Advertisment

‘ମୋ ଗର୍ଲଫ୍ରେଣ୍ଡ ଟୁ-ଷ୍ଟାର୍‌ ଜେମିନି’: ସେଲଫି ଛାଡି ପ୍ରେମିକଙ୍କ ଅଜବ ଦାବି

ଦିନକୁ ଦିନ ବଢି ଚାଲିଛି ସେଲ୍‌ଫି କ୍ରେଜ୍‌। ଅନେକ କୁଲ ଏବଂ କ୍ୟୁଟ୍‌ କପଲ୍‌ ସେମାନଙ୍କ ଗୋଲଡେନ୍‌ ଏବଂ କ୍ୟାନଡିଡ୍‌ ମୋମେଣ୍ଟର ସେଲଫି କ୍ୟାପ୍‌ଚର କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। କେତେବେଳେ ଟ୍ରେନ୍‌ ଉପରେ ସେଲଫି ତ ଆଉ କେତେବେଳେ ପ୍ୟାରିସର ଇଫେଲ ଟାୱାର ଉପରେ। ଆଉ କେତେବେଳେ ଭୂତ ସହ ସେଲଫି ଉଠାଇ ଚର୍ଚ୍ଚାକୁ ଆସୁଛନ୍ତି। ଭଲ କ୍ୟାପସନ୍‌ ଥିବା ସେଲଫିକୁ ମିଳୁଛି ବହୁ କମେଣ୍ଟ। କିଛି କମେଣ୍ଟ ଭାଇରାଲ ମଧ୍ୟ ହେଉଛି। ଏହି […]

ଅଦ୍ୟତନ ହୋଇଛି
‘ମୋ ଗର୍ଲଫ୍ରେଣ୍ଡ ଟୁ-ଷ୍ଟାର୍‌ ଜେମିନି’: ସେଲଫି ଛାଡି ପ୍ରେମିକଙ୍କ ଅଜବ ଦାବି

couple

Advertisment

ଦିନକୁ ଦିନ ବଢି ଚାଲିଛି ସେଲ୍‌ଫି କ୍ରେଜ୍‌। ଅନେକ କୁଲ ଏବଂ କ୍ୟୁଟ୍‌ କପଲ୍‌ ସେମାନଙ୍କ ଗୋଲଡେନ୍‌ ଏବଂ କ୍ୟାନଡିଡ୍‌ ମୋମେଣ୍ଟର ସେଲଫି କ୍ୟାପ୍‌ଚର କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। କେତେବେଳେ ଟ୍ରେନ୍‌ ଉପରେ ସେଲଫି ତ ଆଉ କେତେବେଳେ ପ୍ୟାରିସର ଇଫେଲ ଟାୱାର ଉପରେ। ଆଉ କେତେବେଳେ ଭୂତ ସହ ସେଲଫି ଉଠାଇ ଚର୍ଚ୍ଚାକୁ ଆସୁଛନ୍ତି। ଭଲ କ୍ୟାପସନ୍‌ ଥିବା ସେଲଫିକୁ ମିଳୁଛି ବହୁ କମେଣ୍ଟ। କିଛି କମେଣ୍ଟ ଭାଇରାଲ ମଧ୍ୟ ହେଉଛି। ଏହି ସେଲଫି ଭିତରୁ ଗୋଟେ ଏବେ ଖୁବ ଚର୍ଚ୍ଚାରେ ରହିଛି। କାରଣ ଜଣେ ଲଭର ଦାବି କରିଛନ୍ତି ତାଙ୍କ ପ୍ରେମିକା ହେଉଛନ୍ତି ଟୁ-ଷ୍ଟାର ଜେମିନି। ଏହି ପ୍ରେମିକ ଜଣକ ହେଉଛନ୍ତି ଆଣ୍ଡି।

Advertisment

creepy-coupleଆଣ୍ଡି ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ସେୟାର କରିଥିବା ସେଲଫିରେ କ୍ୟୁଟ୍‌, କୁଲ ଓ ଆଡୋରେବଲ କପଲ୍‌ ଲାଗୁଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଭଲ ପାଇବା, ଇମୋସନ ଓ ଫିଲିଙ୍ଗ ବାରି ହୋଇ ପଡୁଛି। ହେଲେ ସେଲଫିର ବ୍ୟାକ୍‌ ଡ୍ରପ୍‌ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭୟ ସୃଷ୍ଟି କରିବ। ଉଭୟ ଏକ ମିରର ଆଗରେ ସେଲଫିଟି ନେଇଛନ୍ତି। ମିରରରେ ଆଣ୍ଡିଙ୍କ ମୁଣ୍ଡର ପଛ ପାଖ ଦେଖା ଯାଉଥିବା ବେଳେ ତାଙ୍କ ଗାର୍ଲଫ୍ରେଣ୍ଡର ମୁହଁ ଦେଖାଯାଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଣ୍ଡି କହିଛନ୍ତି, ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବହୁତ ଭଲ ପାଆନ୍ତି। ସେ ଜଣେ ଟୁ-ଷ୍ଟାର ଜେମିନି। ତେବେ ପ୍ରଶ୍ନ ଉଠୁଛି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ ଆଣ୍ଡି ଏପରି କିଛି ଟେକ୍ନୋଲଜିର ବ୍ୟବହାର କରିଛନ୍ତି ନାଁ ପ୍ରକୃତରେ ତାଙ୍କ ଗାର୍ଲଫ୍ରେଣ୍ଡ ଟୁ-ଷ୍ଟାର ଜେମିନି। ନା ଏହା କିଛି ମ୍ୟାଜିକ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe