍ରୀ:  ମାଣ୍ଡିଆ, ଗୁଡ଼, ରିଫାଇନ, ବେକିଂ ପାଉଡର, ବେକିଂ ସୋଡ଼ା, କ୍ଷୀର, ଡ୍ରାଏ ଫ୍ରୁଟ୍ସ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କପ୍‌ରେ ଅଧା କପ୍‌ ଗୁଡ଼କୁ ପ୍ୟାନରେ ବସାଇ କିଛି ପାଣି ଦେଇ ତରଳାଇ ଦିଅନ୍ତୁ। ଏହାକୁ ଛାଣି ନିଅନ୍ତୁ।   ଅନ୍ୟ ଏକ ପାତ୍ରରେ କପ୍‌ର ଏକ ଚତୁର୍ଥାଂଶ କିଛି ରିଫାଇନ ନେଇ ସେଥିରେ ଗୁଡ଼କୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।  ସେଥିରେ ଗୋଟିଏ କପ୍‌ ମାଣ୍ଡିଅ ଚୁନା, ଗୋଟିଏ ଚାମକ ବେକିଂ ପାଉଡର ଓ ଅଧା ଚାମଚ ବେକିଂ ସୋଡ଼ାକୁ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ।

ଏବେ ସେଥିରେ ଗୋଟିଏ ଚାମକ ଭାନିଲା ଏସେନ୍ସ, ଏକ କପ୍‌ କ୍ଷୀର , କିଛି ଡ୍ରାଏ ଫ୍ରୁଟ୍ସ ପକାଇ ଦିଅନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଉକ୍ତ କେକ୍‌ ଘୋଳକୁ ଏକ ପାତ୍ରରେ ଢାଳି ଦିଅନ୍ତୁ।

ଗ୍ୟାସ ଚୁଲାରେ ଏକ କରେଇ ବସାଇ ସେଥିରେ ତଳେ କିଛି ଲୁଣ ଦେଇ ଦିଅନ୍ତୁ। ତାହା ଉପରେ ଏକ ଷ୍ଟାଣ୍ଡ ରଖନ୍ତୁ। ଏବେ ଉକ୍ତ  କେକ୍‌ ଘୋଳର ପାତ୍ରକୁ ଉକ୍ତ ଷ୍ଟାଣ୍ଡ ଉପରେ ରଖି ଦିଅନ୍ତୁ। ତାହାକୁ ଘୋଡ଼ାଇ ସିମ୍‌ରେ ପ୍ରାୟ ଅଧ ଘଣ୍ଟା ବସାଇ ଦିଅନ୍ତୁ।

ଏହାପରେ ଏକ ଛୁରୀ କିମ୍ବା ଚାମଚରେ କେକ୍‌ ହୋଇଛି କି ନାହିଁ ପରୀକ୍ଷା କରନ୍ତୁ। କେକ୍‌ ହୋଇ ଯାଇଥିଲେ ତାହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ପିସ୍‌ ପିସ୍‌ କାଟି ଖାଇବାକୁ ଦିଅନ୍ତୁ।

Related story