ଆବଶ୍ୟକ ସାମଗ୍ରୀ: କଞ୍ଚାମୁଗ ଡାଲି, ଗୋଲ ମରିଚ, ଜୁଆଣି, ଗୁଜୁରାତି ଗୁଣ୍ଡ, କୋରା ନଡ଼ିଆ, ଚିନି, ମଇଦା, ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ମୁଗ ଡାଲିକୁ ଭିଜାଇ ବାଟନ୍ତୁ। ଏହା ପରେ ବଟା ମୁଗ ଡାଲିରେ ଲୁଣ ମିଶାଇ ସିଝାନ୍ତୁ।
ଏହା ପରେ କଡ଼େଇରେ ପାଣି ଗରମ କରି ଚିନି ପକାଇ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ଚିନି ଫୁଟିବା ପରେ ଗୋଲ ମରିଚ, ଜୁଆଣି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଶିରା ଭଲ ଭାବେ ହୋଇଗଲା ପରେ କୋରା ହୋଇଥିବା ନଡିଆ ଓ ସିଝା ମୁଗଡାଲି ପକାଇ ଭଲ ଭାବେ ମିଶାନ୍ତୁ। ତା’ପରେ ମୁଗ ମିଶା ଚିନି ଶିରାକୁ ଗୋଲ ଗୋଲ ଗୁଳା କରି ରଖନ୍ତୁ। ମଇଦାରେ ପାଣି ଦେଇ ଆଣ ପ୍ରସ୍ତୁତ କରି ସେଥିରେ ବୁଡ଼ାଇ ତେଲରେ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗ ମଇଦା ପିଠା। ଏହି ସୁଆଦିଆ ପିଠାକୁ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।