ଖାଦ୍ୟରେ ବିଷ। ପନିପରିବାରେ ରଙ୍ଗ। ଫଳମୂଳ ପାଚିବା ପାଇଁ ଯାବତୀୟ ସାର ଓ କେମିକାଲର ପ୍ରୟୋଗ। ଏମିତି କରି ଲୋକଙ୍କୁ କେବଳ ବିଷ ହିଁ ଦିଆଯାଉଛି। ବେପାର ପାଇଁ ଚାଲିଛି କଳାକାରନାମା। ଫଳରେ ଲୋକ ଅଳ୍ପ ବୟସରେ ବାର୍ଦ୍ଧକ୍ୟରେ ଶିକାର ହେଉଛି। ଆଉ କେହି କେହି ବିଭିନ୍ନ ମହାମାରୀ ରୋଗରେ ପଡ଼ୁଛନ୍ତି। ଏ ସବୁ ସମସ୍ୟାର ସମାଧାନ ପାଇଁ ଏକ ବହିରେ ରହିଛି ସବୁ ଫର୍ମୁଲା। ବହିର ନା ହେଉଛି ‘ସ୍ୱର୍ଗ’। ଏହାର ମୂଳରଚନା ଅମ୍ବିକା ସୁତନ ମଙ୍ଗଡ଼ ହୋଇଥିବା ବେଳେ ଏହାକୁ ମାଲାୟାଲାମ ଭାଷାରେ ଜେ. ଦେବିକା ଅନୁବାଦ କରିଛନ୍ତି।