ସୁଖରେ ରହିବାକୁ ଚାହୁଁଛନ୍ତି, ଆପଣାନ୍ତୁ ୫ଟି ଉପାୟ

ସୁଖ ଓ ଶାନ୍ତିରେ ରହିବାକୁ ଲୋକେ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ମନ୍ଦିର ଯାଇ ପୂଜାପାଠ କରୁଛି ତ ଆଉ କିଏ ଗୁଣିଗାରେଡି ଓ ତନ୍ତ୍ରପୂଜାର ସାହାରା ନେଉଛି। ଲେମ୍ବୁକୁ ଲୋକେ ତାନ୍ତ୍ରିକ କାମରେ ଲଗାଇ ନିଜ କାମ ହାସଲ କରିବାକୁ ପ୍ରୟାସ କରିଥାନ୍ତି। ତେବେ ଲେମ୍ବୁର ଏପରି କିଛି ବ୍ୟବହାର ରହିଛି ଯାହା କୌଣସି ତାନ୍ତ୍ରିକଙ୍କ ପାଖକୁ ନ ଯାଇ ଘରେ ସୁଖଶାନ୍ତି ଆଣିଥାଏ। ଆସନ୍ତୁ ଜାଣିବା ଲେମ୍ବୁର ୫ଟି ବ୍ୟବହାର ଯାହା […]

nimbu

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 08:13 AM IST

ସୁଖ ଓ ଶାନ୍ତିରେ ରହିବାକୁ ଲୋକେ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ମନ୍ଦିର ଯାଇ ପୂଜାପାଠ କରୁଛି ତ ଆଉ କିଏ ଗୁଣିଗାରେଡି ଓ ତନ୍ତ୍ରପୂଜାର ସାହାରା ନେଉଛି। ଲେମ୍ବୁକୁ ଲୋକେ ତାନ୍ତ୍ରିକ କାମରେ ଲଗାଇ ନିଜ କାମ ହାସଲ କରିବାକୁ ପ୍ରୟାସ କରିଥାନ୍ତି। ତେବେ ଲେମ୍ବୁର ଏପରି କିଛି ବ୍ୟବହାର ରହିଛି ଯାହା କୌଣସି ତାନ୍ତ୍ରିକଙ୍କ ପାଖକୁ ନ ଯାଇ ଘରେ ସୁଖଶାନ୍ତି ଆଣିଥାଏ। ଆସନ୍ତୁ ଜାଣିବା ଲେମ୍ବୁର ୫ଟି ବ୍ୟବହାର ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ।

ବାସ୍ତୁଦୋଷ କାଟିଥାଏ: ଲେମ୍ବୁ ବାସ୍ତୁଦୋଷ କାଟିଥାଏ। ଗୋଟିଏ ଲେମ୍ବୁ ନେଇ ଘରର ୪ କୋଣରେ ୭ ଥର ବୁଲାଇ ନିଅନ୍ତୁ। ଏହାପରେ ଲେମ୍ବୁକୁ ଏକ ନିଛାଟିଆ ସ୍ଥାନକୁ ନେଇ ୪ ଖଣ୍ଡ କରି ୪ ଦିଗକୁ ଫିଙ୍ଗି ଘରକୁ ଫେରିଆସନ୍ତୁ। ଏପରି କଲେ ଘରେ ଥିବା ବାସ୍ତୁଦୋଷ ଦୂର ହୋଇଯିବ।

ଭାଗ୍ୟ ଚମକାଏ: ଗୋଟିଏ ଲେମ୍ବୁ ନେଇ ନିଜ ମୁଣ୍ଡରେ ୭ ଥର ଲଗାନ୍ତୁ। ଏହାପରେ ଲେମ୍ବୁକୁ ଦୁଇଖଣ୍ଡ କରି ବାମ ହାତର ଖଣ୍ଡକୁ ଡାହାଣକୁ ଓ ଡାହାଣ ହାତର ଖଣ୍ଡକୁ ବାମକୁ ଫିଙ୍ଗି ଦିଅନ୍ତୁ। ଆପଣଙ୍କ ଅଶୁଭ ଦୋଷ କଟିଯିବା ସହ ଭାଗ୍ୟରେ ପରିବର୍ତ୍ତନ ଘଟିବ।

ଚାକିରି ଓ ସଫଳତା: ଗୋଟିଏ ଲେମ୍ବୁ ନିଅନ୍ତୁ ଓ ଏଥିରେ ୪ଟି ଲବଙ୍ଗ ଲଗାଇ ଦେଇ ୧୦୮ ଥର ‘ଓଁ ଶ୍ରୀ ହନୁମତେ ନମ୍‌’ ମନ୍ତ୍ର ଉଚାରଣ କରି ସାଙ୍ଗରେ ନିଅନ୍ତୁ। ଆପଣ ନିଶ୍ଚିତ ସଫଳତା ପାଇବେ।

ରୋଗରୁ ମୁକ୍ତି: ଶନିବାରକୁ ଏକ ଲେମ୍ବୁ ନେଇ ରୋଗୀର ମୁଣ୍ଡରେ ୭ ଥର ଓଲଟା ବୁଲାନ୍ତୁ। ଏହାପରେ ଏକ ଛୁରିକୁ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଧୀରେ ଧୀରେ ଟାଣି ଲେମ୍ବୁକୁ ଦୁଇଫାଳ କରିଦିଅନ୍ତୁ। ଦୁଇ ଖଣ୍ଡ ଲେମ୍ବୁକୁ ସନ୍ଧ୍ୟା ସମୟରେ ଦୁଇ ଦିଗକୁ ଫିଙ୍ଗି ଦିଅନ୍ତୁ। ରୋଗରୁ ମୁକ୍ତି ମିଳିବ।

ଧନପ୍ରାପ୍ତି: ଗୋଟିଏ ଲେମ୍ବୁ ନେଇ ଚାରିଛକ (ଚାରି ଦିଗକୁ ରାସ୍ତା ଥିବା ଛକ)କୁ ଯାଇ ନିଜ ମୁଣ୍ଡରେ ଲଗାନ୍ତୁ। ଏହାପରେ ଲେମ୍ବୁକୁ ଦୁଇଭାଗ କରି କାଟି ଦିଅନ୍ତୁ। ଗୋଟିଏ ଭାଗ ପଛକୁ ଓ ଅନ୍ୟ ଭାଗଟିକୁ ଆଗକୁ ଫିଙ୍ଗି ଦେଇ କାମକୁ ଚାଲିଯାଆନ୍ତୁ ଅଥବା ଘରକୁ ଫେରି ଆସନ୍ତୁ।

Related story