ମହିଳାମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ ପୁରୁଷମାନେ ସର୍ବଦା ଧ୍ୟାନ ଦେବା ଉଚିତ ଯେ ସେମାନେ କେଉଁ ଭଳି ଢଙ୍ଗରେ ସେମାନଙ୍କ ସହ କଥା ହେଉଛନ୍ତି। ତା’ସହିତ ଉଚିତ ଶବ୍ଦ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ବେଳେ ବେଳେ ପୁରୁଷମାନେ ଏମିତି କିଛି ଶବ୍ଦର ବ୍ୟବହାର କରନ୍ତି ଯେଉଁଥିରେ ମହିଳାମାନେ ଅପମାନିତ ବୋଧ କରନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଶବ୍ଦ ବ୍ୟବହାର କଲେ ମହିଳାମାନଙ୍କୁ ବାଧି ଥାଏ ଅବା ସେମାନେ ଅସମ୍ମାନିତ ଅନୁଭବ କରନ୍ତି।
୧. କେବେ ବି ରାଗରେ ନିଜ ପାର୍ଟନର ଅବା କୌଣସି ଝିଅ ଉଦ୍ଦେଶ୍ୟରେ ‘କ୍ୟାରେକ୍ଟର ଲେସ୍’ ବା ‘ଚରିତ୍ର ହୀନ’ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। ଏଥିରେ ସେମାନେ ଦୁଃଖିତ ହୁଅନ୍ତି।
୨. ଯେଉଁ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ଦେଖାଯାଆନ୍ତି ସେମାନଙ୍କୁ ପୁରୁଷମାନେ ‘ଓଭର ସ୍ମାର୍ଟ’ ବୋଲି କହନ୍ତି। ଏହାଦ୍ୱାରା ମହିଳାଙ୍କ ନେଗେଟିଭ୍ ପର୍ସନାଲିଟି ସାମ୍ନାକୁ ଆସିଥାଏ। କେବେ ବି କୌଣସି ଯୁବତୀ ଅବା ମହିଳାଙ୍କୁ ଏହି ଶବ୍ଦ କୁହନ୍ତୁ ନାହିଁ।
୩. କେବେ ବି ଭୁଲ୍ରେ ନିଜ ପାର୍ଟନର ଅବା କୌଣସି ଯୁବତୀଙ୍କୁ ‘କାଳି’ ବୋଲି କୁହନ୍ତୁ ନାହିଁ। ଝିଅମାନେ ଏ ଶବ୍ଦକୁ ପସନ୍ଦ କରନ୍ତି ନାହିଁ। ଏହି ଶବ୍ଦ ଶୁଣିଲେ ସେମାନେ ରାଗି ଯାଆନ୍ତି।
୪. କୌଣସି ଝିଅକୁ କେବେ ‘ଚାମ୍ଚା’ ବୋଲି କୁହନ୍ତୁ ନାହିଁ। ଏହା ସେମାନଙ୍କୁ ଭାରି କଷ୍ଟ ଦେଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।