Advertisment

ତାଜା ଫଳରେ ତିଆରି କରନ୍ତୁ ‘ମିକ୍ସ୍‌ ଫ୍ରୁଟ୍‌ ସାଲାଡ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରକୁ ବହୁତ ଭିଟାମିନ୍‌ ଓ ମିନେରାଲ୍ସ ମିଳିଥାଏ। ତେଣୁ  ଖରାଦିନେ ସାଲାଡ୍‌ ଅଧିକ ମାତ୍ରାରେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଖରାଦିନେ ଆପଣ ବିଭିନ୍ନ ପ୍ରକାର ଫଳକୁ ନେଇ ସାଲାଡ୍‌ ପ୍ରସ୍ତୁତ କରପାରିବେ। ଏହାକୁ ତିଆରି କରିବା ବହୁତ ସହଜ ହୋଇଥିବା ବେଳେ କମ୍‌ ସମୟ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯାଏ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ […]

ତାଜା ଫଳରେ ତିଆରି କରନ୍ତୁ ‘ମିକ୍ସ୍‌ ଫ୍ରୁଟ୍‌ ସାଲାଡ୍‌’

q11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରକୁ ବହୁତ ଭିଟାମିନ୍‌ ଓ ମିନେରାଲ୍ସ ମିଳିଥାଏ। ତେଣୁ  ଖରାଦିନେ ସାଲାଡ୍‌ ଅଧିକ ମାତ୍ରାରେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଖରାଦିନେ ଆପଣ ବିଭିନ୍ନ ପ୍ରକାର ଫଳକୁ ନେଇ ସାଲାଡ୍‌ ପ୍ରସ୍ତୁତ କରପାରିବେ। ଏହାକୁ ତିଆରି କରିବା ବହୁତ ସହଜ ହୋଇଥିବା ବେଳେ କମ୍‌ ସମୟ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯାଏ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମିକ୍ସ୍‌ ଫ୍ରୁଟ୍‌ ସାଲାଡ୍‌।

Advertisment

ଆବଶ୍ୟକୀୟ ସାମଗ୍ରୀ

କଦଳୀ, ସେଓ, ଅଙ୍ଗୁର୍‌, ଡାଳିମ୍ବ, ଅମୃତଭଣ୍ଡା, ମହୁ, ପୁଦିନା, ଲେମ୍ବୁ ରସ, ଲୁଣ ଏବଂ କଳା ଲୁଣ। ଏଠାରେ ଆପଣ ଆବଶ୍ୟକ ଏବଂ ପସନ୍ଦ ଅନୁସାରେ ଫଳ ନେଇ ପାରିବେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଫଳ ଗୁଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କଟା ଫଳ, ମହୁ, କଟା ପୁଦିନା, ଲେମ୍ବୁ ରସ ଏବଂ କଳା ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ।  ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହା ପରେ ଆପଣ ଫ୍ରିଜ୍‌ରୁ ଆଣି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe