ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରକୁ ବହୁତ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ। ତେଣୁ ଖରାଦିନେ ସାଲାଡ୍ ଅଧିକ ମାତ୍ରାରେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଖରାଦିନେ ଆପଣ ବିଭିନ୍ନ ପ୍ରକାର ଫଳକୁ ନେଇ ସାଲାଡ୍ ପ୍ରସ୍ତୁତ କରପାରିବେ। ଏହାକୁ ତିଆରି କରିବା ବହୁତ ସହଜ ହୋଇଥିବା ବେଳେ କମ୍ ସମୟ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯାଏ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମିକ୍ସ୍ ଫ୍ରୁଟ୍ ସାଲାଡ୍।
ଆବଶ୍ୟକୀୟ ସାମଗ୍ରୀ
କଦଳୀ, ସେଓ, ଅଙ୍ଗୁର୍, ଡାଳିମ୍ବ, ଅମୃତଭଣ୍ଡା, ମହୁ, ପୁଦିନା, ଲେମ୍ବୁ ରସ, ଲୁଣ ଏବଂ କଳା ଲୁଣ। ଏଠାରେ ଆପଣ ଆବଶ୍ୟକ ଏବଂ ପସନ୍ଦ ଅନୁସାରେ ଫଳ ନେଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଫଳ ଗୁଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କଟା ଫଳ, ମହୁ, କଟା ପୁଦିନା, ଲେମ୍ବୁ ରସ ଏବଂ କଳା ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫ୍ରିଜ୍ରେ ରଖି ଦିଅନ୍ତୁ। ଏହା ପରେ ଆପଣ ଫ୍ରିଜ୍ରୁ ଆଣି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।