Advertisment

ଓଡ଼ିଆ ଝିଅଙ୍କୁ ଆଉ ଏକ ସଫଳତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିୟୁଟି ପ୍ୟାଜେଣ୍ଟ ଜିତିଲେ ଆଉ ଜଣେ ଓଡ଼ିଆ ଝିଅ। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ମିନର୍ଭା ଦାସ ହାତେଇଛନ୍ତି ‘ମିସେସ୍‌ ତାମିଲନାଡୁ ୨୦୧୯’ର ଟାଇଟଲ୍‌। ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ବିୟୁଟି ପ୍ୟାଜେଣ୍ଟରେ ୬୦ ଜଣ  ମହିଳା ଭାଗ ନେଇଥିଲେ। ସେଥିରେ ସମସ୍ତଙ୍କୁ ମାତ୍‌ ଦେଇ ମିନର୍ଭା ବିଜୟିନୀର ମୁକୁଟ ପିନ୍ଧିଛନ୍ତି। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ମିନର୍ଭା ବିବାହ ପରେ ଚେନ୍ନାଇରେ ରହୁଛନ୍ତି। ଗତବର୍ଷ ସେ ଏନ୍‌ଟିଏ-ଏନ୍‌ଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଓଡ଼ିଆ ଝିଅଙ୍କୁ ଆଉ ଏକ ସଫଳତା

minarva

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିୟୁଟି ପ୍ୟାଜେଣ୍ଟ ଜିତିଲେ ଆଉ ଜଣେ ଓଡ଼ିଆ ଝିଅ। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ମିନର୍ଭା ଦାସ ହାତେଇଛନ୍ତି ‘ମିସେସ୍‌ ତାମିଲନାଡୁ ୨୦୧୯’ର ଟାଇଟଲ୍‌। ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ବିୟୁଟି ପ୍ୟାଜେଣ୍ଟରେ ୬୦ ଜଣ  ମହିଳା ଭାଗ ନେଇଥିଲେ। ସେଥିରେ ସମସ୍ତଙ୍କୁ ମାତ୍‌ ଦେଇ ମିନର୍ଭା ବିଜୟିନୀର ମୁକୁଟ ପିନ୍ଧିଛନ୍ତି।

Advertisment

ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ମିନର୍ଭା ବିବାହ ପରେ ଚେନ୍ନାଇରେ ରହୁଛନ୍ତି। ଗତବର୍ଷ ସେ ଏନ୍‌ଟିଏ-ଏନ୍‌ଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମିନର୍ଭା ଏବେ ଚେନ୍ନାଇର ମହାବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ାଉଛନ୍ତି। ଏଥିସହ ସେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି।

ଶିକ୍ଷିତ ହେବା ସହ ମିନର୍ଭା ବିଶ୍ୱାସ କରନ୍ତି ଯେ, ଜଣେ ମହିଳା ଶିକ୍ଷିତ ହେବା ସହ ସଶକ୍ତ ହୋଇପାରିବେ। ଗ୍ଲାମର ଜଗତ ପ୍ରତି ଇଚ୍ଛା ରଖୁଥିବା ମିନର୍ଭା ଗୋଟେ ବିୟୁଟି ପ୍ୟାଜେଣ୍ଟରେ ଭାଗ ନେବା କଥା ଚିନ୍ତା କରୁଥିଲେ। ଶେଷରେ ସେ ତାଙ୍କ ସ୍ୱପ୍ନକୁ ପୂରଣ କରିଥିବାରୁ ଅତ୍ୟନ୍ତ ଖୁସି ଅଛନ୍ତି।

Advertisment