Advertisment

ଆଶ୍ଚର୍ଯ୍ୟ ହେଲେ ବି ସତ: ମୋବାଇଲ୍ ଫୋନ୍‌ ଦାମ୍ ୩୧୫ କୋଟି

ଭାରତର ସବୁଠାରୁ ବଡ଼ ଧନୀ ଭାବେ ମୁକେଶ ଅମ୍ୱାନୀ ଜଣାଶୁଣା। ମୁମ୍ୱାଇରେ ଥିବା ତାଙ୍କ ଘର ଆଣ୍ଟିଲିଆକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ଏହା ବିଶ୍ୱର ସବୁଠାରୁ ମହଙ୍ଗା ଘର। କେବଳ ଯେ ତାଙ୍କ ଘର ମହଙ୍ଗା ତାହା ନୁହେଁ ଅମ୍ୱାନୀ ପରିବାରର ସଦସ୍ୟ ବ୍ୟବହାର କରୁଥିବା କାର୍, ଡ୍ରେସ ଓ ଫୋନର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୁକେଶଙ୍କ ପତ୍ନୀ ନିତା ଅମ୍ୱାନୀ ବ୍ୟବହାର କରୁଥିବା ଫୋନର ଦାମ୍ କେତେ ଜାଣିଛନ୍ତି କି ? […]

ଆଶ୍ଚର୍ଯ୍ୟ ହେଲେ ବି ସତ: ମୋବାଇଲ୍ ଫୋନ୍‌ ଦାମ୍ ୩୧୫ କୋଟି

mobile copy

Advertisment

ଭାରତର ସବୁଠାରୁ ବଡ଼ ଧନୀ ଭାବେ ମୁକେଶ ଅମ୍ୱାନୀ ଜଣାଶୁଣା। ମୁମ୍ୱାଇରେ ଥିବା ତାଙ୍କ ଘର ଆଣ୍ଟିଲିଆକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ଏହା ବିଶ୍ୱର ସବୁଠାରୁ ମହଙ୍ଗା ଘର। କେବଳ ଯେ ତାଙ୍କ ଘର ମହଙ୍ଗା ତାହା ନୁହେଁ ଅମ୍ୱାନୀ ପରିବାରର ସଦସ୍ୟ ବ୍ୟବହାର କରୁଥିବା କାର୍, ଡ୍ରେସ ଓ ଫୋନର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୁକେଶଙ୍କ ପତ୍ନୀ ନିତା ଅମ୍ୱାନୀ ବ୍ୟବହାର କରୁଥିବା ଫୋନର ଦାମ୍ କେତେ ଜାଣିଛନ୍ତି କି ?

Advertisment

ମୁମ୍ୱାଇ ଇଣ୍ଡିଆନସ୍‌ ମାଲିକାଣୀ ନିତା ଦୁନିଆର ସବୁଠାରୁ ମହଙ୍ଗା ଫୋନ ବ୍ୟବହାର କରନ୍ତି। ଆପଲ୍ କମ୍ପାନୀ ଦ୍ୱାରା ନିର୍ମୀତ ଫାଲକନ୍ ସୁପର ନୋଭା ଆଇଫୋନ ୬ ପିଙ୍କ ଡାଇମଣ୍ଡର ମାଲିକାଣୀ ନିତା। ଆପଲ୍ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ହାତଗଣତି ଲୋକଙ୍କ ପାଇଁ ଏହି ଫୋନ ତିଆରି କରିଥାଏ। ସୁନା, ହୀରା ଓ ପ୍ଲାଟିନମ୍‌ରେ ନିର୍ମୀତ ଏହି ଆଇଫୋନ। ତେବେ ଦାମ୍ ଶୁଣିଲେ ଆପଣ ମୁଣ୍ଡ ବୁଲାଇ ପକାଇବ। ଆପଲ୍ କମ୍ପାନୀର ଏହି ଫୋନଟିର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୩୧୫ କୋଟି ଟଙ୍କ।। ହିସାବରୁ ଜଣାପଡ଼ିଛି, ଏହି ଫୋନ୍ ମୂଲ୍ୟ ପ୍ରତିବଦଳରେ ଆପଣ ଅତ୍ୟାଧୁନିକ ପ୍ରାଇଭେଟ୍ ଜେଟ୍‌ଟିଏ କିଣି ପାରିବେ।

କ’ଣ ରହିଛି ଏହି ଆଇ-ଫେ।ନ୍‌ରେ: ନିତା ବ୍ୟବହାର କରୁଥିବା ପିଙ୍କ୍ ଗୋଲ୍ଡ ଓ ପିଙ୍କ୍ ଡାଇମଣ୍ଡ ଭର୍ସନର ଏହି ଆଇ-ଫୋନ୍‌ରେ ୨୪ କ୍ୟାରେଟ ସୁନା କଭର ଉପରେ ପ୍ଲାଟିନମ୍‌ର ଆସ୍ତରଣ ଦିଆଯାଇଛି। ଯାହା ଫଳରେ ଫୋନ୍‌ଟି ବହୁତ ମଜବୁତ ହୋଇଥାଏ। ସେହିଭଳି ପଛପଟରେ ଲାଗିଥିବା ପିଙ୍କ୍ ଡାଇମଣ୍ଡ ଯୋଗୁଁ ବେଶ୍ ଆର୍କଷଣୀୟ ଲାଗୁଛି। ଏହି ପିଙ୍କ୍ ଡାଇମଣ୍ଡର ମୂଲ୍ୟ ସବୁଠାରୁ ଅଧିକ।

Advertisment

ଏହି ଫେ।ନଟି ଦେଖିବାକୁ ଯେପରି ଆର୍କଷଣୀୟ ଏହାର ଫିଚର ମଧ୍ୟ ବେଶ୍ ଉନ୍ନତମାନର। ଏହି ଫୋନକୁ ହ୍ୟାକ୍ କରାଯାଇ ପାରିବ ନାହିଁ। ବ୍ୟବହାରକାରୀଙ୍କ ଡାଟାକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିଥାଏ ଏହି ଆଇଫୋନ୍‌। ଯଦି କେହି ଫୋନକୁ ହ୍ୟାକ୍ କରିବାକୁ ଚେଷ୍ଟା କରେ ତେବେ ସଙ୍ଗେ ସଙ୍ଗେ ଏକ ମେସେଜ୍ ମାଲିକଙ୍କ ପାଖକୁ ଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe