ଛାଡ଼ଖାଇରେ ପ୍ରସ୍ତୁତ କରନ୍ତୁ ‘ମୁଢ଼ି କଙ୍କଡ଼ା’

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ମୁଢ଼ି, ପିଆଜ ବଟା, ଅଦା-ରସୁଣ ବଟା, ଟମାଟୋ ବଟା, ଡାଲଚିନି, ଗୁଜୁରାତି, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ […]

crap

crap

Chinmayee Roy
  • Published: Wednesday, 13 November 2019
  • Updated: 13 November 2019, 08:37 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ମୁଢ଼ି, ପିଆଜ ବଟା, ଅଦା-ରସୁଣ ବଟା, ଟମାଟୋ ବଟା, ଡାଲଚିନି, ଗୁଜୁରାତି, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ।

ମସଲା ଅଳ୍ପ କଷି ହୋଇଗଲେ ସେଥିରେ ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ଦେଇ କଷନ୍ତୁ। ଏହାପରେ ଟମାଟୋ ବଟା, ଭଜା କଙ୍କଡ଼ା, ଗରମ ମସଲା ଓ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ।

କିଛି ସମୟ ପରେ ଘୋଡ଼ଣି ବାହାର କରି ସେଥିରେ ମୁଢ଼ି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମୁଢ଼ି କଙ୍କଡ଼ା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos