/odisha-reporter/media/post_attachments/uploads/2017/07/1-4.jpg)
food
ଖବରକାଗଜରେ ବରା, ଆଳୁଚପ, ସିଙ୍ଗଡ଼ା ଆଦି ପ୍ୟାକ୍ କରି ଦୋକାନୀମାନେ ଗ୍ରାହକମାନଙ୍କ ହାତକୁ ବଢ଼ାଇ ଦିଅନ୍ତି। ଗ୍ରାହକମାନେ ବି ବେଶ୍ ସହଜରେ ଏହାକୁ ନେଇ ଚାଲି ଯାଆନ୍ତି। ବିଶେଷ କରି ରାସ୍ତାକଡ଼ ଉଠା ଦୋକାନୀ ଓ ଛୋଟମୋଟ ହୋଟେଲ୍ ଗୁଡ଼ିକରେ ଖାଦ୍ୟ ପଦାର୍ଥର ଏଭଳି ପ୍ୟାକିଂ ଦେଖିବାକୁ ମିଳେ। ଅନେକ ହୋଟେଲ୍ ରୁଟିକୁ ମଧ୍ୟ ଖବରକାଗଜରେ ଗୁଡ଼ାଇ ଦିଅନ୍ତି। ବେଳେ ବେଳେ ଆମ ଘରମାନଙ୍କରେ ମା’ମାନେ ଛୁଆଙ୍କୁ ଟିଫିନ୍ରେ ଦେଉଥିବା କିଛି ଖାଦ୍ୟକୁ ଖବରକାଗଜରେ ଗୁଡ଼ାଇ ଭର୍ତ୍ତି କରି ଦିଅନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଆମ ଶରୀର ପାଇଁ କ୍ଷତିକାରକ।
ଭାରତୀୟ ଖାଦ୍ୟ ସୁରକ୍ଷା ଆଇନ ରିପୋର୍ଟ ମୁତାବକ ଯଦି ଆପଣ ଖବରକାଗଜରେ ପ୍ୟାକ୍ ହୋଇଥିବା ଖାଦ୍ୟ ଖାଉଥାଆନ୍ତି ତା’ହେଲେ ଏହା କର୍କଟ ରୋଗର ସମ୍ଭାବନାକୁ ବଢ଼ାଇ ଦେଇଥାଏ। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଖବରକାଗଜରେ ଖାଇବା ଜିନିଷ ପ୍ୟାକ୍ କଲେ ତାହା ବିଷାକ୍ତ ହୋଇଯାଏ। ଏହି ଖାଦ୍ୟକୁ ଖାଇବା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ବଢ଼ିଯାଏ। ପୁଣି ଖାଦ୍ୟ ପଦାର୍ଥଗୁଡ଼ିକ ଯେତିକି ଅଧିକ ସମୟ ଧରି ଖବରକାଗଜରେ ପ୍ୟାକ୍ ହୋଇ ରହିବ କ୍ୟାନ୍ସର ହେବାର ସମ୍ଭାବନା ସେତିକି ବଢ଼ିଯିବ।
ଏହି ରିପୋର୍ଟ ମୁତାବକ ଖବରକାଗଜ ଛାପିବା ବେଳେ ଯେଉଁ କାଳି ବା ସ୍ୟାହି ବ୍ୟବହାର କରାଯାଏ, ସେଥିରେ ଏମିତି କିଛି ବ୍ୟାକ୍ଟେରିଆ ପଦାର୍ଥ ରହିଥାଆନ୍ତି, ଯେଉଁଗୁଡ଼ିକ ଯେତେବେଳେ କୌଣସି ଜୀବନ୍ତ ଜିନିଷ ସଂସ୍ପର୍ଶରେ ଆସନ୍ତି ସଙ୍ଗେ ସଙ୍ଗେ ସକ୍ରିୟ ହୋଇଯାଆନ୍ତି। ଏହା ବ୍ୟତୀତ ଏହି କାଳି ଓ ବ୍ୟବହୃତ ଅନ୍ୟ ରଙ୍ଗରେ ଏମିତି କିଛି ପଦାର୍ଥ ଥାଏ ଯାହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ।
ଏଣୁ ଏଫ୍ଏସ୍ଏସ୍ଏଆଇ ପରାମର୍ଶ ଦେଇଛି ଯେ ରାସ୍ତାକଡ଼ ଉଠାଦୋକାନୀ ଓ ଛୋଟ ହୋଟେଲ୍ ଗୁଡ଼ିକ ଖବରକାଗଜରେ ଖାଦ୍ୟ ପଦାର୍ଥ ପ୍ୟାକ୍ କରି ନ ଦିଅନ୍ତୁ। ସେହିଭଳି ଗ୍ରାହକମାନେ ମଧ୍ୟ ନିଜ ଅଭ୍ୟାସ ବଦଳାଇବା ଉଚିତ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
