କୁହାଯାଏ, ଜୋତାରୁ ବ୍ୟକ୍ତିର ଛବି ପଢ଼ି ହୁଏ । ଭଲ ପୋଷାକ ସହ ଭଲ ଜୋତା ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଜୋତାରେ ଭାଗ୍ୟ ଯୋଡ଼ି ହୋଇ ରହିଥାଏ। ଯଦି ଆପଣଙ୍କର ଜୋତା ଠିକ୍ ନ ଥାଏ ସବୁବେଳେ ଅଶୁଭ ଫଳ ମିଳିଥାଏ। ଅଧିକ ପରିଶ୍ରମ କରୁଥିଲେ ବି ଫଳ ମିଳେ ନାହିଁ। ସବୁବେଳେ ଆର୍ଥିକ ଅନାଟନ ଲାଗିରହେ। ଆସନ୍ତୁ ଜାଣିବା କେଉଁ ଜୋତା ପିନ୍ଧିଲେ ଅଶୁଭ ଫଳ ମିଳିଥାଏ।
୧- ଉପହାରରେ ମିଳିଥିବା ଜୋତା ପିନ୍ଧନ୍ତୁ ନାହିଁ। ଏହା ପିନ୍ଧିଲେ ଶନି ଦେବ ରାଗି ଯାଆନ୍ତି।
୨- କେହି ଜଣେ ବ୍ୟବହାର କରିଥିବା ଜୋତା ଓ ଚୋରି କରି ଆଣିଥିବା ଜୋତା ପିନ୍ଧନ୍ତୁ ନାହିଁ। ଅଶୁଭ ଫଳ ମିଳିଥାଏ।
୩- ଫାଟି ଯାଇଥିବା ଜୋତା ପିନ୍ଧି ଅଫିସ କିମ୍ବା ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ ନାହିଁ। ଅଶୁଭ ହୋଇଥାଏ।
୪- ଡାକ୍ତର ଓ ଲୁହା କାମ କରୁଥିବା ବ୍ୟକ୍ତି ଧଳାରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ। ଅଶୁଭ ଫଳ ହୋଇଥାଏ।
୫- ବ୍ୟାଙ୍କରେ କାମ କରୁଥିବା ଅଧିକାରୀ ଓ ଶିକ୍ଷାଦାନ କରୁଥିବା ଶିକ୍ଷକ କଫି ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ।
୬- ପାଣି ଓ ଆର୍ୟୁବେଦିକ ବିଭାଗରେ କାମ କରୁଥିବା ଲୋକେ ନୀଳରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ। ଅଶୁଭ ଫଳ ମିଳିଥାଏ।