Advertisment

ଆଜି ହିଁ ପ୍ରସ୍ତୁତ କରନ୍ତୁ ଖାସି ମାଂସ ବେସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଖାସି ମାଂସ ଝୋଳ ଅବା କଷା ଖାଇଥିବେ। ଆଜି କିନ୍ତୁ ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଖାସି ମାଂସର ବେସର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ଖାସି ମାଂସ, କଟା ପିଆଜ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, ତେଲ, ବେସର ବଟା( ଧଳା ସୋରିଷ, ଜିରା, ଲଙ୍କା ଓ ରସୁଣ) ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଲୁଣ, ବେସର ବଟା, […]

ଅଦ୍ୟତନ ହୋଇଛି
ଆଜି ହିଁ ପ୍ରସ୍ତୁତ କରନ୍ତୁ ଖାସି ମାଂସ ବେସର

m121

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଖାସି ମାଂସ ଝୋଳ ଅବା କଷା ଖାଇଥିବେ। ଆଜି କିନ୍ତୁ ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଖାସି ମାଂସର ବେସର ପ୍ରସ୍ତୁତି ସମ୍ପର୍କରେ କହିବୁ।

Advertisment

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, କଟା ପିଆଜ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, ତେଲ, ବେସର ବଟା( ଧଳା ସୋରିଷ, ଜିରା, ଲଙ୍କା ଓ ରସୁଣ) ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଲୁଣ, ବେସର ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତେଲ ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟିବା ପରେ କିଛି ସମୟ ପାଇଁ ରଖି ଦିଅନ୍ତୁ। ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା

Advertisment

ପରେ ସେଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ, ସେଥିରେ ପୂର୍ବରୁ ଥିବା ମସଲାଯୁକ୍ତ ମାଂସର ମିଶ୍ରଣ  ପକାନ୍ତୁ। ଏବେ ଏହାକୁ ଭଲ ଭାବେ କଷନ୍ତୁ। ବେଶ୍ କିଛି ସମୟ କଷିବା ପରେ ଏଥିରେ ଅଳ୍ପ ପାଣି ଦେଇ ମାଂସ ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣି କାଢ଼ି ସେଥିରେ କଟା ଟମାଟୋ ପକାଇବେ।

ଏବେ ଟମାଟୋକୁ ଭଲ ଭାବେ ଗୋଳାଇ ଦେଇ ମାଂସ ସିଝିବା ଯାଏ ଢାଙ୍କୁଣିକୁ ପୁଣି ଘୋଡ଼ାଇ ଦିଅନ୍ତୁ। ମାଂସ ସିଝିଯିବା ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଖାସି ମାଂସ ବେସର। ମନେ ରଖିବେ, ଏଥିରେ ଅଧିକ ପାଣି ରଖିବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe