Advertisment

ଅନ୍ୟର ଏହି ୫ଟି ଜିନିଷ ପ୍ରତି ରୁହନ୍ତୁ ସାବଧାନ, ନହେଲେ ହୋଇପାରେ ଅଶୁଭ

ଆମମାନଙ୍କ ମଧ୍ୟରୁ ଅନେକ ଅନ୍ୟଠାରୁ ପେନ୍ ମାଗି ଲେଖନ୍ତି, କିନ୍ତୁ ଫେରାଇବାକୁ ଭୁଲି ଯାଆନ୍ତି। ଆଉ ଜଣେ ଜଣେ ଅଛନ୍ତି ଅନ୍ୟର ପୋଷାକ ଦେଖିଲେ ଲୋଭ ସମ୍ବରଣ କରି ପାରନ୍ତି ନାହିଁ। ତେଣୁ ବନ୍ଧୁବାନ୍ଧବ ଅବା ଚିହ୍ନାପରିଚିତ ହୋଇଥିଲେ ସେମାନଙ୍କଠାରୁ ପୋଷାକ ମାଗି ପିନ୍ଧି ଥାଆନ୍ତି। କିନ୍ତୁ ଏ ଅଭ୍ୟାସ ଭଲ ନୁହେଁ। ଏହା ଆପଣଙ୍କ ଦୁର୍ଗତିର କାରଣ ହୋଇପାରେ। ବାସ୍ତୁ ଅନୁସାରେ ଅନ୍ୟର ବସ୍ତୁ ବ୍ୟବହାର କଲେ ନକାରାତ୍ମକ ପ୍ରଭାବ ପଡ଼େ ଓ ଏହା ଦୁର୍ଭାଗ୍ୟର […]

author-image
Rakesh Mallick
ଅନ୍ୟର ଏହି ୫ଟି ଜିନିଷ ପ୍ରତି ରୁହନ୍ତୁ ସାବଧାନ, ନହେଲେ ହୋଇପାରେ ଅଶୁଭ

ଆମମାନଙ୍କ ମଧ୍ୟରୁ ଅନେକ ଅନ୍ୟଠାରୁ ପେନ୍ ମାଗି ଲେଖନ୍ତି, କିନ୍ତୁ ଫେରାଇବାକୁ ଭୁଲି ଯାଆନ୍ତି। ଆଉ ଜଣେ ଜଣେ ଅଛନ୍ତି ଅନ୍ୟର ପୋଷାକ ଦେଖିଲେ ଲୋଭ ସମ୍ବରଣ କରି ପାରନ୍ତି ନାହିଁ। ତେଣୁ ବନ୍ଧୁବାନ୍ଧବ ଅବା ଚିହ୍ନାପରିଚିତ ହୋଇଥିଲେ ସେମାନଙ୍କଠାରୁ ପୋଷାକ ମାଗି ପିନ୍ଧି ଥାଆନ୍ତି। କିନ୍ତୁ ଏ ଅଭ୍ୟାସ ଭଲ ନୁହେଁ। ଏହା ଆପଣଙ୍କ ଦୁର୍ଗତିର କାରଣ ହୋଇପାରେ। ବାସ୍ତୁ ଅନୁସାରେ ଅନ୍ୟର ବସ୍ତୁ ବ୍ୟବହାର କଲେ ନକାରାତ୍ମକ ପ୍ରଭାବ ପଡ଼େ ଓ ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅନ୍ୟର କେଉଁ କେଉଁ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।

Advertisment

pen

ପେନ୍‌

ପେନ୍‌ ଏପରି ଏକ ଜିନିଷ ଯାହାକୁ ଆମେ ଅଧିକାଂଶ ସମୟରେ ଅନ୍ୟମାନଙ୍କୁ ମାଗି ବ୍ୟବହାର କରିଥାଉ ଓ ଫେରାଇବାକୁ ଭୁଲିଯାଇଥାଉ। ବାସ୍ତୁ ଅନୁସାରେ ଅନ୍ୟର ପେନ୍‌ ବ୍ୟବହାର କରି ନ ଫେରାଇଲେ ଟଙ୍କାର ଅଭାବ ଦେଖାଯାଏ। ଏହାସହ ଆପଣଙ୍କ ମାନସମ୍ମାନରେ ଆଞ୍ଚ୍‌ ମଧ୍ୟ ଆସିଥାଏ।

handkarchief

ରୁମାଲ୍‌

ଭୁଲ୍‌ରେ ଅନ୍ୟର ରୁମାଲ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଦ୍ୱାରା ଆପଣ ସଂକ୍ରମଣ ଆଦିର ଶିକାର ହୋଇପାରନ୍ତି। ଏହା ବ୍ୟତୀତ ବାସ୍ତୁ ଅନୁସାରେ ଅନ୍ୟର ରୁମାଲ୍‌ ବ୍ୟବହାର କଲେ ତାଙ୍କ ସହିତ ଆପଣଙ୍କର ଲଢ଼େଇ, ଝଗଡ଼ା ହୋଇପାରେ। ଦୁହିଁଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇପାରେ। ଅନ୍ୟର ରୁମାଲ୍ ବ୍ୟବହାର କଲେ ଧନହାନିର ବି ଆଶଙ୍କା ଥାଏ।

Advertisment

ପୋଷାକ

ଅନ୍ୟ କାହାରି ପୋଷାକ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିପାରେ। ଏପରିକି କାହାରି ଘଣ୍ଟା ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଦୁର୍ଭାଗ୍ୟର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣ ବିଭିନ୍ନ କାର୍ଯ୍ୟରେ ଅସଫଳ ହୋଇପାରନ୍ତି।

sleeping

ବିଛଣା

କେବେ କାହାରି ବିଛଣା କିମ୍ୱା ବେଡରୁମ୍‌ ବ୍ୟବହାର କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ବାସ୍ତୁ ଦୋଷ ବଢିଥାଏ। ଏହାର ପ୍ରଭାବରେ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡ଼ିପାରେ।

ଧାର ନିଅନ୍ତୁ ନାହିଁ

କେବେ ଅନ୍ୟ କାହାଠାରୁ ଟଙ୍କା ଉଧାର ଆଣନ୍ତୁ ନାହିଁ। ଅତ୍ୟାବଶ୍ୟକ ସ୍ଥଳେ ଟଙ୍କା ଆଣି ଯେତେ ଶୀଘ୍ର ସମ୍ଭବ ଫେରାଇ ଦିଅନ୍ତୁ। ନହେଲେ ଦୁର୍ଭାଗ୍ୟ ଆପଣଙ୍କୁ ଗୋଡ଼ାଇ ପାରେ।