Advertisment

ଏକାଠି ଖାଆନ୍ତୁ ନାହିଁ ଏହି ଖାଦ୍ୟ, ପଡିପାରନ୍ତି ସମସ୍ୟାରେ

ପ୍ରତିଦିନ ବହୁତ କିଛି ଖାଇବାକୁ ଆମର ମନ ହୋଇଥାଏ। ଖାସ କରି ନୂଆ ନୂଆ ଉପାୟରେ ଖାଇବାକୁ ବହୁତ ଲୋକ ଭଲ ପାଇଥାନ୍ତି। ଏଥିପାଇଁ ବିଭିନ୍ନ ଖାଦ୍ୟରେ ସେମାନେ ଅନ୍ୟ ଖାଦ୍ୟକୁ ମିଶାଇ ଖାଇଥାନ୍ତି। ହେଲେ ବହୁ ସମୟରେ ଏପରି ଖାଇବା ଦ୍ୱାରା ବହୁତ ହଇରାଣ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା କାହା ସହ କାହାକୁ ଖାଇଲେ କ’ଣ ହୋଇଥାଏ ଓ ଏଥିରୁ କାହିଁକି ଦୂରେଇ ରହିବା ଭଲ। ତରଭୁଜ ଓ ପାଣି: ତରଭୁଜ ଖାଇବାକୁ ସମସ୍ତେ […]

ଅଦ୍ୟତନ ହୋଇଛି
ଏକାଠି ଖାଆନ୍ତୁ ନାହିଁ ଏହି ଖାଦ୍ୟ, ପଡିପାରନ୍ତି ସମସ୍ୟାରେ

milk-lemon

Advertisment

ପ୍ରତିଦିନ ବହୁତ କିଛି ଖାଇବାକୁ ଆମର ମନ ହୋଇଥାଏ। ଖାସ କରି ନୂଆ ନୂଆ ଉପାୟରେ ଖାଇବାକୁ ବହୁତ ଲୋକ ଭଲ ପାଇଥାନ୍ତି। ଏଥିପାଇଁ ବିଭିନ୍ନ ଖାଦ୍ୟରେ ସେମାନେ ଅନ୍ୟ ଖାଦ୍ୟକୁ ମିଶାଇ ଖାଇଥାନ୍ତି। ହେଲେ ବହୁ ସମୟରେ ଏପରି ଖାଇବା ଦ୍ୱାରା ବହୁତ ହଇରାଣ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା କାହା ସହ କାହାକୁ ଖାଇଲେ କ’ଣ ହୋଇଥାଏ ଓ ଏଥିରୁ କାହିଁକି ଦୂରେଇ ରହିବା ଭଲ।

Advertisment

ତରଭୁଜ ଓ ପାଣି: ତରଭୁଜ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ତେବେ ମନେ ରଖନ୍ତୁ ତରଭୁଜ ଖାଇବା ପରେ ପାଣି ଆଦୌ ପିଅନ୍ତୁ ନାହିଁ। ତରଭୁଜରେ ୯୦ରୁ ୯୫ ପ୍ରତିଶତ ପାଣି ରହିଥାଏ। ଯଦି ତରଭୁଜ ଖାଇବା ପରେ ପାଣି ପିଇବେ ତେବେ ଏହା ଆପଣଙ୍କ ପାଚନଶକ୍ତି ଉପରେ ପ୍ରଭାବ ପକାଇଥାଏ। ତରଭୁଜ ଖାଇ ପାଣି ପିଇଲେ ପାଚନ ରସ ପତଳା ହୋଇଯିବାର ଆଶଙ୍କା ରହିଥାଏ।

watermelonଚାହା ଓ ଦହି: ଏକା ସାଙ୍ଗରେ ଚାହା ପିଇବା ଓ ଦହି ଖାଇବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। ହେଲେ ଏପରି କେବେ କରନ୍ତୁ ନାହିଁ। ଏହା ଆପଣଙ୍କୁ ବହୁତ କ୍ଷତିରେ ପକାଇବ। ଚାହା ଓ ଦହିରେ ଏସିଡ୍‌ ରହିଥାଏ। ଏହାକୁ ଏକା ସାଙ୍ଗରେ ଖାଇଲେ କି ପିଇଲେ ହଜମ ଜନିତ ସମସ୍ୟା ଦେଖା ଦେଇଥାଏ।

Advertisment

ଦହି ଓ ଫଳ: ଦହି ସହ କେବେ ବି ଫଳ ଖାଆନ୍ତୁ ନାହିଁ। ଆୟୁର୍ବେଦ ଅନୁସାରେ ଦହି ସହ କୌଣସି ଫଳ ଖାଇବା ଶରୀର ପାଇଁ ବହୁତ କ୍ଷତିକାରକ। ଏକାସଙ୍ଗରେ ଏହା ପେଟକୁ ଯିବା ପରେ ଏମିତି ଏସିଡ୍‌ ସୃଷ୍ଟି କରିଥାନ୍ତି, ଯାହା ଆପଣଙ୍କ ମେଟାବୋଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ।

ଲେମ୍ବୁ ଓ ଦୁଧ: ଦୁଧରେ ଗୋଟେ ବୁନ୍ଦା ଲେମ୍ବୁ ରସ୍‌ ପଡିଗଲେ କ’ଣ ହୋଇଥାଏ ଆପଣ ତ ଜାଣିଛନ୍ତି। ଯଦି ଦୁଧ ପିଇବା ପରେ ଲେମ୍ବୁ ଖାଇଲେ ତେବେ ପେଟ ଭିତରେ ଅବସ୍ଥା କ’ଣ ହେବ ଜାଣିପାରୁଥିବେ। ତେଣୁ ଦୁଧ ଓ ଲେମ୍ବୁକୁ କେବେ ବି ଏକାଠି ବ୍ୟବହାର କରନ୍ତୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe