Advertisment

ଘରୋଇ ଉପାୟରେ ଛଡ଼ାନ୍ତୁ ମେକ୍‌ଅପ୍‌, ଦେଖା ଦେବ ନାହିଁ ପାର୍ଶ୍ୱ ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳା ସବୁ ବେଳେ ଅନ୍ୟମାନଙ୍କଠାରୁ ସୁନ୍ଦର ଦେଖା ଯିବାକୁ ଚାହାନ୍ତି। ଏଥିପାଇଁ ସେମାନେ ପାର୍ଟି କିମ୍ବା କୌଣସି ଫଙ୍କସନ୍‌କୁ ଯାଉଥିଲେ ମେକ୍‌ଅପ୍‌ ନେଇ ନିଜର ତ୍ୱଚାକୁ ସୁନ୍ଦର କରିଥାନ୍ତି। କେବଳ ପାର୍ଟି ନୁହେଁ ନିୟମିତ ଭାବେ ଅଫିସ୍‌ ଏବଂ କଲେଜ୍‌ ଗଲା ବେଳେ ମଧ୍ୟ ହାଲ୍‌କା ମେକ୍‌ଅପ୍‌ ନେଇଥାନ୍ତି। ପାର୍ଟିରୁ ଫେରିଲା ପରେ ଆମେ ଅଧିକାଶଂ ସମୟରେ ମେକ୍‌ଅପ୍‌ ଛଡ଼ାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ୍‌ର ବ୍ୟବହାର କରିଥାଉ। ଅନେକଙ୍କ ତ୍ୱଚା […]

ଘରୋଇ ଉପାୟରେ ଛଡ଼ାନ୍ତୁ ମେକ୍‌ଅପ୍‌,  ଦେଖା ଦେବ ନାହିଁ ପାର୍ଶ୍ୱ ପ୍ରତିକ୍ରିୟା

a51

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳା ସବୁ ବେଳେ ଅନ୍ୟମାନଙ୍କଠାରୁ ସୁନ୍ଦର ଦେଖା ଯିବାକୁ ଚାହାନ୍ତି। ଏଥିପାଇଁ ସେମାନେ ପାର୍ଟି କିମ୍ବା କୌଣସି ଫଙ୍କସନ୍‌କୁ ଯାଉଥିଲେ ମେକ୍‌ଅପ୍‌ ନେଇ ନିଜର ତ୍ୱଚାକୁ ସୁନ୍ଦର କରିଥାନ୍ତି। କେବଳ ପାର୍ଟି ନୁହେଁ ନିୟମିତ ଭାବେ ଅଫିସ୍‌ ଏବଂ କଲେଜ୍‌ ଗଲା ବେଳେ ମଧ୍ୟ ହାଲ୍‌କା ମେକ୍‌ଅପ୍‌ ନେଇଥାନ୍ତି। ପାର୍ଟିରୁ ଫେରିଲା ପରେ ଆମେ ଅଧିକାଶଂ ସମୟରେ ମେକ୍‌ଅପ୍‌ ଛଡ଼ାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ୍‌ର ବ୍ୟବହାର କରିଥାଉ।

Advertisment

publive-image

ଅନେକଙ୍କ ତ୍ୱଚା ଏହି କେମିକାଲ୍‌ ପାଇଁ ଖରାପ ମଧ୍ୟ ହୋଇଥାଏ। ତାହାଲେ ଆଜି ଆପଣଙ୍କୁ ମେକ୍‌ଅପ୍‌ ଛଡ଼ାଇବାର କିଛି ଘରୋଇ ଉପାୟ ବିଷୟରେ କହିବୁ ।ଯାହାକୁ ବ୍ୟବହାର କରି ଆପଣ ସହଜରେ ମେକ୍‌ଅପ୍‌ ଛଡ଼ାଇ ପାରିବେ। ଏହା କଲେ ଆପଣଙ୍କ ତ୍ୱଚାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖା ଦେବ ନାହିଁ।

ଅଲିଭ୍‌ ତେଲ ଏବଂ ବାଦାମ ତେଲ

publive-image

ଅଳ୍ପ ଅଲିଭ୍ ଅଏଲ୍‌ ଏବଂ ବାଦାମ ତେଲ ନେଇ ଚେହେରାରେ ମାଲିସ୍‌ କରନ୍ତୁ। ଏହା ପରେ ଟିସୁ ମାଧ୍ୟମରେ ମେକ୍‌ଅପ୍‌ ଛଡ଼ାନ୍ତୁ। ମେକ୍‌ଅପ୍‌ ଛଡ଼ାଇବା ପାଇଁ ଏହା ସବୁଠୁ ଭଲ ଉପାୟ। ଏହା କରିବା ଦ୍ୱାରା ମେକ୍‌ଅପ୍‌ ଛଡ଼ାଇଲା ପରେ ତ୍ୱଚା ଖରାପ ନହୋଇ ଚମକ ଆସିଥାଏ।

Advertisment

ବେବି ଅଏଲ୍‌ ଏବଂ ନଡ଼ିଆ ତେଲ

publive-image

ବେବି ଅଏଲ୍‌ ଏବଂ ନଡ଼ିଆ ତେଲ ମେକ୍‌ଅପ୍‌ ଛଡ଼ାଇବା ପାଇଁ ଆଉ ଏକ ଭଲ ଉପାୟ। ଏହାକୁ ବ୍ୟବହାର କରି ଆପଣ ମେକ୍‌ଅପ୍‌ ଛଡ଼ାନ୍ତୁ। ବେବି ଅଏଲ୍‌ ତ୍ୱଚାରେ ଚମକ ଆଣିବା ସହ ମେକ୍‌ଅପ୍‌ର ଦ୍ୱାରା ତ୍ୱଚା ଖରାପ ହେବାରୁ ରକ୍ଷା କରିଥାଏ।

ଷ୍ଟିମ୍‌ ବ୍ୟବହାର କରନ୍ତୁ

publive-image

ଷ୍ଟିମ୍‌ ବ୍ୟବହାର କରିବା ଦ୍ୱାରା ମଧ୍ୟ ମେକ୍‌ଅପ୍‌ ଛଡ଼ାଇ ହେବ। ଏକ ପାତ୍ରରେ ଗରମ ପାଣି ନେଇ ଚେହେରାକୁ ଗରମ ପାଣିର ବାମ୍ପ ଦିଅନ୍ତୁ। ଏହା କରିବା ଦ୍ୱାରା ଚେହେରାରେ ଥିବା ମୃତ କୋଷ ସହଜରେ ବାହାରି ଆସେ ଏଂ ମେକ୍‌ଅପ୍‌ ଭଲରେ ରିମୁଭ୍‌ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe