Advertisment

ବ୍ରଣ ସମସ୍ୟାରୁ ମୁକ୍ତି ଦେଇପାରିବ ଆଳୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେ ବେଳେ ଅନେକଙ୍କ ମୁହଁରେ ତଥା ଆଖି ତଳେ କଳାଦାଗ ଓ ଡାର୍କ ସର୍କଲ ଦେଖିବାକୁ ମିଳେ। ସେହିପରି ଅନେକଙ୍କ ମୁହଁରେ ବ୍ରଣ ହୋଇଥାଏ। ଏଥିପାଇଁ ସେମାନେ ଖୁବ୍ ଚିନ୍ତିତ ହୋଇଯା’ନ୍ତି ଓ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ଆପଣାନ୍ତି। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି। ତା’ହେଲେ କୌଣସି ଔଷଧ ବ୍ୟବହାର ନ କରି ଆଳୁର ସାହାଯ୍ୟ ନେଇ ପାରିବେ ଓ ଘରୋଇ ଉପାୟରେ ଏହି […]

ଅଦ୍ୟତନ ହୋଇଛି
ବ୍ରଣ ସମସ୍ୟାରୁ ମୁକ୍ତି ଦେଇପାରିବ ଆଳୁ

p2222

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେ ବେଳେ ଅନେକଙ୍କ ମୁହଁରେ ତଥା ଆଖି ତଳେ କଳାଦାଗ ଓ ଡାର୍କ ସର୍କଲ ଦେଖିବାକୁ ମିଳେ। ସେହିପରି ଅନେକଙ୍କ ମୁହଁରେ ବ୍ରଣ ହୋଇଥାଏ। ଏଥିପାଇଁ ସେମାନେ ଖୁବ୍ ଚିନ୍ତିତ ହୋଇଯା’ନ୍ତି ଓ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ଆପଣାନ୍ତି। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି। ତା’ହେଲେ କୌଣସି ଔଷଧ ବ୍ୟବହାର ନ କରି ଆଳୁର ସାହାଯ୍ୟ ନେଇ ପାରିବେ ଓ ଘରୋଇ ଉପାୟରେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ତା’ସହିତ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ମଧ୍ୟ ଆଳୁକୁ ବ୍ୟବହାର କରିପାରିବେ। ତା’ହେଲେ ଆସନ୍ତୁ ଏସବୁ ପାଇଁ ଆଳୁକୁ କେମିତି ବ୍ୟବହାର କରିବେ।

Advertisment

୧. ଯଦି ବ୍ରଣକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ତ୍ୱଚାରେ ଆଳୁ ଓ ମୁଲତାନୀ ମାଟିର ପ୍ୟାକ୍ ଲଗାନ୍ତୁ। ଏଥିପାଇଁ ପ୍ରଥମେ ଆଳୁର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ୩ ରୁ ୪ ଚାମଚ ମୁଲତାନୀ ମାଟି ମିଶାନ୍ତୁ। ଏହି ମିଶ୍ରଣକୁ ଗୋଳାଇ ୩୦ ମିନିଟ୍ ପର୍ଯ୍ୟନ୍ତ ମୁହଁ ଓ ବେକରେ ଲଗାଇ ରଖନ୍ତୁ। ସପ୍ତାହକୁ ଏହି ପ୍ୟାକ୍‌ ଦୁଇ ଥର ଲଗାଇଲେ, ବ୍ରଣ ସମସ୍ୟା ଦୂର ହେବ।

୨. ଆଳୁରୁ ଚୋପା ଛଡ଼ାଇ ଏଥିରେ କଞ୍ଚା କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁ ଓ ବେକରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହରୁ ଏପରି ତିନିଥର ଲଗାନ୍ତୁ। ଏପରି କଲେ ତ୍ୱଚା ଉଜ୍ଜ୍ଵଳ ହୁଏ ଓ କଳାଦାଗ ଦୂର ହୋଇଥାଏ।

Advertisment

୩. ଆଳୁ ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ପାଣିରେ ମୁହଁକୁ ଧୋଇ ନିଅନ୍ତୁ। ଏପରି କଲେ ସ୍କିନ୍‌ ପୋଟ୍‌ ଟାଇଟ୍‌ ହୋଇଥାଏ।

୪. ଆଳୁକୁ କାଟି ପେଷ୍ଟ କରନ୍ତୁ। ଏଥିରେ ହଳଦୀ ମିଶାଇ ମୁହଁରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଏହିପରି ଥରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ରଙ୍ଗ ପରିବର୍ତ୍ତନ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe