Advertisment

ରାତିରେ ପାଖରେ ମୋବାଇଲ ରଖି ଶୋଉଛନ୍ତି କି ତେବେ ସାବଧାନ

ମୋବାଇଲ ମାନିଆରେ ଆଜି ସମେସ୍ତ ପାଗଳ। ଟିକେ ସମୟ ପାଇଁ ହାତରେ ନ ରହିଲେ ବ୍ୟତିବ୍ୟସ୍ତ ହୋଇଯାଉଛି ମଣିଷ। କୌଣସି ମାଦକ ଦ୍ରବ୍ୟ ଠାରୁ କମ୍ ନୁହେଁ ଏହି ମୋବାଇଲର ନିଶା । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍। ପୁଣି ୨୪ ଘଣ୍ଟା ପାଖରେ ରହୁଛି। ହେଲେ ଟିକେ ସାବଧାନ । ଯଦି ଆପଣ ଶୋଇବାକୁ ଯାଉଛନ୍ତି ତେବେ ମୋବାଇଲକୁ ପାଖରେ ରଖନ୍ତୁ ନାହିଁ।  ବିଶେଷ କରି ଛୋଟ ପିଲା ଥିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାତିରେ ପାଖରେ ମୋବାଇଲ ରଖି ଶୋଉଛନ୍ତି କି ତେବେ ସାବଧାନ

mobile

ମୋବାଇଲ ମାନିଆରେ ଆଜି ସମେସ୍ତ ପାଗଳ। ଟିକେ ସମୟ ପାଇଁ ହାତରେ ନ ରହିଲେ ବ୍ୟତିବ୍ୟସ୍ତ ହୋଇଯାଉଛି ମଣିଷ। କୌଣସି ମାଦକ ଦ୍ରବ୍ୟ ଠାରୁ କମ୍ ନୁହେଁ ଏହି ମୋବାଇଲର ନିଶା । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍। ପୁଣି ୨୪ ଘଣ୍ଟା ପାଖରେ ରହୁଛି। ହେଲେ ଟିକେ ସାବଧାନ । ଯଦି ଆପଣ ଶୋଇବାକୁ ଯାଉଛନ୍ତି ତେବେ ମୋବାଇଲକୁ ପାଖରେ ରଖନ୍ତୁ ନାହିଁ।  ବିଶେଷ କରି ଛୋଟ ପିଲା ଥିବା ଦମ୍ପତିଙ୍କ ପାଇଁ ସତର୍କ ସୂଚନା।  ଯଦି ସେମାନେ ବିଛଣାରେ ମୋବାଇଲ ରଖି ଶୋଉଛନ୍ତି ତେବେ ସେମାନଙ୍କ ପିଲାଙ୍କ ଜୀବନ ନଷ୍ଟ ହୋଇପାରେ। ଏମିତି କିଛି ଆଶଙ୍କା କରିଛି ଆମେରିକାର ଓହିଓ ଷ୍ଟେଟ ୟୁନିଭର୍ସିଟି।

Advertisment

ଏହି ୟୁନିଭର୍ସିଟି ପକ୍ଷରୁ ଗବେଷଣା କରି କୁହାଯାଇଛି ଯେ, ମୋବାଇଲର ସୁକ୍ଷ୍ମ ଆଲୁଅ ଛୋଟ ପିଲାଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ। ମୋବାଇଲରୁ ନିର୍ଗତ ହେଉ ଥିବା ଆଲୋକ କଂଅଳ ଶିଶୁମାନଙ୍କ ଶରୀରରେ ଭିତରେ ରିଫ୍ଲେକ୍ଟ ହେବାର ଆଶଙ୍କା ରହିଛି। ଏହି ଲାଇଟ ଶିଶୁମାନଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକକାରକ। ଗବେଷକମାନେ କହିଛନ୍ତି ଯେ ଡିମ୍ ଲାଇଟ ଶରୀର ପାଇଁ କ୍ଷତିକାରକ।

ଏହା ଦେହରେ ନକରାତ୍ମକ ପ୍ରଭାବ ପାକାଇଥାଏ। ସାଧାରଣତ‍ଃ ମୋବାଇଲରୁ ହିଁ ଡିମ ଲାଇଟ ନିର୍ଗତ ହୋଇଥାଏ । ଡିମ ଲାଇଟକୁ ଏକ ପ୍ରଦୂଷଣ ବୋଲି ବୈଜ୍ଞାନିକମାନେ ଗବେଷଣା କରି ନିଷ୍କର୍ଷରେ ପହଞ୍ଚି ସାରିଲେଣି। ଏହା ଦ୍ୱାରା କର୍କଟ, ହୃଦରୋଗ, ମାନସିକ ବିକୃତି ଏବଂ ଡାଇବେଟିସ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି ବୋଲି  ଓହିଓ ଷ୍ଟେଟ ୟୁନିଭର୍ସିଟିର ଗବେଷକ ରେଣ୍ଡି ନେଲସନ୍‌ କହିଛନ୍ତି।

Advertisment