Advertisment

ରଜରେ ତିଆରି କରନ୍ତୁ ମୁଆଁ ପିଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଘରେ କିଛି ବି ପର୍ବ ପର୍ବାଣି ହେଲେ ପିଠା ହେବା ନିଶ୍ଚିନ୍ତ। ବିଭିନ୍ନ ପର୍ବପର୍ବାଣୀରେ ଓଡ଼ିଆ ଘରେ ବିଭିନ୍ନ ପ୍ରକାର ପିଠା ତିଆରି ହୋଇଥାଏ। ଆମେ ସମସ୍ତେ ମଧ୍ୟ ଏହି ପିଠା ଖାଇବାକୁ ବହୁତ ପସନ୍ଦ କରିଥାଉ। ଆଜି ରଜରେ ଆପଣଙ୍କୁ ମୁଆଁ ପିଠା କରିବା ଶିଖାଇବୁ। ଏହା ବହୁତ ସ୍ୱାଦିଷ୍ଟ ଲାଗିବା ସହ ସୁନ୍ଦର ମଧ୍ୟ ଦେଖାଯାଏ। ତା ହେଲେ ଏହି ପିଠାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ। ଆବଶ୍ୟକ ସାମଗ୍ରୀ […]

author-image
Rosalin Rath
ରଜରେ ତିଆରି କରନ୍ତୁ ମୁଆଁ ପିଠା

m222

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଘରେ କିଛି ବି ପର୍ବ ପର୍ବାଣି ହେଲେ ପିଠା ହେବା ନିଶ୍ଚିନ୍ତ। ବିଭିନ୍ନ ପର୍ବପର୍ବାଣୀରେ ଓଡ଼ିଆ ଘରେ ବିଭିନ୍ନ ପ୍ରକାର ପିଠା ତିଆରି ହୋଇଥାଏ। ଆମେ ସମସ୍ତେ ମଧ୍ୟ ଏହି ପିଠା ଖାଇବାକୁ ବହୁତ ପସନ୍ଦ କରିଥାଉ। ଆଜି ରଜରେ ଆପଣଙ୍କୁ ମୁଆଁ ପିଠା କରିବା ଶିଖାଇବୁ। ଏହା ବହୁତ ସ୍ୱାଦିଷ୍ଟ ଲାଗିବା ସହ ସୁନ୍ଦର ମଧ୍ୟ ଦେଖାଯାଏ। ତା ହେଲେ ଏହି ପିଠାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ।

Advertisment

ଆବଶ୍ୟକ ସାମଗ୍ରୀ

ବିରି, ଅରୁଆ ଚାଉଳ, ପାଣି, ଗୁଜୁରାତି ଗୁଣ୍ଡ, ନଡ଼ିଆ, ଚିନି ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥରେ ବିରି ଏବଂ ଅରୁଆ ଚାଉଳକୁ ଭିଜାଇ  ଦିଅନ୍ତୁ। କିଛି  ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ  କରି ଦିଅନ୍ତୁ। ଏହାକୁ ଆପଣ ଗାଢ଼ା କରି ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ପାଣି ଅଳ୍ପ ଦେବେ ଏବଂ ଚାଉଳକୁ ପୂରା ମସୃଣ କରିବେ ନାହିଁ।

ଏହା ପରେ ନଡ଼ିଆ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ। ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ନେଇ ପାରିବେ।

Advertisment

ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ପିଠା ପାଇଁ ଆବଶ୍ୟକ ସାମଗ୍ରୀ।

ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏବେ ଆପଣ ଗ୍ୟାସ୍‌ରେ ଏକ ବଡ଼ କଂସା ନେଇ ପାରିବେ ନ ହେଲେ ଆପଣ ଛୋଟ ଡିସ୍‌ ମଧ୍ୟ ନେଇ ପାରିବେ। ଏକ ବଡ ଡିସ୍‌ରେ ପାଣି ଦେଇ ଗ୍ୟାସ୍‌ରେ ବସାନ୍ତୁ। ସେହି ଡିସ୍‌ ଉପରେ ଏକ ପତଳା କପଡ଼ା ଘୋଡ଼ାଇ ଦିଅନ୍ତୁ। କପଡ଼ାର ଚାରି ପାଖ ବାନ୍ଧି ଦିଅନ୍ତୁ। କାରଣ ପିଠା କପଡ଼ା ଉପରେ ହିଁ ହେବ। ଯଦି କପଡ଼ା ଠିକ୍‌ ଭାବେ ନ ବାନ୍ଧିବେ ତାହାଲେ ପିଠା ପାଣିରେ ବୁଡ଼ିଯିବ।

publive-image

ଏବେ ସେହି କପଡ଼ା ଉପରେ ଆଉ ଏକ କପଡ଼ା ପକାନ୍ତୁ। ପାଣି ଫୁଟି ଆସିଲେ କପଡାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିରି ଚାଉଳ ଆଣ ପକାନ୍ତୁ । ଏହାକୁ ଗୋଲ୍‌ କରି ମୋଟା ପିଠା ଭଳି କରିବେ। ଏବେ ଏହି ବ୍ୟାଟର୍ ପରେ ନଡ଼ିଆ ପୁର ଦିଅନ୍ତୁ। ଏବେ ପୁଣି ଥରେ ବ୍ୟାଟର୍‌କୁ ପୁର ଉପରେ ଦେଇ ପିଠାକୁ ଗୋଲ୍‌ ଆକୃତିର କରନ୍ତୁ। ପୁର ଯେପରି ବାହାରକୁ ଦେଖାଯିବ ନାହିଁ।

ଏବେ ଏକ ବଡ଼ ପାତ୍ର ନେଇ ପିଠାକୁ ଘୋଡ଼ାଇ ଦିଅନ୍ତୁ। ୨୦ ମିନିଟ୍‌ ଯାଏ କମ୍‌ ଆଞ୍ଚରେ ପିଠାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ପିଠା ଭଲରେ ସିଝିଛି ନା ନାହିଁ ଦେଖନ୍ତୁ, ଯଦି ନ ସିଝିଥିବ ତାହାଲା ଆଉ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇ ଯିବ ମୁଆଁ ପିଠା। ଏହାକୁ ଏବେ ଗ୍ୟାସ୍‌କୁ କାଢ଼ି ଥଣ୍ଡା ହେଲା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପିଠାରୁ କପଡ଼ା ବାହାର କରିବେ ନାହିଁ। ପୁରା ଥଣ୍ଡା ହେଲା ପରେ ପିଠାରୁ କପଡ଼ା ବାହାର କରି ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ।

ଏବେ ମୁଆଁ ପିଠାକୁ ନିଜେ ଖାଇବା ସହ ରଜକୁ ମନଭରି ଉପଭୋଗ କରନ୍ତୁ।

ୟୁଟ୍ୟୁବ୍‌