Advertisment

ପୋଦିନାର ୯ଟି ଚମତ୍କାରୀ ଗୁଣ

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ। ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ। ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ। ତେବେ ଆସନ୍ତୁ ଜାଣିବା ପୋଦିନାର କିଛି ଚମତ୍କାରୀ ଗୁଣ ସଂପର୍କରେ- ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ। ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା […]

ଅଦ୍ୟତନ ହୋଇଛି
ପୋଦିନାର ୯ଟି ଚମତ୍କାରୀ ଗୁଣ
Advertisment

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ। ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ। ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ। ତେବେ ଆସନ୍ତୁ ଜାଣିବା ପୋଦିନାର କିଛି ଚମତ୍କାରୀ ଗୁଣ ସଂପର୍କରେ-

Advertisment
  • ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।
  • ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।
  • ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା। ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ।
  • ଖରା ଦିନେ ଅଂଶୁଘାତ ହୁଏ। ଅଂଶୁଘାତ ଆକ୍ରାନ୍ତଙ୍କୁ ପୋଦିନା ରସ ପିଇବାକୁ ଦେଲେ ଭଲ। ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ।
  • ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ।
  • ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ।
  • ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ। ପେଟ ବ୍ୟଥା ଦୂର ହୋଇଯିବ।
  • ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ।
  • ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe