Advertisment

ଦିନକୁ ଖାଉଛନ୍ତି କି ୨ରୁ ଅଧିକ ଅଣ୍ଡା, ବଢି ଯାଇଥାଏ ଏହି ରୋଗ ଆଶଙ୍କା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯଦି ଆପଣ ଅଣ୍ଡା ଖାଇବାକୁ ଭଲ ପାଉଛନ୍ତି , ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର। ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ପ୍ରତ୍ୟେକ ଦିନ ୨ଟିରୁ ଅଧିକ ଅଣ୍ଡା ଖାଉଛନ୍ତି, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ। ଏହି ନୂଆ ଗବେଷଣାରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ଦିନ ୨ଟିରୁ ଅଧିକ ଅଣ୍ଡା ଖାଉଛନ୍ତି, ତେବେ ସେମାନଙ୍କ କ୍ଷେତ୍ରରେ ହୃଦ୍‌ଜନିତ ରୋଗ ହେବା ଆଶଙ୍କା ବଢ଼ିଯାଏ। […]

author-image
Biswobandita Swain
ଦିନକୁ ଖାଉଛନ୍ତି କି ୨ରୁ ଅଧିକ ଅଣ୍ଡା,  ବଢି ଯାଇଥାଏ ଏହି ରୋଗ ଆଶଙ୍କା

bowl-full-of-eggs

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯଦି ଆପଣ ଅଣ୍ଡା ଖାଇବାକୁ ଭଲ ପାଉଛନ୍ତି , ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର। ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ପ୍ରତ୍ୟେକ ଦିନ ୨ଟିରୁ ଅଧିକ ଅଣ୍ଡା ଖାଉଛନ୍ତି, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ। ଏହି ନୂଆ ଗବେଷଣାରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ଦିନ ୨ଟିରୁ ଅଧିକ ଅଣ୍ଡା ଖାଉଛନ୍ତି, ତେବେ ସେମାନଙ୍କ କ୍ଷେତ୍ରରେ ହୃଦ୍‌ଜନିତ ରୋଗ ହେବା ଆଶଙ୍କା ବଢ଼ିଯାଏ। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ମଧ୍ୟ ଅନେକ ଗୁଣା ବଢ଼ିଯାଏ।

Advertisment

publive-image୩୦ ହଜାର ଲୋକଙ୍କ ଡାଏଟ୍‌ ଉପରେ ୩୧ ବର୍ଷ ଯାଏ ରଖାଯାଇଥିଲା ନଜର
ଆମେରିକାନ୍‌ ମେଡିକାଲ ଆସୋସିଏସନ୍‌ ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣାର ଫଳାଫଳ ଅନୁସାରେ ଆମେରିକାର ପାଖାପାଖି ୩୦ହଜାର ଲୋକଙ୍କ ଡାଏଟ୍‌, ସେମାନଙ୍କ ସ୍ୱାସ୍ଥ୍ୟ ଓ ଲାଇଫ୍‌ଷ୍ଟାଇଲ୍‌ ସହିତ ଜଡ଼ିତ ଅଭ୍ୟାସ ଉପରେ ପାଖାପାଖି ୩୧ ବର୍ଷ ଯାଏ ନଜର ରଖାଯାଇଥିଲା।

ଆମେରିକାର ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ର ପ୍ରଫେସର କ୍ୟାଥରିନ୍‌ ଟକର କହିଛନ୍ତି, ତାଙ୍କ ଗବେଷଣାର ଫଳାଫଳରୁ ଜଣାପଡ଼ିଛି ଯେ ଅଣ୍ଡାରେ ଯେଉଁ କୋଲେଷ୍ଟରଲ ମିଳିଥାଏ, ଯଦି ଏହାକୁ ଅଧିକ ମାତ୍ରାରେ ସେବନ କରାଯାଏ, ତେବେ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

publive-imageଗୋଟିଏ ବଡ଼ ଅଣ୍ଡାରେ ରହିଥାଏ ୨୦୦ ମିଲିଗ୍ରାମ୍‌ କୋଲେଷ୍ଟରଲ

ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚର ମୁତାବକ, ଏକ ବଡ଼ ଅଣ୍ଡାରେ ପାଖାପାଖି ୨୦୦ ମିଲିଗ୍ରାମ୍‌ ପର୍ଯ୍ୟନ୍ତ କୋଲେଷ୍ଟରଲ ରହିଥାଏ। ଏପରିସ୍ଥଳେ ପ୍ରତ୍ୟେକ ଦିନ ୩୦୦ ମିଲିଗ୍ରାମ୍‌ରୁ  ଊର୍ଦ୍ଧ୍ୱ କୋଲେଷ୍ଟରଲ ହୃଦ୍‌ଜନିତ ରୋଗ ଆଶଙ୍କାକୁ ୧୭ ପ୍ରତିଶତ ଓ ଅସମୟରେ ମୃତ୍ୟୁ ଆଶଙ୍କାକୁ ୧୮ ପ୍ରତିଶତ ବଢ଼ାଇଦିଏ।

Advertisment

କ୍ୟାଥରିନ୍‌ କହିଛନ୍ତି ଯେ, ତେଣୁ ପ୍ରତ୍ୟେକ ଦିନ ୨ଟି ଅଣ୍ଡା କିମ୍ବା ଆମଲେଟ୍‌ରୁ ଅଧିକ ଖାଇବା ଉଚିତ ନୁହେଁ। କାରଣ ପୋଷକତତ୍ତ୍ୱ ପାଇବା ପାଇଁ ସଂଯମତା ଓ ଉପଯୁକ୍ତ ବାଲାନ୍ସ ଡାଏଟ୍‌ ସେବନ କରିବା ଉଚିତ।