crap
ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ମୁଢ଼ି, ପିଆଜ ବଟା, ଅଦା-ରସୁଣ ବଟା, ଟମାଟୋ ବଟା, ଡାଲଚିନି, ଗୁଜୁରାତି, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଗରମ ମସଲା।
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ।
ମସଲା ଅଳ୍ପ କଷି ହୋଇଗଲେ ସେଥିରେ ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ଦେଇ କଷନ୍ତୁ। ଏହାପରେ ଟମାଟୋ ବଟା, ଭଜା କଙ୍କଡ଼ା, ଗରମ ମସଲା ଓ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ଘୋଡ଼ଣି ବାହାର କରି ସେଥିରେ ମୁଢ଼ି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ୫ ରୁ ୭ ମିନିଟ୍ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମୁଢ଼ି କଙ୍କଡ଼ା’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/crap.jpg)