Advertisment

ଘରେ ପ୍ରସ୍ତୁତ କରନ୍ତୁ ମୁଗଲାଇ ଚିକେନ

ଆବଶ୍ୟକ ସାମଗ୍ରୀ: ଚିକେନ, ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ ତେଲ, ପିଆଜ, ଅଦା, ରସୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦି, ଲଙ୍କା ଗୁଣ୍ଡ, ଟମାଟୋ, ଧନିଆପତ୍ର, କସ୍ତୁରୀ ମେଥି, ଗରମ ମସାଲା, କାଜୁ, ଦହି, ଆବଶ୍ୟକ ଅନୁଯାୟୀ ପାଣି । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, ଗୋଳାଇ ଦିଅନ୍ତୁ। ଏହାକୁ ୩୦ ମିନିଟ ରଖି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସ୍ଲାଇସ୍‌ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ମୁଗଲାଇ ଚିକେନ  

MUGHLAI CHICKEN

Advertisment

ଆବଶ୍ୟକ ସାମଗ୍ରୀ:ଚିକେନ, ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ ତେଲ, ପିଆଜ, ଅଦା, ରସୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦି, ଲଙ୍କା ଗୁଣ୍ଡ, ଟମାଟୋ, ଧନିଆପତ୍ର, କସ୍ତୁରୀ ମେଥି, ଗରମ ମସାଲା, କାଜୁ, ଦହି, ଆବଶ୍ୟକ ଅନୁଯାୟୀ ପାଣି ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, ଗୋଳାଇ ଦିଅନ୍ତୁ। ଏହାକୁ ୩୦ ମିନିଟ ରଖି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସ୍ଲାଇସ୍‌ କଟା ହୋଇଥିବା ପିଆଜ ପକାଇ ଭଲ ଭାବେ ଫ୍ରାଏ କରନ୍ତୁ। ଏହା ଗୋଲଡେନ କଲର ହେବା ପରେ ଅଦାରସୁଣ ପେଷ୍ଟ ପକାନ୍ତୁ।

ମସଲା ଭଲ ଭାବେ କଷି ହେବା ପରେ ସେଥିରେ ମ୍ୟାରିନେଟ ହୋଇଥିବା ଚିକେନକୁ ପକାନ୍ତୁ।  ଧଳା ରଙ୍ଗ ହେବା ପର୍ଯ୍ୟନ୍ତ ଚିକେନକୁ ଫ୍ରାଏ କରନ୍ତୁ । ଏହାପରେ ସେଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦି, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ।

Advertisment

କିଛି ସମୟ ପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଭଲ ଭାବେ ଗୋଳାନ୍ତୁ।  ଏବେ ସେଥିରେ କାଜୁ ପେଷ୍ଟ, ଦହି ପକାଇ ଫୁଟିବାକୁ ଛାଡନ୍ତୁ। ଏହା ଫୁଟି ତେଲ ଉପରକୁ ଆସିବା ପରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ପାଣି ଫୁଟିଲେ ସେଥିରେ ସ୍ଲାଇସ୍‌ ଭାବେ କଟା ହୋଇଥିବା କଞ୍ଚାଲଙ୍କା ପକାଇ ଘୋଡ଼ାଇ ଦିଅନ୍ତୁ। ଏହା ଭଲ ଭାବେ ଫୁଟିଗଲେ ଘାଙ୍କୁଣି ଖୋଲି, ସେଥିରେ ଗରମ ମସଲା, କସ୍ତୁରୀ ମେଥି ଧନିଆ ପତ୍ର ପକାନ୍ତୁ। ଏହାପରେ ଭାତ କିମ୍ବା ରୁଟି ସହ ପରଷନ୍ତୁ ଗରମାଗରମ ମୁଗଲାଇ ଚିକେନ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe