ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚେହେରାକୁ ସୁନ୍ଦର କରିବା ପାଇଁ ଏବଂ ମୁହଁର ଦାଗ ହଟେଇବା ପାଇଁ ଆମେ ବିଭିନ୍ନ ପ୍ରକାର କ୍ରୀମ୍ ବା ଫେସ୍ପ୍ୟାକ୍ ଇତ୍ୟାଦି ବ୍ୟବହାର କରିଥାଉ। ଏହା ଆପଣ ଜାଣିଛନ୍ତି କି, ଆମ ରୋଷେଇ ଘରେ ଥିବା ଜିନିଷକୁ ବ୍ୟବହାର କରି ଆମେ ସୁନ୍ଦର ଦଖା ଯାଇ ପାରିବା। ତେବେ ଆଳୁ ଏକ ସାଧାରଣ ଖାଦ୍ୟ। ଆମେ ସବୁଦିନ ଖାଦ୍ୟରେ ପ୍ରାୟ ଆଳୁ ବ୍ୟବହାର କରିଥାଉ। କିନ୍ତୁ ଅପଣ ଜାଣିଛନ୍ତି କି, ଏହି ଆଳୁ ବ୍ୟବହାର କରି ଆମେ ଆମ ତ୍ୱଚାକୁ ସୁନ୍ଦର ଓ ଦାଗ ମୁକ୍ତ କରିପାରିବା। ତେବେ କିପରି ଆଳୁରେ ତିଆରି ଫେସ୍ପ୍ୟାକ୍ ବ୍ୟବହାର କରି କିପରି ସୁନ୍ଦର ଦେଖାଯିବେ ପଢ଼ନ୍ତୁ।
୧, ଆଳୁ ଏବଂ ଅଣ୍ଡାର ଫେସ୍ପ୍ୟାକ୍
ଆଳୁ ଫେସ୍ପ୍ୟାକ୍ ତିଆରି କରିବା ପାଇଁ ଆଳୁର ରସକୁ ପ୍ରଥମେ ବାହାର କରିଦିଅନ୍ତୁ। ତା ପରେ ସେଥିରେ ଅଣ୍ଡାର ଧଳା ଅଂଶ ବାହାର କରି ଭଲ ଭାବେ ମିଶାଇ ଦିଅନ୍ତୁ। ଏହା ପରେ ସେହି ଫେସ୍ ପ୍ୟାକ୍କୁ ମୁହଁରେ ଲଗାଇ ୨୦ ମିନିଟ୍ ରଖନ୍ତୁ। ତା ପରରେ ମୁହଁ ଧୋଇ ଦିଅନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜଳ ଦେଖାଯିବ।
୨, ଆଳୁ ଏବଂ ହଳଦୀର ଫେସ୍ପ୍ୟାକ୍
ହଳଦୀ କାହିଁ କେତେ ଯୁଗରୁ ମୁ଼ହଁର ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର ହୋଇ ଆସୁଛି। ତେବେ ଆଳୁ ହଳଦୀର ଫେସ୍ପ୍ୟାକ୍ ତିଆରି କରିବା ପାଇଁ ଆପଣ ଗୋଟ ଖଣ୍ଡ ଆଳୁକୁ ଛେଲି ଦିଅନ୍ତୁ। ତା ପରେ ସେଥିରେ ଚିମୁଟେ ହଳଦୀ ପକାଇ ଭଲ ଭାବେ ମିଶଇ ଦିଅନ୍ତୁ। ତା ପରେ ଏହାକୁ ଆପଣ ମୁହଁରେ ଲଗାଇ ଅଧ ଘଣ୍ଟା ଯାଏ ରଖିଲା ପରେ ମୁହଁ ଧୋଇ ଦିଅନ୍ତୁ। ଆପଣଙ୍କ ମୁହଁ ଉଜ୍ୱଳ ଦିଶିବା ସହ ସପ୍ତାହରେ ଦୁଇ କିମ୍ବା ତିନିଥର ଲଗାଇଲେ ଦାଗ ମଧ୍ୟ ଦୂର ହୋଇଯିବ।
୩, ଆଳୁ ମୁଲ୍ତାନି ମାଟିର ଫେସ୍ପ୍ୟାକ୍
ହଳଦୀ ଭଳି ମୁଲତାନି ମାଟି ମଧ୍ୟ ଆମ ତ୍ୱଚାକୁ ଉଜ୍ୱଳ ଦେଖାଯିବାକୁ ସାହାଯ୍ୟ କରେ। ତେବେ ଆଳୁକୁ ପେଷ୍ଟ କରି ସେଥିରେ ମୁଲତାନି ମାଟି ଏବଂ ଦୁଇ କି ତିନି ବୁନ୍ଦା ଗୋଲାପ ଜଳ ପକାଇ ମିଶାଇ ଦିଅନ୍ତୁ। ଏହି ଫ୍ୟାକ୍କୁ ଏବେ ମୁହଁରେ ଲଗାଇ ୩୦ ମିନିଟ୍ ଯାଏ ରଖନ୍ତୁ। ତା ପରେ ମୁହଁ ଧୋଇ ସାରିଲା ପରେ ଆପଣ ନିଜେ ହିଁ ମୁହଁରେ ଫରକ୍ ଅନୁଭବ କରିପାରିବେ। ଏହାକୁ ଆପଣ କେବଳ ମୁହଁରେ ନୁହେଁ ବେକ ହାତ ଇତ୍ୟାଦିରେ ମଧ୍ୟ ଲଗାଇ ପାରିବେ।
୪, ଆଳୁ ଖିରରେ ତିଆରି ଫେସ୍ପ୍ୟାକ୍
ଆଳୁ ଏବଂ ଖିରରେ ଫେସ୍ପ୍ୟାକ୍ ତିଆରି କରିବା ପାଇଁ ଆଳୁକୁ ପ୍ରଥମେ ଛେଲିକି ରସ ବାହାର କରିଦିଅନ୍ତୁ। ତା ପରେ ସେଥିରେ କଞ୍ଚା ଖିର ପକାଇ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ। ତା ପରେ ୨୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ। ଦେଖିବା ମୁହଁ ଉଜ୍ୱଳ ଦେଖାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।