Advertisment

ମାର୍କେଟକୁ ଆସିଲା ମଡି ଜିନ୍ସ: ଫ୍ୟାସନ୍ ସୃଷ୍ଟି କରିବ ମାଟିକାଦୁଅର ଭ୍ରମ

ଯୁଗ ଏବେ ଫ୍ୟାସନ୍ ଟ୍ରେଣ୍ଡର। ଟିକିଏ ଫ୍ୟାସନବେଲ ଦେଖା ଯିବା ପାଇଁ କାହିଁ କିଏ କେତେ ପ୍ରକାର ଉପାୟ ଅବଲମ୍ୱନ କରୁଛି। ଅଧାଫଟା ଡ୍ରେସ ଓ ସ୍କ୍ରାଚ ଜିନ୍ସ ପିନ୍ଧି ଯୁବଗୋଷ୍ଠୀ ପୂରା ଦମ୍ରେ ଲାଗିପଡ଼ିଛନ୍ତି ନିଜକୁ ଫ୍ୟାସନବେଲ ଦେଖାଇବା ପାଇଁ। ଏହିପରି ସମୟରେ ବଜାରକୁ ଆସିଛି ଏମିତି ଏକ ଜିନ୍ସ ପ୍ୟାଣ୍ଟ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣାଶୁଣା ଫ୍ୟାସନ୍ ବ୍ରାଣ୍ଡ ନଡ଼ଷ୍ଟ୍ରମ ବଜାରକୁ ଛାଡ଼ିଛି ମଡ଼ି ଜିନ୍ସ। ଏହି ଜିନ୍ସକୁ ଆପଣ ପାଖରୁ […]

ଅଦ୍ୟତନ ହୋଇଛି
ମାର୍କେଟକୁ ଆସିଲା ମଡି ଜିନ୍ସ: ଫ୍ୟାସନ୍ ସୃଷ୍ଟି କରିବ ମାଟିକାଦୁଅର ଭ୍ରମ

muddy jeans-1

Advertisment

ଯୁଗ ଏବେ ଫ୍ୟାସନ୍ ଟ୍ରେଣ୍ଡର। ଟିକିଏ ଫ୍ୟାସନବେଲ ଦେଖା ଯିବା ପାଇଁ କାହିଁ କିଏ କେତେ ପ୍ରକାର ଉପାୟ ଅବଲମ୍ୱନ କରୁଛି। ଅଧାଫଟା ଡ୍ରେସ ଓ ସ୍କ୍ରାଚ ଜିନ୍ସ ପିନ୍ଧି ଯୁବଗୋଷ୍ଠୀ ପୂରା ଦମ୍ରେ ଲାଗିପଡ଼ିଛନ୍ତି ନିଜକୁ ଫ୍ୟାସନବେଲ ଦେଖାଇବା ପାଇଁ। ଏହିପରି ସମୟରେ ବଜାରକୁ ଆସିଛି ଏମିତି ଏକ ଜିନ୍ସ ପ୍ୟାଣ୍ଟ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Advertisment

ଜଣାଶୁଣା ଫ୍ୟାସନ୍ ବ୍ରାଣ୍ଡ ନଡ଼ଷ୍ଟ୍ରମ ବଜାରକୁ ଛାଡ଼ିଛି ମଡ଼ି ଜିନ୍ସ। ଏହି ଜିନ୍ସକୁ ଆପଣ ପାଖରୁ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। କାରଣ କାଦୁଅ କିମ୍ୱା ଧୂଳି ଲାଗିଯିବା ପରେ ପ୍ୟାଣ୍ଟଟି ଯେପରି ମଳିଆ ଦେଖାଯାଏ ଏହି ଜିନ୍ସର ରୂପରେଖ ମଧ୍ୟ ଠିକ୍ ସେହିପରି। ପ୍ୟାଣ୍ଟଟି ସିନା ଦେଖିବାକୁ ମଳିଆ ହେଲେ ଦାମ୍ ଶୁଣି ଆପଣଙ୍କ ହୋସ୍ ଉଡ଼ିଯିବ। ଗୋଟିଏ ଗୋଟିଏ ଜିନ୍ସ ମୂଲ୍ୟ ୨୯୦୦୦ ଟଙ୍କ।ରୁ ମଧ୍ୟ ଅଧିକ। ମଡ଼ି ଜିନ୍ସର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଆଜିର ଫ୍ୟାସନ ଟ୍ରେଣ୍ଡରେ ସାମିଲ ହୋଇଛି ମଡ଼ି ଜିନ୍ସ। ଯୁବଗୋଷ୍ଠୀ କିପରି ଗ୍ରହଣ କରୁଛନ୍ତି ମଡ଼ି ଜିନ୍ସକୁ ତାହା ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe