ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଦହି, ଲେମ୍ବୁ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ପିଆଜ, ଅଦା ରସୁଣ ,ଲୁଣ ଓ ତେଲ, ଅଟା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଧୋଇ ରଖନ୍ତୁ। ମାଂସରେ ଦହି, ଲେମ୍ବୁ ରସ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, ଲୁଣ ଓ ତେଲ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। ମାଂସ ମ୍ୟାରିନେଟ ହେବା ପରେ ଏହାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଏକ ଛୋଟ ହାଣ୍ଡିରେ ମ୍ୟାରିନେଟ ହୋଇଥିବା ମାଂସକୁ ରଖି ସେହି ହାଣ୍ଡି ଉପରେ ଅଟାର ଦମ୍ ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।
ଏହାପରେ ଚୁଲି ଲଗାଇ ହାଣ୍ଡିକୁ ବସାଇ ୪୦ରୁ ୫୦ ମିନିଟ୍ ଯାଏ ମାଂସ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଦମ୍ ଦହି ମାଂସ। ଏହାକୁ ଗରମାଗରମ ଭାତ, କିମ୍ବା ରୁଟି ସହ ଖାଇପାରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆତ୍ମହତ୍ୟା ନିରୋଧ ଦିବସ: ମନକୁ କିପରି ଫୁର୍ତ୍ତି ରଖିବେ, ଜାଣନ୍ତୁ
ଆତ୍ମହତ୍ୟା କେବଳ ଜଣେ ବ୍ୟକ୍ତିର ଜୀବନ ନେଇଯାଏନି କି ପରିବାରକୁ ଶୋକସନ୍ତପ୍ତ କରିଦିଏନି, ବରଂ ଏକ ସୁସ୍ଥ ସମାଜ ଉପରେ କୁପ୍ରଭାବ ପକାଏ।
Health
ଥାଇରଏଡ ରୋଗୀ କେଉଁ ଖାଦ୍ୟ ଖାଇବେ?
ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ।
Health
ଜାତୀୟ ପୋଷଣ ସପ୍ତାହ; ଭାରତରେ 39% ଲୋକ ପୋଷଣ ଅଭାବରେ ପୀଡିତ
ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହକୁ ଜାତୀୟ ପୋଷଣ ସପ୍ତାହ ଦିବସ ରୂପେ ପାଳନ କରାଯାଉଛି।