ଦୂରେଇ ଯାଉଛନ୍ତି କି ପତ୍ନୀ ? ଜାଣନ୍ତୁ ଏହାର କାରଣ ଓ ସମାଧାନର ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ‘ସଂସାର ଭିତରେ ଘର କରିଥିଲେ, ପଥର ପଡ଼ିଲେ ସହି’। ଏହାର ଅର୍ଥ ଦାମ୍ପତ୍ୟ ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ବି ହାର ନମାନି ଏହାକୁ ସମ୍ମୁଖୀନ ହେବା ଉଚିତ। ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କାରଣକୁ ନେଇ କଥା କଟାକଟି ହୋଇଥାଏ। ଏହାର ମାନେ ନୁହେଁ ପତିପତ୍ନୀ ପରସ୍ପରଠାରୁ ଦୂରେଇ ଯିବେ ଓ ଅଲଗା ହୋଇଯିବେ। ବେଳେ ବେଳେ ଏମିତି ହୋଇଥାଏ ପତ୍ନୀଙ୍କ ସ୍ୱଭାବରେ ପରିବର୍ତ୍ତନ […]

couple

couple

Rakesh Mallick
  • Published: Friday, 07 September 2018
  • Updated: 07 September 2018, 02:36 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ‘ସଂସାର ଭିତରେ ଘର କରିଥିଲେ, ପଥର ପଡ଼ିଲେ ସହି’। ଏହାର ଅର୍ଥ ଦାମ୍ପତ୍ୟ ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ବି ହାର ନମାନି ଏହାକୁ ସମ୍ମୁଖୀନ ହେବା ଉଚିତ।

ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କାରଣକୁ ନେଇ କଥା କଟାକଟି ହୋଇଥାଏ। ଏହାର ମାନେ ନୁହେଁ ପତିପତ୍ନୀ ପରସ୍ପରଠାରୁ ଦୂରେଇ ଯିବେ ଓ ଅଲଗା ହୋଇଯିବେ। ବେଳେ ବେଳେ ଏମିତି ହୋଇଥାଏ ପତ୍ନୀଙ୍କ ସ୍ୱଭାବରେ ପରିବର୍ତ୍ତନ ଘଟିଥାଏ। ପତି ଅନୁଭବ କରିଥାଏ ଯେ ପତ୍ନୀ ତାଙ୍କ ପାଖରୁ ଦୂରେଇ ଯାଉଛନ୍ତି। ଯେଉଁଥି ପାଇଁ ସେମାନଙ୍କ ମନକୁ ଭିନ୍ନ ଭିନ୍ନ ପ୍ରଶ୍ନ ଆନ୍ଦୋଳିତ କରିଥାଏ।

ଏହାକୁ ସକାରାତ୍ମକ ଭାବେ ନେଇ ସମାଧାନର ବାଟ ବାହାର ନକଲେ ଦାମ୍ପତ୍ୟ ଜୀବନକୁ ଛାରଖାର ହୋଇଯାଇପାରେ।

ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ପତ୍ନୀ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ଓ ଏହାର ସମାଧାନ କେମିତି କରାଯାଇପାରିବ।
coupleକେମିତି ଜାଣିବେ
୧. ଜଣେ ମହିଳା ତାଙ୍କ ପତିଙ୍କ ସହ ଭାବାତ୍ମକ ଭାବେ ବହୁତ ଅଧିକ ଯୋଡ଼ି ହୋଇରହିଥାନ୍ତି। ଯଦି ପତ୍ନୀ ଆଗ ଭଳି ବ୍ୟବହାର କରୁନାହାନ୍ତି, ତେବେ ଧରିନିଅନ୍ତୁ ତାଙ୍କୁ ଅନ୍ୟ କିଛି ଚିନ୍ତା ବିଚଳିତ କରୁଛି।
୨. କୁହାଯାଏ, ମହିଳାଙ୍କ ପେଟରେ କିଛି ରହେ ନାହିଁ। ଅର୍ଥାତ ସେ ଯାହା ଶୁଣିଥାନ୍ତି ସବୁ ଗପି ଦେଇଥାନ୍ତି। ଯଦି ଆପଣଙ୍କ ପତ୍ନୀ ଆପଣଙ୍କୁ କିଛି ଲୁଚାଉଛନ୍ତି ଓ ବୁଲାଇ ବଙ୍କାଇ କଥା ହେଉଛନ୍ତି, ତେବେ ଏହା ବି କୌଣସି ଅବୁଝାମଣାର ମଞ୍ଜି ହୋଇପାରେ। ଯଦି ସେ କିଛି ନା କିଛି ବାହାନା କରି ଆପଣଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି, ଜାଣନ୍ତୁ ଏହା ପଛରେ କିଛି ଗଡ଼ବଡ଼ ଥାଇପାରେ।
couple୪. ମହିଳାମାନେ ସବୁବେଳେ ଚାହିଁଥାନ୍ତି, ସେମାନଙ୍କ ପତି ତାଙ୍କ ସହ ଅଧିକ ସମୟ ବିତାନ୍ତୁ। ଯଦି ଆପଣଙ୍କ ପତ୍ନୀ ଏକୁଟିଆ ରହିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ମନରେ କିଛି ଥିବା ଜାଣିନିଅନ୍ତୁ।
୫. ଆପଣଙ୍କ କଥାକୁ ଯଦି ପତ୍ନୀ ଗୁରୁତ୍ୱ ଦେଉନାହାନ୍ତି ଓ ଛୋଟ ଛୋଟ କଥାରେ ଝଗଡ଼ା କରୁଛନ୍ତି, ତେବେ ସେ କୌଣସି କଥାକୁ ନେଇ ଆପଣଙ୍କ ପାଖରୁ ଦୂରତା ରଖିବାକୁ ଚାହୁଁଛନ୍ତି ବୋଲି ଧରିନିଅନ୍ତୁ।
୬. ଯଦି ରାତିରେ ପତ୍ନୀ ଫୋନ୍‌ରେ କାହା ସହ ଦୀର୍ଘ ସମୟ ଧରି କଥା ହେଉଛନ୍ତି ଓ ପଚାରିଲେ ଫ୍ୟାମିଳି ମେମ୍ବର କି ସାଙ୍ଗ ସହ କଥା ହେଉଛି ବୋଲି କହୁଛନ୍ତି ତେବେ କିଛି ସମସ୍ୟା ଥିବା ଜାଣିନିଅନ୍ତୁ।
coupleସମସ୍ୟାର ସମାଧାନ

ଏପରି ସମସ୍ୟା ଦେଇ ଗତି କରୁଥିଲେ ଏହାକୁ ଗୁରୁତ୍ଵର ସହ ନିଅନ୍ତୁ। ପତ୍ନୀଙ୍କ ସହ ଝଗଡ଼ା ନକରି ସମସ୍ୟାର ସମାଧାନ କିପରି ହୋଇପାରିବ ତାହାର ଉପାୟ ବାହାର କରନ୍ତୁ। ତାଙ୍କ ମନରେ କ’ଣ ଚାଲିଛି ଜାଣିବାକୁ ଚେଷ୍ଟା କରନ୍ତୁ ଓ ସେ ଖୁସି ହେବା ପରି କାମ କରନ୍ତୁ।

ଆସନ୍ତୁ ଜାଣିବା ଏପରି ସ୍ଥିତିରେ କ’ଣ କରିବା ଉଚିତ୍‌।
coupleକଥା ହୁଅନ୍ତୁ: ଯଦି ଆପଣ ଭାବୁଛନ୍ତି ପତ୍ନୀ ଆପଣଙ୍କଠାରୁ ଦୂରେଇ ଯାଉଛନ୍ତି ଓ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟୁଛି ତେବେ ଶୀଘ୍ର ଏନେଇ ତାଙ୍କ ସହ କଥା ହୁଅନ୍ତୁ। ଦୀର୍ଘଦିନ ଏପରି ସ୍ଥିତି ଲାଗି ରହିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।
coupleସମ୍ପର୍କ ନଭାଙ୍ଗି ସାମଧାନ କରନ୍ତୁ: ପୁରୁଷଙ୍କର ସବୁଠାରୁ ଖରାପ ଗୁଣ ହେଲା, ପୂରା କଥା ନଶୁଣି ନିର୍ଣ୍ଣୟ ନେଇଯିବା। ଏପରି ସମସ୍ୟା ଦେଇ ଗତି କରୁଥିବାର ମାନେ ନୁହେଁ ସମ୍ପର୍କ ଭାଙ୍ଗି ଦେବେ। ସମ୍ପର୍କରେ ପୁଣି ମଧୁରାତା ଆଣିବାକୁ ଚେଷ୍ଟା କରନ୍ତୁ ଓ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରନ୍ତୁ।
coupleରାଗନ୍ତୁ ନାହିଁ: କ୍ରୋଧ ମଣିଷର ସବୁଠାରୁ ବଡ଼ ଶତ୍ରୁ। ଏପରି ସ୍ଥିତିରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଗରେ ନିୟନ୍ତ୍ରଣ ହରାଇଲେ ହେବା କାମ ବି ବିଗିଡ଼ି ଯିବ। ତେଣୁ ନିଜ ରାଗକୁ ଦବାଇ ସମସ୍ୟାର ସମାଧାନ କରନ୍ତୁ।
coupleଦୂରତାର କାରଣ ଖୋଜନ୍ତୁ: ସବୁ ମହିଳା ଚାହାନ୍ତି ସେମାନଙ୍କ ପତି ସେମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ସେମାନଙ୍କ ଭଲମନ୍ଦ ଜାଣନ୍ତୁ। ଯଦି ପତ୍ନୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖୁଛନ୍ତି ତେବେ ଏହାର କାରଣ ଖୋଜନ୍ତୁ। କେଉଁଠି ଆପଣଙ୍କର ଭୁଲ ରହୁଛି। ଆପଣଙ୍କ ଭୁଲ ଅଛି କି ଆପଣଙ୍କ ପତ୍ନୀଙ୍କ ମନରେ ଏପରି ଭୁଲ୍‌ ଧାରଣା ଘର କରିଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ।
coupleସନ୍ଦେହ ଦୂର କରନ୍ତୁ: ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ୁଥିବାର କାରଣ ଖୋଜନ୍ତୁ ଓ ଉଭୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story