Advertisment

ଅସ୍ଥିର ମନକୁ ସ୍ଥିର କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁସ୍ଥ ଏବଂ ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ। ଆମେ ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର କ୍ରୀମ୍‌ ବା ପାଉଡର୍‌ ବ୍ୟବହାର କରିଥାଉ। ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପ୍ରାକୃତିକ ଉପାୟରେ ମଧ୍ୟ ଆପଣ ଆପଣଙ୍କ ବୟସ ଲୁଚାଇବା ସହ ସୁସ୍ଥ ରହି ପାରିବେ। ଅନ୍ୟମାନେ ଆପଣଙ୍କୁ ଦେଖି ଜାଣି ମଧ୍ୟ ପାରିବେ ନାହିଁ ଯେ, ଆପଣଙ୍କ ବୟସ କେତେ। ତେଣୁ କ’ଣ କଲେ […]

author-image
Rosalin Rath
ଅଦ୍ୟତନ ହୋଇଛି
ଅସ୍ଥିର ମନକୁ ସ୍ଥିର କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ...

m11

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁସ୍ଥ ଏବଂ ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ। ଆମେ ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର କ୍ରୀମ୍‌ ବା ପାଉଡର୍‌ ବ୍ୟବହାର କରିଥାଉ। ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପ୍ରାକୃତିକ ଉପାୟରେ ମଧ୍ୟ ଆପଣ ଆପଣଙ୍କ ବୟସ ଲୁଚାଇବା ସହ ସୁସ୍ଥ ରହି ପାରିବେ। ଅନ୍ୟମାନେ ଆପଣଙ୍କୁ ଦେଖି ଜାଣି ମଧ୍ୟ ପାରିବେ ନାହିଁ ଯେ, ଆପଣଙ୍କ ବୟସ କେତେ। ତେଣୁ କ’ଣ କଲେ ଆପଣ ସୁନ୍ଦର ଏବଂ କମ୍‌ ବୟସର ଦେଖାଯିବେ ପଢ଼ନ୍ତୁ।
ଧ୍ୟାନ ବା ମେଡିଟେସନ୍‌ ବିଷୟରେ ଆପଣ ଜାଣିଥିବେ। ଏହ କରିବା ଦ୍ୱାରା ଆମେ ସୁସ୍ଥ ରହିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଧ୍ୟାନ କରି ମଧ୍ୟ ସୁନ୍ଦର ଏବଂ କମ୍‌ ବୟସର ଦେଖାଯାଇ ପାରିବେ। ତେବେ ଜାଣନ୍ତୁ ଆପଣ ଏହା କରିବା ଦ୍ୱାରା କ’ଣ ଫାଇଦା ହୋଇଥାଏ।

Advertisment

publive-image
୧-  ସୁନ୍ଦର ଦେଖାଯିବା ନିମନ୍ତେ ତ୍ୱଚା ବହୁତ ସାହାଯ୍ୟ କରେ। ଧ୍ୟାନ କରିବା ଦ୍ୱାରା ଆମ ତ୍ୱଚାର ଚମକ ବହୁ ଗୁଣରେ ବଢିଯାଏ ଏବଂ ଆମେ ୟଙ୍ଗ୍‌ ଦେଖା ଯାଇଥାଉ।
୨- ଏହା ତ୍ୱଚାକୁ ରିଚାର୍ଜ କରେ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଏହା ଆମ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରହିବା ସହ କାମ କରିବାକୁ ଶକ୍ତି ଦେଇଥାଏ।
୩- ଯଦି ଆପଣ ଯୋଗ କରୁଛନ୍ତି ତାହାଲେ ଆପଣଙ୍କୁ ଔଷଧର ଆବଶ୍ୟକତା ପଡ଼ିବ ନାହିଁ।
୪- ଧ୍ୟାନ କରିବା ଦ୍ୱାରା ଆପଣ ନିଜ ରାଗ, କ୍ରୋଧକୁ ନିୟନ୍ତ୍ରଣ କରିପାରିବେ।

୫ - ତେଣୁ ଯେକୌଣସି କାମ କଲେ ମଧ୍ୟ  ସଫଳତା ହାର ଅଧିକ।
୬- ଏହା ପୂରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଏ।

Advertisment

publive-image
୭- ଏହା ଆପଣଙ୍କ ଭିତରେ ନୂଆ ଉର୍ଜା ଆଣେ। ଯାହା ଅସମ୍ପୂର୍ଣ୍ଣ କାମ ପୂରା କରିବା ପାଇଁ ସାହାସ ଦିଏ।
୮- ଧ୍ୟାନ କରିବା ଦ୍ୱାରା ଶରୀରରେ ଥିବା କୋଷିକା ଏବଂ ମାଂସପେଶୀକୁ ଆରାମ ମିଳିଥାଏ।
୯- ଏହା ହରମୋନ୍‌କୁ ଅସନ୍ତୁଳନ ହେବାକୁ ଦିଏନାହିଁ।
୧୦- ଯଦି ଆପଣଙ୍କ ମନ ଅସ୍ଥିର ରହୁଛି ତାହାଲେ ଆପଣ ଧ୍ୟାନ କରନ୍ତୁ। ଏହା ବରଦାନ ସଦୃଶ କାମ କରିବ।
୧୧-  ଧ୍ୟାନ ଶରୀରକୁ ରୋଗ ସହ ଲଢ଼ିବାକୁ ଶକ୍ତି ଦିଏ।

publive-image
୧୨- ଏହା ଆପଣଙ୍କ ଜୀବନକୁ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ସାହାଯ୍ୟ କରେ। ବିଚଳିତ ହେବାକୁ ଦିଏ ନାହିଁ।
୧୩- ଏହା ମାନସିକ ରୋଗ ହେବାକୁ ଦିଏନାହିଁ।
୧୪-  ନିୟମିତ ଧ୍ୟାନ କରିବା ଦ୍ୱାରା ସଠିକ ଭାବେ ରକ୍ତ ସଞ୍ଚାଳନ ହୁଏ ଏବଂ ଧମନୀ ମଧ୍ୟ ଗତିଶୀଳ ହୋଇଥାଏ ।
୧୫- ଆପଣ ଚିନ୍ତିତ ହେବା କାରଣରୁ ହାର୍ଟ ଆଟାକ୍‌ ,ଏବଂ ବ୍ଲଡ୍‌ ପ୍ରେସର୍‌ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।  ତେଣୁ  ଧ୍ୟାନ କରିବା ଦ୍ୱାରା ଚିନ୍ତାରୁ ମୁକ୍ତି  ପାଇପାରିବେ।
୧୬- ଏହା ଅସ୍ଥିର ମନକୁ ସ୍ଥିର କରିବା ସହ ମାନସିକ ଶାନ୍ତି ଦେଇଥାଏ।